News

୭ମ ୱାଟର ଏକ୍ସପୋ ୨୦୨୨ ରେ ଓଡିଶା ଜଳ ବିଭାଗ ସାମିଲ

ପ୍ରତିଥର ଏ ଭଳି ମଧ୍ୟ ୱାଟର ଏକ୍ସପୋ ଆୟୋଜିତ ହୋଇଛି ଗ୍ରେଟର ନୋଇଡା ଠାରେ l ଯେଉଁଠାରେ ଦେଶର ଅନେକ ରାଜ୍ୟରୁ କର୍ମଚାରୀ ମାନେ ଭାଗ ନେଇଛନ୍ତି ଏବଂ ନିଜ ରାଜ୍ୟ ରେ ହୋଇଥିବା ଜଳ ଉପରେ କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଇଥିଲେ ସମସ୍ତଙ୍କୁ l

05 November, 2022 5:28 PM IST By: Tanushree Mahapatra

ପ୍ରତିଥର ଏ ଭଳି ମଧ୍ୟ ୱାଟର ଏକ୍ସପୋ ଆୟୋଜିତ ହୋଇଛି ଗ୍ରେଟର ନୋଇଡା ( noida )ଠାରେ l ଯେଉଁଠାରେ ଦେଶର ଅନେକ ରାଜ୍ୟରୁ କର୍ମଚାରୀ ମାନେ ଭାଗ ନେଇଛନ୍ତି ଏବଂ ନିଜ ରାଜ୍ୟ ରେ ହୋଇଥିବା ଜଳ ଉପରେ କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଇଥିଲେ ସମସ୍ତଙ୍କୁ l ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( president draupadi murmu )ମଙ୍ଗଳବାର ଦିନ ଗ୍ରେଟର ନୋଏଡାରେ ଭାରତ ଜଳ ସପ୍ତାହ (IWW)( INDIA WATER EXPO 2022 ) ର ସପ୍ତମ ସଂସ୍କରଣର ଉଦଘାଟନ କରିଥିଲେ ।

ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ନଭେମ୍ବର ୧  ରୁ ୫  ପର୍ଯ୍ୟନ୍ତ ଭାରତ ଜଳ ସପ୍ତାହ (IWW) ର ସପ୍ତମ ସଂସ୍କରଣ ଆୟୋଜନ ହୋଇଛି । ଯେଉଁଠାରେ ଅନେକ ବଡ ବଡ ବ୍ୟବସାୟୀ ମଧ୍ୟ ମହଜୁଦ ଅଛନ୍ତି l

ଜନସଂଖ୍ୟା ବୃଦ୍ଧି ଏବଂ ସହରୀକରଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି କହିଛନ୍ତି, “ ବଢୁଥିବା ଜନସଂଖ୍ୟାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଆସନ୍ତା ବର୍ଷରେ ଏକ ବଡ଼ ଆହ୍ୱାନ ହେବ । ଜଳ ପ୍ରସଙ୍ଗ ବହୁମୁଖୀ ଏବଂ ଜଟିଳ, ଯେଉଁଥିପାଇଁ ସମସ୍ତଙ୍କ ପାଇଁ ପ୍ରୟାସ ଆବଶ୍ୟକ ”| କେନ୍ଦ୍ର ମନ୍ତ୍ରୀ ଜଲ ଶକ୍ତି ଗଜେନ୍ଦ୍ର ସିଂ ଶେଖୱାତ ୨୦୨୪  ସୁଦ୍ଧା ସମଗ୍ର ଭାରତରେ  ୧୦୦ ପ୍ରତିଶତ  ଜଳ ଉପଲବ୍ଧତା ସୁନିଶ୍ଚିତ କରିବାର ଦୃଷ୍ଟିକୋଣ ଘୋଷଣା କରିଛନ୍ତି ।

ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ରେ ସମଗ୍ର ବିଶ୍ୱରୁ ବିଶେଷଜ୍ଞ, ଯୋଜନାକାରୀ ଏବଂ ଭାଗଚାଷୀଙ୍କୁ ଏକାଠି କରିବାକୁ ସ୍ଥିର କରାଯାଇଥିଲା  । ଜଳ ଉତ୍ସ ବିକାଶର ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁଯାୟୀ ଏକ ପରିଚାଳନା ବ୍ୟବସ୍ଥା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲା ଏହି କାର୍ଯ୍ୟକ୍ରମ | ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନକୁ ନିୟନ୍ତ୍ରଣ କରିବା, ଗ୍ରାମାଞ୍ଚଳ-ସହରାଞ୍ଚଳରେ ଜଳ ସମ୍ପଦ ଉପରେ ନଜର ରଖିବା, ଜଳସେଚନ ପାଇଁ କୂଅ, ପମ୍ପ ଇତ୍ୟାଦି ସ୍ଥାପନ,ଜଳର ସୁରକ୍ଷା, ଚେକ୍ ଡ୍ୟାମ୍ ଏବଂ ଫିଲ୍ଡ ବଣ୍ଡ ପରି ବର୍ଷା ଜଳ ଅମଳ ସଂରଚନା, ଜଳ ଉତ୍ସକୁ ପ୍ରଦୂଷିତ ନକରିବା ଏହା ରା ଉପାୟ ଉପରେ ଲକ୍ଷ ରଖ ଯାଇଛି  | କେଉଁ ଜଳ ପରିଚାଳନା ଏବଂ କିପରି ଏହାର ସ୍ଥିରତା ହାସଲ କରାଯାଇପାରିବ ସେ ଦିଗରେ ଧ୍ୟାନ ଦିଆଯାଇଛି  |

ତେବେ ଏହାରି ଭିତରେ କୃଷି ଜାଗରଣ ର ଟିମ ସେଠାରେ ପହଞ୍ଚିଥିଲା l ଅନେକ ଷ୍ଟଲ ମଧ୍ୟରେ ଓଡିଶା ଜଳ ବିଭାଗ ର ଷ୍ଟଲ ମଧ୍ୟ ଦେଖିବାକୁ ମିଳିଥିଲା l

ଆମ କୃଷି ଜାଗରଣ ର ମାର୍କେଟିଙ୍ଗ ପ୍ରତିନିଧି ତାଙ୍କୁ ପଚାରିଥିଲେ କିଛି ପ୍ରଶ୍ନ l ସେଠାରେ ଜଳ ବିଭାଗର କିଛି ମାନ୍ୟଗଣ୍ୟ  ଉପସ୍ଥିତ ଥିଲେ ସେମାନେ ଓଡିଶା ସରକାରଙ୍କ ଦ୍ୱାରା ହୋଇଉଠିବା କେତେକ ମୁଖ୍ୟ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ଆମ ପ୍ରତିନିଧିଙ୍କର l ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଜଳ ସେଚନ ବ୍ୟବସ୍ଥା ଉପରେ ସେମାନେ କହିଥିଲେ l

ପାର୍ବତୀ ଗିରି ପ୍ରୋଜେକଟ , ପାଣି ପଞ୍ଚାୟତ, ଜଳ ଶକ୍ତି ଅଭିଯାନ ଓଡିଶା , ମାଇନର ଲିଫ୍ଟ ଇରିଗେସନ ଉପରେ ଆଲୋକପାତ କରିଥିଲେ l ଏହି ଯୋଜନା ତଥା ପ୍ରୋଜେକଟ ଗୁଡିକ କିପରି ରାଜ୍ୟରେ ସହଜ ସୁବିଧାରେ ରେ ଚାଷୀଙ୍କୁ ଜଳ ଯୋଗାଇ ପାରୁଛି ତାହା ବଖାଣି ଥିଲେ l ହଜାର ହଜାର ଲୋକ ଏହି ସୁବିଧା ପାଉଛନ୍ତି ଯାହାଦ୍ୱାରା ଚାଷ ମଧ୍ୟ ଉନ୍ନତ ମାନର ହୋଇପାରୁଛି l ତେବେ ଆଗକୁ ଜଳ କିପରି ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷିତ ହୋଇପାରିବ ସେ ବିଷୟରେ ମଧ୍ୟ ଆମ ପ୍ରତିନିଧିଙ୍କୁ କହିଥିଲେ ଓଡିଶା ଜଳ ବିଭାଗ ର ବିଭାଗୀୟ ଅଧିକାରୀମାନେ  l 

Kosovo: କୃଷି ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ

ରାୟଗଡାରେ ହେବ କୃଷି ଉନ୍ନତି ସମ୍ମିଳନୀ, ଚାଲିଛି ଜୋରଶୋରରେ ପ୍ରସ୍ତୁତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)