1. କୃଷି ଖବର

କୃଷି କ୍ଷେତ୍ରରେ ନୂଆ ଅଧ୍ୟାୟ, ୪୦୬ଜଣଙ୍କୁ ମିଳିଲା ନୂଆ ନିଯୁକ୍ତି

କୃଷି କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ପାଇଲେ ୪୦୬ ପ୍ରାର୍ଥୀ । ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଇଞ୍ଜିନିୟର ଭାବରେ ଯୋଗ ଦେଇଛନ୍ତି ଗତକାଲି ।

Tanushree Mahapatra
Tanushree Mahapatra
406 new officers join state govt , image source - twitter

406 new officers join state govt , image source - twitter

କୃଷି କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ପାଇଲେ ୪୦୬ ପ୍ରାର୍ଥୀ । ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଇଞ୍ଜିନିୟର ଭାବରେ ଯୋଗ ଦେଇଛନ୍ତି ଗତକାଲି । ସେହିପରି ୪୩ ଜଣ ରାଜ୍ୟ ବିହନ ନିଗମରେ ନିଯୁକ୍ତି ପାଇଥିବା ସୂଚନା ରହିଛି । ଗତକାଲି ରାଜ୍ୟ ସରକାରଙ୍କ ଦ୍ୱାରା ଲୋକସେବା ଭବନଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । 

ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ପ୍ରାର୍ଥୀଙ୍କୁ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବଡ଼ ନିଯୁକ୍ତି କୃଷି ବିଭାଗକୁ ଏକ ନୂଆ ଉତ୍ସ ଯୋଗାଇବ । କୃଷି ଏବଂ ସହଯୋଗୀ କ୍ଷେତ୍ର ତାଙ୍କ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ମତବ୍ୟକ୍ତ କରିଥିଲେ ।

କ୍ରମାଗତ ଭାବେ କୃଷକଙ୍କ ଆୟ ଦ୍ଵିଗୁଣ ବଢ଼ାଇବାକୁ ଏବଂ ସେମାନଙ୍କୁ ଆହୁରି ସଶକ୍ତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । କୃଷି କାର୍ଯ୍ୟକଳାପ ଏବଂ କୃଷି ଉତ୍ପାଦର ବିଭିଦତାକୁ ସମର୍ଥନ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ରାଜ୍ୟରେ । କାଳିଆ ଏବଂ ବଳରାମ ଭଳି ଯୋଜନା କୃଷକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ସୃଷ୍ଟି କରିପାରିଛି । ଏହା ବ୍ୟତୀତ ଚାଷୀର ଉତ୍ପାଦନ ବୃଦ୍ଧି ଏବଂ  ଅଭାବୀ ପ୍ରାକୃତିକ ସମ୍ପଦର ସଠିକ ଓ ଉଚିତ ବ୍ୟବହାରକୁ ସୁଗମ କରିବା ପାଇଁ ଫାର୍ମ ମେକାନାଇଜେସନ ଉପରେ ମଧ୍ୟ ସ୍ପତନ୍ତ୍ର ଧ୍ୟାନ ଦିଆଯାଇଛି । 

କୃଷକମାନଙ୍କୁ ଭଲ ଏବଂ ଗୁଣାତ୍ମକ ବିହନ ଯାହା ସେମାନଙ୍କୁ ଉନ୍ନତ ଉତ୍ପାଦନ ଯୋଗାଇବାରେ ସାହାଯ୍ୟ କରିବ ସେହିପରି ବିହନ ଯୋଗାଇବାରେ ଓଡ଼ିଶା ରାଜ୍ୟ ବିହନ ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକମାନେ ସଠିକ ସମୟରେ ଗୁଣାତ୍ମକ ବିହନ ବଣ୍ଟାଯିବା ନେଇ ମଧ୍ୟ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ନବ ନିଯୁକ୍ତଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  ଆସନ୍ତା ତିନି ଦଶନ୍ଧି ନବନିଯୁକ୍ତ ପ୍ରାର୍ଥୀ ଆମର କୃଷି କ୍ଷେତ୍ରରେ ମହତ ଯୋଗଦାନ କରିବେ । ନିଯୁକ୍ତି ପାଇଥିବା ନୂତନ ଅଧିକାରୀଙ୍କର କୃଷକମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଆବଶ୍ୟକ ଅନୁଯାୟୀ ଜ୍ଞାନ, ଦକ୍ଷତା ଏବଂ ଅଭିଜ୍ଞତା ମଧ୍ୟ ରହିଛି ।

ସେହିପରି 5T ନୀତି ଅନୁସରଣ କରିବା ସହିତ କୃଷି କ୍ଷେତ୍ରର ପରିବର୍ତ୍ତନରେ ସହଯୋଗ କରିବାକୁ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ନବନିଯୁକ୍ତ ପ୍ରାର୍ଥୀଙ୍କ ସମସ୍ତ କାର୍ଯ୍ୟ କୃଷକମାନଙ୍କ ସଶକ୍ତିକରଣ ଦିଗରେ ନିର୍ଦ୍ଦେଶିତ ହେବା ଉଚିତ । ତେବେ ଏହି ନିଯୁକ୍ତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପ୍ରମୁଖ ସଚିବ ଅରବିନ୍ଦ ପାଢୀ, କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ବିଭାଗର ଡେଭେଲପମେଣ୍ଟ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ରହି ଏହାକୁ ନିଯୁକ୍ତି ପର୍ବକୁ ସଫଳ କରିଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments