1. କୃଷି ଖବର

ଇସ୍ରାଏଲ ସହଯୋଗରେ ନୂଆ ରୂପ ପାଇବ ଭାରତର 75 ଗାଁ, କୃଷିରେ ଆସିବ ପରିବର୍ତ୍ତନ

କୃଷି କ୍ଷେତ୍ରରେ ସହଭାଗିତା ଆପଣାଇ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ଭାରତ ଓ ଓ ଇସ୍ରାଏଲ । ଏହା ଉଭୟ ଦେଶର ସମ୍ପର୍କରେ ଏକ ନୂଆ ଅଧ୍ଯାୟ ଯୋଡିବାକୁ ଯାଉଛି । ସର୍ବଦା ନୂଆ ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଉଥିବା ଇସ୍ରାଏଲ 75ଟି ଭାରତୀୟ ଗାଁକୁ ନୂଆ ରୂପ ଦେବ ।

KJ Staff
KJ Staff
75 Indian villages to be shaped with Israeli cooperation,says Agriculture minister Tomar

75 Indian villages to be shaped with Israeli cooperation,says Agriculture minister Tomar

କୃଷି କ୍ଷେତ୍ରରେ ସହଭାଗିତା ଆପଣାଇ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ଭାରତ ଓ ଓ ଇସ୍ରାଏଲ । ଏହା ଉଭୟ ଦେଶର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି । ସର୍ବଦା ନୂଆ ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଉଥିବା ଇସ୍ରାଏଲ 75ଟି ଭାରତୀୟ ଗାଁକୁ ନୂଆ ରୂପ ଦେବ ।

ଇସ୍ରାଏଲ ସହଯୋଗରେ ଭାରତର 75ଟି ଗାଁର ନବକଳେବର ହେବ । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar ) । 75 ତମ ସ୍ବାଧିନତା ଦିବସ ଅବସରରେ ଭାରତର 75 ଗାଁକୁ ନୂଆ ରପ ଦିଆଯିବା ନେଇ କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

4 ଦିନିଆ ଇସ୍ରାଏଲ ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ବୁଧବାର ଇସ୍ରାଏଲରେ ନିଜ ପ୍ରତିପକ୍ଷ ଓଡେଡ ଫୋରରଙ୍କ ସହ ସାକ୍ଷାତ କରିଥିଲେ । ଅତ୍ୟାଧୁନିକ କୃଷି ଟେକ୍ନୋଲୋଜୀ, ଅଭିବୃଦ୍ଧି କ୍ଷମତା, ଜଳ ପରିଚାଳନା, ପରିବେଶ ଗ୍ରାମାଞ୍ଚଳ ବିକାଶ ଆଦି ଅନେକ ବିଷୟ ଉପରେ ଉଭୟ ଦେଶର କୃଷି ମନ୍ତ୍ରୀ ଆଲୋଚନା କରିଛନ୍ତି ।

ଚାଷ ହେଉ କି ପ୍ରତିରକ୍ଷା, ସବୁକ୍ଷେତ୍ରରେ ନୂଆ ଓ ଅତ୍ୟାଧୁନିକ ଟେକ୍ନୋଲୋଜୀ ପ୍ରୟୋଗ କରିଆସୁଛି ଇସ୍ରାଏଲ । ଆଜିର ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତ କରିଛି । ବିଶେଷକରି କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଆସିଛି, ଯାହାଦ୍ୱାରା ଭଲ ଅମଳ ହେବା ସହିତ ଚାଷ କାମ ସହଜ ହୋଇପାରିବ। ଇସ୍ରାଏଲ ଏଭଳି ଏକ ଦେଶ ଯିଏ କାନ୍ଥରେ ବି ଚାଷ କରିପାରୁଛି । କାନ୍ଥରେ ଧାନ, ଗହମ ସହ ପରିବା ମଧ୍ୟ ଉତ୍ପାଦନ କରାଯାଉଛି, ଯହାକୁ ଭର୍ଟିକାଲ ଫାର୍ମିଙ୍ଗ କୁହାଯାଏ। ଇସ୍ରାଏଲରେ ଚାଷଜମିର ଅଭାବ ଥିବାରୁ ଏଠଆକାର ଚାଷୀମାନେ ଭର୍ଟିକାଲ ଚାଷ ବା କାନ୍ଥରେ ଚାଷ କରିବାର ନୂଆ ପଦ୍ଧତି ଆପଣାଉଛନ୍ତି ।

ଇସ୍ରାଏଲ ସହଯୋଗରେ ଯଦି ଭାରତର ଗାଁଗୁଡିକର ବିକାଶ ହୋଇପାରେ, ତେବେ ଏଠଆକାର କୃଷି କ୍ଷେତ୍ରରେ ମଧ୍ଯ ନୂଆ ପରିବର୍ତ୍ତନ ଆସିବ । ଗାଁର ଉନ୍ନତି ସହ ଏହି ଅଞ୍ଚଳର ଚାଷୀମାନେ ମଧ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଫସଲ ଉତ୍ପାଦନ କରିପାରିବେ ।

ଇସ୍ରାଏଲର ହାଇଟେକ ଚାଷଜମି ବୁଲିଲେ କେନ୍ଦ୍ର କୃଷିମନ୍ତ୍ରୀ

ଚାଷୀଙ୍କ ପାଇଁ ଖୁସି ଖବର! ରସାୟନିକ ସାରର ବିକଳ୍ପ ସାଜିବ ଗୋବରରୁ ପ୍ରସ୍ତୁତ PROM

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments