1. କୃଷି ଖବର

ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମଟି ବିକଶିତ ଭାରତ ଓ ରାଷ୍ଟ୍ରୀୟ ସେବା ଯୋଜନା ଆନୁକୂଲ୍ୟରେ ପରିଚାଳିତ ହୋଇଥିଲା ।

Tanushree Mahapatra
Tanushree Mahapatra
75th Bano Mahotsav celebrate in OUAT

75th Bano Mahotsav celebrate in OUAT

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟସ୍ଥ ବନ ମହାବିଦ୍ୟାଳୟ ରେ ୭୫ ତମ ବନମହୋତ୍ସବ ପାଳିତ ହୋଇଛି l ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବାମା ଶଙ୍କର ରଥ ଙ୍କ ପୌରୋହିତ୍ୟରେ ପାଳିତ ହୋଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମଟି ବନମହୋତ୍ସବର ବୈଶିଷ୍ଟ୍ୟ ସମ୍ବନ୍ଧ ରେ କର୍ମଶଳା, ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବନମହୋତ୍ସବ ଏବଂ ବିକଶିତ ଭାରତ ଗଠନ ନିମିତ୍ତ ସୁସ୍ଥ ପରିବେଶ ସମ୍ବନ୍ଧ ରେ ବକ୍ତୃତା ପ୍ରତିଯୋଗିତା , ତା'ପରେ ବିରଳ ପ୍ରଜାତିର ବୃକ୍ଷ ସଂରକ୍ଷଣ ନିମିତ୍ତ ପାଦପ ଉଦ୍ୟାନ ରେ ବୃକ୍ଷରୋପଣ କରାଯାଇଥିଲା ।

ଉକ୍ତ କର୍ମଶାଳାରେ ବକ୍ତବ୍ୟ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷ ବୃକ୍ଷର ପୃଥିବୀ ଏବଂ ମାନବ ସମାଜ ପ୍ରତି ଅବଦାନ ସମ୍ବନ୍ଧ ରେ ଅବତାରଣା କରିଥିଲେ । ସର୍ବ ଭାରତୀୟ କୃଷି ବନୀକରଣ ଯୋଜନାର ଓଡ଼ିଶା-ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୁଭାଷ ଚନ୍ଦ୍ର ମୋହାପାତ୍ର କୃଷି ବନୀକରଣ ଚାଷୀଙ୍କ ନିମିତ୍ତ ଅତ୍ୟାବଶ୍ୟକୀୟ ବୋଲି ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ଦେବାଶିଷ ସ୍ବାଇଁ କୃଷି ନିମିତ୍ତ ଜଙ୍ଗଲ ଅପରିହାର୍ଯ୍ୟ, ଦେଶର ପ୍ରଗତି ନିମିତ୍ତ ପର୍ଯ୍ୟାବରଣ ଅନିବାର୍ଯ୍ୟ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ବୈଜ୍ଞାନିକ ଡ. ନିରାକାର ଭୋଳ, ଡ଼. ଶାଶ୍ବତ ନାୟକ, ଡ଼. ତନ୍ମୟ ଲଲାଟେନ୍ଦୁ ମହାନ୍ତି, ଡ଼. ରଞ୍ଜନ କୁମାର କର, ଡ଼. ସ୍ମିଥା ଜି ନାୟାର, ଶ୍ରୀ ମାଧବ ଚନ୍ଦ୍ର ବେହେରା, ଶ୍ରୀ ସୁଶାନ୍ତ ଦାସ, ଡ଼. ମାନସ ଚନ୍ଦ୍ର ନାୟକ, ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଓ ଶ୍ରୀ ବିକ୍ରମ ପରିମାଣିକ ପ୍ରମୁଖ ଦେଶ ଗଠନ ନିମିତ୍ତ ଛାତ୍ର ମାନଙ୍କୁ ପରିବେଶ ସନ୍ତୁଳନ ଓ ବନଭୂମି ର ସୁରକ୍ଷା ନିମିତ୍ତ ଆହ୍ୱାନ ଦେଇଥିଲେ ।

ବକ୍ତବ୍ୟ ପ୍ରତିଯୋଗିତାରେ ବହୁ ମେଧାବୀ ଛାତ୍ରଛାତ୍ରୀ ନିଜ ଦେଶର ପ୍ରଗତି ନିମିତ୍ତ ସୁସ୍ଥ ପରିବେଶ ସହିତ ଯୁବ ପିଢ଼ିର ଯୋଗଦାନ ନିମିତ୍ତ ନିଜର ଭାବନା ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ବନ ବିଜ୍ଞାନୀ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଶିବାଶିଷ ମହାପାତ୍ର , ଅରୋପ୍ରସାଦ ଦାସ, ଅଭିନାଶ ରାଉତରାୟ, ସିତମ ତାଣ୍ଡି, ଦିବ୍ୟଂସୁ ସହ ଅନ୍ୟମାନେ ସହଯୋଗ କରିଥିଲେ ।

ପରିଶେଷରେ ପୂର୍ବତନ ଛାତ୍ରୀ ପ୍ରଜ୍ଞାଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମଟି ବିକଶିତ ଭାରତ ଓ ରାଷ୍ଟ୍ରୀୟ ସେବା ଯୋଜନା ଆନୁକୂଲ୍ୟରେ ପରିଚାଳିତ ହୋଇଥିଲା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ