1. କୃଷି ଖବର

ଓଡିଶାରେ ଦୂଷିତ ପାଣି ଆତଙ୍କ, 6 ମୃତ

ରାୟଗଡା ଜିଲ୍ଲା କାଶୀପୁରରେ ଦୂଷିତ ପାଣି ପିଇ ବର୍ତ୍ତମାନସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

Shuvanshu Kar
Shuvanshu Kar
6 dead, 71 hospitalised after drinking contaminated water odisha

6 dead, 71 hospitalised after drinking contaminated water odisha

ଓଡିଶାର ରାୟଗଡା ଜିଲ୍ଲାରେ ଦୂଷିତ ପାଣି(contaminated water ) ପିଇ ବର୍ତ୍ତମାନସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ 71 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା(Rayagada district) ଜିଲ୍ଲା କାଶୀପୁରରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ ପ୍ରାଥମିକ ଯାଞ୍ଚରୁ ଝାଡାବାନ୍ତିର ଆଶଙ୍କା କରାଯାଉଛି । ଦୂଷିତ ପାଣଇ ପିଇବା ପରେ ଲୋକଙ୍କୁ ବାନ୍ତି ହେବା ଆରମ୍ଭ ହୋଇଥିଲା । ଘଟଣାରେ ସରକାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି । ସେପଟେ ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର ମାଗିଛି କଂଗ୍ରେସ ।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି, ଗତ 3 ଦିନରେ କାଶୀପୁର ବ୍ଲକର ବିଭିନ୍ନ ଗାଁରୁ ମୃତ୍ୟୁର ସୂଚନା ମିଳୁଛି । 11 ଜଣିଆ ଡାକ୍ତରୀ ଟିମକୁ ପ୍ରଭାବିତ ଗାଁଗୁଡିକୁ ପଠାଯାଇଛି । ଏମାନେ ପାଣି ଓ ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଇଛନ୍ତି ।

ଅଧିକାରୀମାନେ କହିଛନ୍ତି, ପ୍ରଥମେ ମଲିଗୁଡା ଗାଁରେ ଏବଂ ପରେ ଦୁଦୁକାବହଲ, ଟିକିରୀ, ଗୋବରୀଘାଟି ଗାଁକୁ ଏହା ବ୍ୟପିଯାଇଛି ।ଡଙ୍ଗସିଲ, ରେଂଗା, ମେକାଞ୍ଚ, ସଂକରନ୍ଦା ଓ କୁଚିପଦର ଗାଁର ଅନ୍ୟ ଲୋକମାନେ ଝାଡାବାନ୍ତିରେ ପୀଡିତ ଅଛନ୍ତି । ଘରେ ଘରେ ଚିକିତ୍ସା ଚାଲିଛି ।

ଖୋଲା ସ୍ରୋତରୁ ପାଣି ପିଇବା ପରେ 71 ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରୁ ଟିକିରି ପିଏଚସିରେ 46, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ 14 ଓ ଥାତିପାରରେ 11 ଜଣଙ୍କର ଚିକିତ୍ସା ଚାଲିଛି । ଜଣେ ରୋଗୀକୁ ଗୁରୁତର ଅବସ୍ଥାରେ କୋରାପୁଟ ଏମଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

2008 ରେ ପ୍ରାୟ 100 ଲୋକ ଡାଇରିଆରେ ମୃତ୍ୟୁ ବରଣ କରିଥିଲେ । ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଅନ୍ୟ ଗ୍ରାମଗୁଡିକର ଜଳ ଉତ୍ସ ମଧ୍ୟ ଚିହ୍ନଟ କରାଯାଇ ଏଗୁଡିକର ଯାଞ୍ଚ କରାଯିବା ସହ ମରାମତି ହେବ । କାଶିପୁର ବ୍ଲକରେ ଜଳ ଜନିତ ରୋଗର ପୁରୁଣା ଇତିହାସ ରହିଛି । 2008ରେ ଡାଇରିଆ କାରଣରୁ ପ୍ରାୟ 100 ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 2010 ରେ କଲେରା ପ୍ରାୟ 100 ଲୋକଙ୍କ ଜୀବନ ନେଇଥିଲା ।

ଜଳ ଜୀବନ ମିଶନର ୫୦% ସଫଳତା ହାସଲ

କିପରି କରିବେ ଜଳ ସଂରକ୍ଷଣ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments