1. କୃଷି ଖବର

କୃଷି କ୍ଷେତ୍ରର ଉନ୍ନତି ପାଇଁ ପ୍ରମୁଖ ଶାସନ ସଚିବଙ୍କ ୬ ସୂତ୍ରୀ

ନୂତନ ଯୋଜନାର ପ୍ରସ୍ତୁତି, ସାମାଜିକ ସମାନତା, କୃଷିଭିତ୍ତିକ ଶିଳ୍ପ ବିକାଶର ମହତ୍ତ୍ୱ ଏବଂ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା

Tanushree Mahapatra
Tanushree Mahapatra
6 improvement sources of the agricultural sector

6 improvement sources of the agricultural sector

ଭୁବନେଶ୍ୱର, ତା ୨୭/ ୦୫ ରିଖ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ୨୦୨୪-୨୫ ଅନୁଷ୍ଠିତ ହୋଇଛି I ବିଶ୍ୱବିଦ୍ୟାଳୟର ଡ଼. ଏମ ଏସ ସ୍ୱମୀନାଥଂନ କକ୍ଷଠାରେ ୩ ଦିନ ଧରି ଏହି ବୈଠକ ଚାଲିବ I ଉଦଘାଟନୀ ସମାରୋହରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କୃଷି ପାଇଁ ଆଗାମୀ ଦିନରେ ନେବାକୁ ଥିବା କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଥିଲେ I

ଏହି ପରିପ୍ରେକ୍ଷୀରେ ସେ ୬ ସୂତ୍ରୀର ପ୍ରୟୋଗ ଉପରେ ମତ ରଖିଥିଲେ I ପରିବର୍ତ୍ତିତ ଜଳବାୟୁ ପାଇଁ ପ୍ରସ୍ତୁତି ଆମର ପ୍ରମୁଖ କର୍ତ୍ତବ୍ୟ ବୋଲି କହିଥିଲ I ଏହା ସହ ନୂତନ ଯୋଜନାର ପ୍ରସ୍ତୁତି, ସାମାଜିକ ସମାନତା, କୃଷିଭିତ୍ତିକ ଶିଳ୍ପ ବିକାଶର ମହତ୍ତ୍ୱ ଏବଂ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ I କୃଷି କ୍ଷେତ୍ରକୁ ସମୃଦ୍ଧ ଓ ବିକଶିତ କରିବା ପାଇଁ ଏ ସବୁ ଦିଗରେ ଧ୍ୟାନ ଦେବା ସହିତ ଆମକୁ ନୂତନ ପନ୍ଥା ଅବଲମ୍ବନ କରିବାକୁ ହେବ ବୋଲି ଡ଼. ପାଢ଼ୀ ପରାମର୍ଶ ଦେଇଥିଲେ I

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆଇସିଆର- ସିଫାର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ସାହୁ ଯୋଗ ଦେଇ ଆମ ସ୍ୱାସ୍ଥ୍ୟର ବିକାଶକୁ ଦୃଷ୍ଟିରେ ରଖି ଫସଲର ଗୁଣବତ୍ତା ବୃଦ୍ଧି ସମ୍ପର୍କରେ ଗବେଷଣା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ ଉପରେ ଆଲୋକପାତ କରିଥିଲେ I ପ୍ରତିଟି ସମସ୍ୟା ବେଳେ ଆମକୁ ପ୍ରସ୍ତୁତ ରହିବାକୁ ହେବ I ଏହା ସହ ଜଣେ ବୈଜ୍ଞାନିକଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗରେ ପ୍ରତି ପରିସ୍ଥିତିର ସମାଧାନର ବାଟ କାଢ଼ିବାକୁ ହେବ ବୋଲି ସେ କହିଥିଲେ I

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉଦଘାଟନୀ ସମାରୋହରେ ପୌରାହିତ୍ୟ କରି ଗବେଷଣା ଓ ସମ୍ପ୍ରସାରଣ ପରସ୍ପର ପରିପୂରକ ବୋଲି କହିଥିଲେ I ଉଭୟ ବିଭାଗରୁ କୃଷି କ୍ଷେତ୍ର ପାଇଁ ନାନାଦି ଉପାଦାନ ମିଳିପାରୁଛି I ଏହା ସହ ପରିବର୍ତିତ ଜଳବାୟୁ, ପ୍ରାକୃତିକ କୃଷି, ନାନୋ ଟେକ୍ନୋଲୋଜି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହିତ ଡିଜିଟାଲ କୃଷିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ୩ ଦିନିଆ ବୈଠକରେ ବିଶ୍ୱବିଦ୍ୟାଳୟ ତଥା କୃଷି କ୍ଷେତ୍ର ପାଇଁ ନାନାଦି କାର୍ଯ୍ୟ ଖସଡ଼ା ହାତକୁ ନିଆଯିବ I ଏଥିରେ ଅନେକ ବିଶେଷଜ୍ଞ ଏବଂ ବରିଷ୍ଠ ବ୍ୟକ୍ତିତ୍ୱ ଯୋଗ ଦେଇ ନିଜ ମତାମତ ରଖିବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି କହିଛନ୍ତି I

କାର୍ଯ୍ୟକ୍ରମର ଆରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ ୨୦୨୩-୨୪ ମସିହାରେ ଉଦ୍ଭାବିତ ୨୬ଟି ନୂତନ କିସମର ଫସଲ, କୃଷି, ପଶୁପାଳନ ତଥା କୃଷି ଯାନ୍ତ୍ରିକକରଣ କ୍ଷେତ୍ରରେ ନୂତନ ଯନ୍ତ୍ରପାତିର ଆବିଷ୍କାର, କୃଷି କ୍ଷେତ୍ରରେ ସଫଳ ପ୍ରଦର୍ଶନ, ଓୟୁଏଟି ଦ୍ୱାରା ଉଦ୍ଭାବିତ ନୂତନ ପ୍ରକଳ୍ପକୁ ମିଳିଥିବା ପେଟେଣ୍ଟ ଉପରେ ଆଲୋଚନା କରିଥିଲେ I ସେହିପରି କୃଷି ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଫେସର ପ୍ରସନଜିତ ମିଶ୍ର ୨୦୨୩-୨୪ ବର୍ଷରେ କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କ ମାଧ୍ୟମରେ ଆମ ରାଜ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ବିଶେଷକରି ଦ୍ରୋନେ ଟେକ୍ନୋଲୋଜି, ପ୍ରାକୃତିକ କୃଷି ତଥା ସମ୍ପ୍ରସାରଣ ସେବା ମାଧ୍ୟମରେ ତାଲିମ, କୃଷି କ୍ଷେତ୍ରରେ  ପରୀକ୍ଷଣ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ନେଇ ମତ ରଖିଥିଲେ I

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ରେଜିଷ୍ଟ୍ରାର, କଂପଟ୍ରଲର, ବୈଜ୍ଞାନିକ, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ I

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ