1. କୃଷି ଖବର

ଓଡିଶାର ଆକାଂକ୍ଷୀ ଜିଲ୍ଲାଗୁଡିକୁ ମିଳିବ ୪ଜି ମୋବାଇଲ ସେବା

ପ୍ରତି ଗାଁକୁ ୪ଜି ମୋବାଇଲ ସେବା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଦେଶର ୫ଟି ରାଜ୍ୟ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ମହାରାଷ୍ଟ୍ରର ୭୨୮୭ ଗାଁରେ ୪ଜି ମୋବାଇଲ ସେବା ପ୍ରଦାନ କରିବାକୁ ଯୋଜନା ରହିଛି ।

Shuvanshu Kar
Shuvanshu Kar
4G mobile services will be available to aspirational districts of Odisha

4G mobile services will be available to aspirational districts of Odisha

ଏଣିକି ଗାଁ ଗାଁରେ ପହଞ୍ଚିବ ୪ଜି ମୋବାଇଲ ସେବା(4G mobile services) । ପିଲାଙ୍କ ପାଠପଢାଠୁ ନେଇ ସରକାରୀ କାମ ସବୁକିଛି ଏବେ ଅନଲାଇନରେ ହେଉଛି । ଏଥିପାଇଁ ହାଇସ୍ପିଡ ଇଣ୍ଟରନେଟର ମଧ୍ୟ ଆବଶ୍ୟକତା ରହିଛି । ଏନେଇ ପ୍ରତି ଗାଁକୁ ୪ଜି ମୋବାଇଲ ସେବା (4G mobile services) ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର ।

ସରକାର ସାର୍ବଜନୀନ ସେବା କର୍ତ୍ତବ୍ୟ ପାଣ୍ଠି (ୟୁଏସଓଏଫ) ଓ ଟେଲିକମ ସେବାପ୍ରଦାନକାରୀ (ଟିଏସପି)ମାନଙ୍କ ମାଧ୍ୟମରେ ଦେଶର ଗ୍ରାମୀଣ, ଆଦିବାସୀ ଓ ପାହାଡିଆ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ମୋବାଇଲ କଭରେଜ ଯୋଗାଇ ଦେଉଛନ୍ତି । ଏଥିପାଇଁ ୟୁଏସଓଏଫ ମାଧ୍ୟମରେ ବିଭିନ୍ନ ଯୋଜନା/ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି ।

ଦେଶର ୫ଟି ରାଜ୍ୟ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ମହାରାଷ୍ଟ୍ରର ୭୨୮୭ ଗାଁରେ ୪ଜି ମୋବାଇଲ ସେବା ପ୍ରଦାନ କରିବାକୁ ଯୋଜନା ରହିଛି । ଏନେଇ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନ ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ଆକାଂକ୍ଷି ଜିଲ୍ଲାଗୁଡିକରେ ମୋବାଇଲ ସେବା ବ୍ୟବସ୍ଥା ଲାଗି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । 5ଟି ରାଜ୍ୟର 44ଟି ଆକାଂକ୍ଷି ଜିଲ୍ଲାର ୭୨୮୭ ଗାଁକୁ 4 ଜି ସେବା ଯୋଗାଇ ଦେବାର ଲକ୍ଷ ରଖାଯାଇଥିଲା । ଏବାବଦରେ ୬,୪୬୬ କୋଟି ଟଙ୍କା ବ୍ୟୟ ଅଟକଳ ରଖିଥିଲେ ସରକାର । 18 ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ।

ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ହୋଇପାରିଲେ ଆତ୍ମନିର୍ଭରଶୀଳତା ସହିତ ଜ୍ଞାନ, କୌଶଳର ବିକାଶ ଓ ଇ- ସରକାରୀ ପଦକ୍ଷେପ, ଇ-କମର୍ସ ଆଦି କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ।

ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା ଶୀର୍ଷ ତାଲିକାରେ ଓଡିଶା

ଆସନ୍ତା କାଲି AJAI ଅଫିସିଆଲ ଓ୍ବେବସାଇଟ ଲୋଗ ଉପରୁ ଉଠିବ ପରଦା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments