News

Railway Minister: ରେଳମନ୍ତ୍ରୀ ଦେଲେ ଖୁସି ଖବର, ଉପକୃତ ହେବେ ଓଡ଼ିଶାବାସୀ

ଆସିଲା ଓଡିସାବାସୀଙ୍କ ପାଇଁ ବଡ ଖୁସି ଖବର । ଓଡ଼ିଶା ପାଇଁ ନୂଆ 7ଟି ରେଳ ପ୍ରକଳ୍ପ ଅନୁମୋଦିତ କରାଯାଇଛି । ଯାହାର ସୂଚନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହିଁ ଦେଇଛନ୍ତି ।

02 August, 2022 3:54 PM IST By: Sudesna Nayak

ଆସିଲା ଓଡିସାବାସୀଙ୍କ ପାଇଁ ବଡ ଖୁସି ଖବର (Good News)। ଓଡ଼ିଶା (Odisha)ପାଇଁ ନୂଆ 7ଟି ରେଳ ପ୍ରକଳ୍ପ ଅନୁମୋଦିତ କରାଯାଇଛି । ଯାହାର ସୂଚନା ରେଳମନ୍ତ୍ରୀ (Railway Minister)ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)ହିଁ ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର (State Government)ଙ୍କ ସହଯୋଗରେ ଓଡ଼ିଶାର 5ଟି ରେଳ ଲାଇନ ସମେତ 7ଟି ନୂତନ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ନୂତନ ପ୍ରକଳ୍ପଗୁଡ଼ିକ ହେଉଛି ତାଳଚର-ଅନୁଗୋଳ ନୂତନ ଲାଇନ ସହିତ ତ୍ରିକୋଣୀୟ ଜଙ୍କସନ, ବାଘୁଆପାଲ ଫ୍ଲାଏ ଓଭର, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ରଜତଗଡ଼-କାଇପଦର, ବନସପାଣି-ବରବିଲ, ବରଗଡ-ନୂଆପଡା ରୋଡ ଏବଂ ବୁରାମରା-ଚକୁଲିଆ ରୋଡ । ରେଳବାଇ ଦ୍ୱାରା ତାଲଚର-ଅନୁଗୋଳ ନୂତନ ଲାଇନ ଓ ବାଘୁଆପାଲ ଫ୍ଲାଏ ଓଭର ନିଆଯାଉଥିବା ବେଳେ ବାକି 5ଟି ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟକଳାପ ପାଇଁ ଓଡିଶା (Odisha) ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL)କୁ ଅନୁମୋଦନ ଦିଆଯାଇଛି ।

ସେପଟେ ଖବର ଅନୁଯାୟୀ, କୋରୋନା ସମୟରେ ବନ୍ଦ ହୋଇଥିବା ସମସ୍ତ ଟ୍ରେନ୍ ଏହି ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ । ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)ହିଁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ 2,300 ଟ୍ରେନ୍ ଚଳାଚଳ କରୁଛି । ୫୦୦ ଟ୍ରେନ୍ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଚଳାଚଳ କରିବାକୁ ଯାଉଥିବା ୫୦୦ ଟ୍ରେନ୍ ମଧ୍ୟରୁ 100ରୁ ଅଧିକ ମେଲ୍ ଓ ଏକ୍ସପ୍ରେସ୍ କ୍ଲାସ୍ ଟ୍ରେନ ରହିଛି । ଅବଶିଷ୍ଟ ୪୦୦ ପେସେଞ୍ଜର ଟ୍ରେନ୍ ରହିଛି । ଏହି ଯାତ୍ରୀବାହୀ ଟ୍ରେନ ବନ୍ଦ ହେବା ଦ୍ୱାରା ସ୍ଥାନୀୟ ସ୍ତରରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ବଢ଼ିଯାଇଥିଲା ।

ଅଗଷ୍ଟ1 ରୁ ଲାଗୁ ହେଲା ଏହି ୭ଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ ନହେଲେ ହେବେ ହଇରାଣ

ଅଗଷ୍ଟରେ ଓଡ଼ିଶାରେ କମ୍ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)