1. କୃଷି ଖବର

ଡିଜେ ସାଉଣ୍ଡରେ ମରିଗଲେ ୬୩ କୁକୁଡା

ବିବାହରେ ଜୋରରେ ଡିଜେ ବାଜିବା ହେତୁ କୁକୁଡ଼ାଙ୍କ ମୃତ୍ୟୁ କଥା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବ୍ୟକ୍ତି କହିଛନ୍ତି ଯେ ଡିଜେ ସାଉଣ୍ଡରେ ତାଙ୍କର 63 ଟି କୁକୁଡ଼ା ମରିଗଲେ, ତେଣୁ ତାଙ୍କୁ କ୍ଷତିପୂରଣ ମିଳିବା ଉଚିତ୍ । ଉକ୍ତ ବ୍ୟକ୍ତି ଜଣକ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

Sudesna Nayak
Sudesna Nayak
63 Chickens Killed Due to Loud DJ Music

63 Chickens Killed Due to Loud DJ Music

ବିବାହରେ ଜୋରରେ ଡିଜେ ବାଜିବା ହେତୁ କୁକୁଡ଼ାଙ୍କ ମୃତ୍ୟୁ କଥା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବ୍ୟକ୍ତି କହିଛନ୍ତି ଯେ ଡିଜେ ସାଉଣ୍ଡରେ ତାଙ୍କର 63 ଟି କୁକୁଡ଼ା ମରିଗଲେ, ତେଣୁ ତାଙ୍କୁ କ୍ଷତିପୂରଣ ମିଳିବା ଉଚିତ୍ । ଉକ୍ତ ବ୍ୟକ୍ତି ଜଣକ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

 

କୋରୋନା ମହାମାରୀ ଯେଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଡିଜେ, ବ୍ୟାଣ୍ଡ ବାଜା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ସରକାର କିଛି ଦିନ ତଳେ ଏଗୁଡିକୁ ଅନୁମତି ଦେଇଥିଲେ ।  ତେବେ ଡିଜେ ବାଜିବାରୁ ମରିଗଲେ ୬୩ କୁକୁଡ଼ା । ଓଡିଶାରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ଡିଜେ ସାଉଣ୍ଡ ଯୋଗୁଁ  ତାଙ୍କର ପ୍ରାୟ 63 କୁକୁଡ଼ାଙ୍କର ମୃତ୍ୟୁ ହୋଇଛି ।

ଓଡିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗା’ରେ ଜଣଙ୍କର ଝିଅ ବାହାଘରକୁ ବରଯାତ୍ରୀ ବହୁତ ଜୋର ସାଉଣ୍ଡରେ ଡିଜେ ବଜାଇ ଆସିଥିଲେ । କୁକୁଡ଼ା ଫାର୍ମ ନିକଟରେ ଡିଜେ ଗାଡି ରଖି ଅନେକ ସମୟ ଧରି ଉଚ୍ଚ ଶବ୍ଦରେ ସଂଗୀତ ବଜାଇଥିଲେ । ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥାକୁ ଶୁଣିନଥିଲେ ଓ ତାଙ୍କୁ ଓଲଟା ଗାଳିଗୁଲଜ କରିଥିଲେ । ଫଳରେ ଡିଜେ ଶବ୍ଦରେ ଫାର୍ମରେ ଥିବା ୨୦୦୦ କୁକୁଡା ଭୟରେ ଶଦ୍ଧ କରି ଏକଜୁଟ ହୋଇଯାଇଥିଲେ । ପରସ୍ପର ଚଢାଚଢି  ହେବାଫଳରେ ୬୩ଟି କୁକୁଡାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ତେବେ ରଞ୍ଜିତ କ୍ଷତିପୂରଣ ପାଇଁ  କନ୍ୟା ଘର ଲୋକଙ୍କ ନିକଟରେ ଦାବି କରିଥିଲେ । ହେଲେ ତାଙ୍କ କଥା କେହି ନ ଶୁଣି ବାରୁ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ । ନୀଳଗିରି ଥାନା ପୁଲିସ ମାମଲାର ତଦନ୍ତ କରୁଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ