News

ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, କୃଷିରେ କମାଲ, ଆତ୍ମନିର୍ଭର ସଙ୍କଳ୍ପ; 75 ବର୍ଷରେ କେଉଁଠି ଭାରତ ?

75 ବର୍ଷ ମଧ୍ୟରେ ଭାରତ ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟ ଦେଶ ଉପରେ ଆଉ ନିର୍ଭରଶୀଳ ହୋଇ ରହିନାହିଁ । ଇଏ ନୂଆ ଭାରତ, ଯେଉଁଠି ପ୍ରତ୍ୟେକ ଦେଶବାସୀ ଆତ୍ମନିର୍ଭର ହେବାର ସଙ୍କଳ୍ପ ନେଇ ଆଗକୁ ବଢୁଛନ୍ତି ।

14 August, 2022 5:42 PM IST By: Shuvanshu Kar

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସର(75 years of independence)ରେ ସମଗ୍ର ଦେଶରେ ପାଳନ ହେଉଛି ଅମୃତ ମହୋତ୍ସବ । 75 ବର୍ଷ ମଧ୍ୟରେ ଭାରତ ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟ ଦେଶ ଉପରେ ଆଉ ନିର୍ଭରଶୀଳ ହୋଇ ରହିନାହିଁ । ଇଏ ନୂଆ ଭାରତ(New India), ଯେଉଁଠି ପ୍ରତ୍ୟେକ ଦେଶବାସୀ ଆତ୍ମନିର୍ଭର ହେବାର ସଙ୍କଳ୍ପ ନେଇ ଆଗକୁ ବଢୁଛନ୍ତି ।

ଖାଦ୍ୟାନ୍ନ ପ୍ରସଙ୍ଗରେ ଭାରତ ହୋଇଛି ଆତ୍ମନିର୍ଭରଶୀଳ

ଖାଦ୍ୟ ଶସ୍ୟ ପ୍ରସଙ୍ଗରେ ଭାରତର ଅବସ୍ଥା କେତେ ଦୁଃଖଦାୟକ ଥିଲା ତାହା ଅତିତର କାହାଣୀରୁ ବୁଝାପଡେ । ବର୍ଷ 1965, ଅର୍ଥାତ୍ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରେ ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଭାରତରେ ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖାଦେବା ନେଇ ଆକଳନ କରିଥିଲା ଆମେରିକା ।

କେବେ ହାତ ପତାଇ ନାହିଁ ଭାରତ

ନିଜ ଆକଳନ ଅନୁଯାୟୀ ଆଧାର କରି ବ୍ରାଉନ୍ ଆମେରିକା ସରକାର ସବୁଠୁ ଅଧିକ ଖାଦ୍ୟଶସ୍ୟ ପାଇଁ ପ୍ରସ୍ତୁତ ରହିଥିଲା । ହେଲେ ସେତେବେଳେ ଭାରତ କୌଣସି ପ୍ରକାରେ ଏହାର ଘରୋଇ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇଥିଲା । ସେହି ସମୟରେ ଦେଶ ସ୍ୱାଧୀନତା ଲାଭ କରିବାର ମାତ୍ର 18 ବର୍ଷ ହୋଇଥିଲା । ବର୍ତ୍ତମାନ 75 ବର୍ଷ ପରେ, ଖାଦ୍ୟ ଶସ୍ୟ କ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଆସିଛି । ଭାରତ ଆଜି ଖାଦ୍ୟ ଉତ୍ପାଦନ କରିବା ସହିତ ଅନ୍ୟ ଦେଶମାନଙ୍କୁ ଖାଦ୍ୟ ଯୋଗାଉଛି । ଭାରତ ଯୋଗୁଁ ବିଶ୍ବର ଅନେକ ଦେଶ ଖାଦ୍ୟ ସଙ୍କଟରୁ ବଞ୍ଚିଯାଇଛନ୍ତି।

ଦୃତ ଗତିରେ ବଢୁଥିବା ଅର୍ଥନୀତି

ସ୍ୱାଧୀନତା ପରେ ଦୀର୍ଘ ବର୍ଷ ଧରି ମରୁଡ଼ି ପ୍ରୋକପ ଏବଂ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା ଭାରତ ବର୍ତ୍ତମାନ ବିଶ୍ବର ଅନ୍ୟ ଦେଶମାନଙ୍କୁ ଖାଦ୍ୟ ଶସ୍ୟ ରପ୍ତାନି କରୁଛି। ବାସ୍ତବରେ, ଗତ 75 ବର୍ଷ ମଧ୍ୟରେ ଭାରତ ଦୁନିଆର ସବୁଠାରୁ ଗରିବ ଦେଶରୁ ଉଠି ପୃଥିବୀର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି।

ବର୍ତ୍ତମାନ ଆମେ ବିଶ୍ବରର 5 ଟି ବୃହତ ଅର୍ଥନୀତିରେ ଅନ୍ତର୍ଭୁକ୍ତ ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ବିଶ୍ବର ଶ୍ରେଷ୍ଠ 3 ଅର୍ଥନୀତି ମଧ୍ୟରେ ସାମିଲ ହେବାକୁ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହି ସଫଳତା ସହଜରେ ଆସିନାହିଁ । ଭାରତୀୟଙ୍କ କଠିନ ପରିଶ୍ରମ ଏବଂ ସଂଘର୍ଷ ଦ୍ୱାରା ଏହା ସମ୍ଭବ ହୋଇଛି ।

75 ବର୍ଷରେ କେତେ ବଢିଛି ଭାରତର ଅର୍ଥବ୍ୟବସ୍ଥା ?

ସ୍ୱାଧୀନତାର 75 ବର୍ଷରେ, ଭାରତ ପ୍ରତ୍ୟେକ ଦିଗରେ ଅଗ୍ରଗତି କରିଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଦେଶର ଅଭିବୃଦ୍ଧି ହାର, ଯେଉଁଥିରେ ସମସ୍ତ ପ୍ରକାରର ସୁବିଧା ରୋଜଗାର ସହିତ ସଂଯୁକ୍ତ । 1947 ମସିହାରେ ସ୍ବାଧୀନତା ସମୟରେ ଭାରତର ଜିଡିପି ମାତ୍ର 2.7 ଲକ୍ଷ କୋଟି ଟଙ୍କା ଥିଲା ଏବଂ ଏହା ବିଶ୍ବର ଜିଡିପିର 3 ପ୍ରତିଶତରୁ କମ୍ ଥିଲା। 75 ବର୍ଷରେ, ଭାରତର ଜିଡିପି 55 ଗୁଣ ବୃଦ୍ଧି ପାଇ ପ୍ରାୟ 150 ଲକ୍ଷ କୋଟିରେ ପହଞ୍ଚିଛି ଏବଂ 2024 ସୁଦ୍ଧା ବିଶ୍ବର ଜିଡିପିରେ ଏହାର ଅଂଶ 10 ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

Har Ghar Tiranga: ଗର୍ବର ସହ ତ୍ରିରଙ୍ଗା ଉଡାଇଲା କୃଷି ଜାଗରଣ

HAR GHAR TIRANGA: ଦଶ ଦିନରେ 1 କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି, ଆପଣ ବି କରନ୍ତୁ ଅର୍ଡର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)