1. କୃଷି ଖବର

ଅଗଷ୍ଟ1 ରୁ ଲାଗୁ ହେଲା ଏହି ୭ଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ ନହେଲେ ହେବେ ହଇରାଣ

ଆଜି ସୋମବାର ଠାରୁ ଅଗଷ୍ଟ ମାସ ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ସୋମବାରଠାରୁ ଆପଣମାନଙ୍କ ଆର୍ଥିକ ଜୀବନରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଜାଣି ରଖନ୍ତୁ...

Sudesna Nayak
Sudesna Nayak
Financial Changes From Today 1 August

Financial Changes From Today 1 August

ଆଜି ସୋମବାର (Monday)ଠାରୁ ଅଗଷ୍ଟ (August)ମାସ ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ସୋମବାର (Monday)ଠାରୁ ଆପଣମାନଙ୍କ ଆର୍ଥିକ ଜୀବନରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଜାଣି ରଖନ୍ତୁ...

ସୂଚନା ଅନୁଯାୟୀ, ଆଜି ସୋମବାର (Monday)ଠୁ 36 ଟଙ୍କା କମିଲା ବ୍ୟବସାୟିକ LPG ସିଲିଣ୍ଡର (Commercial Lpg Cylinder)ଦର । ଏହି ହ୍ରାସ ପରେ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର (Commercial Lpg Cylinder)ର ମୂଲ୍ୟ ସିଲିଣ୍ଡର ପିଛା 1976 ଟଙ୍କା ରହିଛି ।

ବ୍ୟାଙ୍କ ଅଫ୍ ବରୋଦାର ପଜିଟିଭ୍ ପେ ସିଷ୍ଟମ ଲାଗୁ । ଆଜି ସୋମବାର (Monday)ଠାରୁ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କୁ ଚେକ୍ ପେମେଣ୍ଟ୍ କରିବାବେଳେ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡିବ । ଏହା ହେଉଛି ଏକ ସିଷ୍ଟମ ଯେଉଁଥିରେ ଆପଣଙ୍କୁ ୫ ଲକ୍ଷରୁ ଅଧିକ ଟଙ୍କା ପାଇଁ ଦିଆଯାଇଥିବା ଚେକ୍ ର ଡିଜିଟାଲ୍ ସୂଚନା ପ୍ରବେଶ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (pradhan mantri kisan samman yojana) ଅଧୀନରେ, ଯଦି ଆପଣ ଜୁଲାଇ ୩୧ ସୁଦ୍ଧା ଆପଣଙ୍କର e-KYC କାର୍ଯ୍ୟ ନକରନ୍ତି, ତେବେ ଆପଣଙ୍କୁ ଦ୍ୱାଦଶ କିସ୍ତି ପ୍ରଦାନ କରାଯିବ ନାହିଁ ।

ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଲାଗିବ ଜୋରିମାନା । ୨୦୨୧-୨୦୨୨ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୨-୨୦୨୩ ପାଇଁ ITR ଦାଖଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧ ଏବଂ ବର୍ତ୍ତମାନ ଠାରୁ ଏହାକୁ ଦାଖଲ କରୁଥିବା ବ୍ୟକ୍ତିଙ୍କୁ ଏକ ଜରିମାନା ଦେବାକୁ ପଡିବ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଡୋରଷ୍ଟେପ୍ ବ୍ୟାଙ୍କିଂରେ ଲାଗିବ ଶୁଳ୍କ । ଅଗଷ୍ଟ ୧, ୨୦୨୨ଅର୍ଥାତ୍ ଆଜି ସୋମବାର (Monday)ଠାରୁ, ପୋଷ୍ଟ ବିଭାଗର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଘରେ ବ୍ୟାଙ୍କିଂ ସୁବିଧା ପାଇଁ ଫି ଆଦାୟ କରିବ ।

ଭୋଟର ID ଏବଂ ଆଧାର ଲିଙ୍କ୍ ଅଭିଯାନ ଆଜି ସୋମବାର (Monday)ଠାରୁ ଆରମ୍ଭ । ଏହି ସ୍ୱତନ୍ତ୍ର ଅଭିଯାନ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଆରମ୍ଭ ହେବାକୁ ଯାଉଛି ।

HDFC ସୁଧ ହାରକୁ ୦.୨୫ ପ୍ରତିଶତ ବୃଦ୍ଧି କରିଛି ଏବଂ ନୂତନ ହାର ଆଜି ସୋମବାର (Monday)ଠାରୁ ଅର୍ଥାତ୍ ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହୋଇଛି । ଏହା ଉଭୟ ନୂତନ ଏବଂ ପୁରୁଣା ଗ୍ରାହକଙ୍କୁ ପ୍ରଭାବିତ କରିବ ।

PM Kisan:ଚାଷୀଙ୍କ ପାଇଁ ଜରୁରୀ ସୂଚନା; ୬ ପ୍ରତିଶତ ମିଳିବ ସବସିଡି!

କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments