1. କୃଷି ଖବର

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନା(jal jeevan mission)ରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ।

Shuvanshu Kar
Shuvanshu Kar
40.52 lakh households have  tap water under jal jeevan mission

40.52 lakh households have tap water under jal jeevan mission

ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବଡ ପ୍ରୟାସ ଚଳାଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସରକାର ଆରମ୍ଭ କରିଥିଲେ ଜଳ ଜୀବନ ମିଶନ ଯୋଜନା(jal jeevan mission) । ତେବେ ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନା(jal jeevan mission)ରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ।

ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଦର୍ଶାଇଛନ୍ତି ଯେ ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି ।

ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍‍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି । ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ ।

ସୂଚନା ଅନୁଯାୟୀ ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ।

ନିକଟରେ ଗ୍ରାମୀଣ ପରିବାରଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ଏକ ବଡ ଉପଲବ୍ଧି ହାସଲ କରିଥିଲେ କେନ୍ଦ୍ର ସରକାର । ଦେଶର ୫୦ ପ୍ରତିଶତ ଗ୍ରାମୀଣ ପରିବାରଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଯିବାର ଏକ ବିରାଟ ଉପଲବ୍ଧି ହାସଲ ହୋଇସାରିଛି ।

ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନଙ୍କ ସ୍ବପ୍ନ ରହିଥିଲା ‘ଗ୍ରାମ ସ୍ୱରାଜ’ । ତେବେ ଏହାକୁ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ଜଳ ଜୀବନ ମିଶନ(jal jeevan mission)ର ଶୁଭାରମ୍ଭ କରିଥଇଲେ ସରକାର । ପଞ୍ଚାୟତିରାଜ ସଂସ୍ଥାମାନ ଓ ସମୁଦାୟଙ୍କୁ ଜଳପୂର୍ତ୍ତି ଯୋଜନାରେ ସାମିଲ କରି ସେମାନଙ୍କୁ ସଶକ୍ତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ । ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ବସବାସ କରୁଥିବା ୯.୫୯ କୋଟିରୁ ଅଧିକ ଗ୍ରାମୀଣ ପରିବାରଙ୍କୁ ଏହାର ପରିସରଭୁକ୍ତ କରାଯାଇ ସେମାନଙ୍କୁ ପାନୀୟ ଜଳ ଉପଲବ୍ଧ କରାଯାଇପାରିଛି ।

ଜଳ ଜୀବନ ମିଶନର ୫୦% ସଫଳତା ହାସଲ

କିପରି କରିବେ ଜଳ ସଂରକ୍ଷଣ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments