News

ସରକାର କର୍ମଚାରୀଙ୍କ ପାଇଁ ବଡ ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି!

ପୁଣି ଥରେ କେନ୍ଦ୍ର କର୍ମଚାରୀ ଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ମାର୍ଚ୍ଚ ୨୦୨୨ରେ ମହଙ୍ଗା ଭତ୍ତା ବୃଦ୍ଧି ପରେ ଜୁଲାଇ ୨୦୨୨ ରେ ମଧ୍ୟ ମହଙ୍ଗା ଭତ୍ତା DA ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

20 June, 2022 12:49 PM IST By: Sudesna Nayak

ପୁଣି ଥରେ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖୁସି ଖବର (GOOD NEWS)ଆସିବାକୁ ଯାଉଛି । ମାର୍ଚ୍ଚ ୨୦୨୨ରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପରେ ଜୁଲାଇ ୨୦୨୨ ରେ ମଧ୍ୟ ମହଙ୍ଗା ଭତ୍ତା DA ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କେନ୍ଦ୍ର କର୍ମଚାରୀ (Central Government Employees)ଚଳିତ ବର୍ଷ ଜୁଲାଇ ୧ରୁ ଦ୍ୱିତୀୟ ପର୍ଯ୍ୟାୟରେ ମହଙ୍ଗା ଭତ୍ତାରେ ବୃଦ୍ଧି ଘଟିବ ବୋଲି ଅପେକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ ୧ରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରାଯାଇପାରେ । ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି, ମହଙ୍ଗା ହୋଇଥିବା EMI ଦୃଷ୍ଟିକୁ ରଖି କେନ୍ଦ୍ର ସରକାର କର୍ମଚାରୀ (Central Government Employees)ଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ଏକ ବଡ଼ ଧରଣର ବୃଦ୍ଧି କରିବାକୁ ଯାଉଛନ୍ତି । ଏହାପୂର୍ବରୁ ମନେ କରାଯାଉଥିଲା ଯେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ ।

କିନ୍ତୁ ନିକଟରେ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସଙ୍କ ପାଇଁ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (All India Consumer Price Index for Industrial Workers) ର ହିଁ ଯେଉଁ ତଥ୍ୟ ଆସିଛି, ଯାହା ପରେ ମହଙ୍ଗା ଭତ୍ତା ୪ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀମାନେ (Central Government Employees)୩୪ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଉଛନ୍ତି । ଏହା ପୂର୍ବରୁ ଏହାକୁ ୩୮ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ମନେ କରାଯାଉଛି ଯେ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ପାଇବ । ଏପ୍ରିଲ୍ ମାସ ପାଇଁ ଅଲ-ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (All-India Consumer Price Index)ର ତଥ୍ୟକୁ ଦୃଷ୍ଟିରେ ରଖି ଏହି ଆକଳନ କରାଯାଉଛି ।

ଦେଶରେ ବଢୁଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଜୁଲାଇରେ ସରକାର ମହଙ୍ଗା ଭତ୍ତା (DA)ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ବୋଲି ଅନୁମାନ କରାଯାଉଛି । ଯଦି ଏପରି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ବେତନରେ ବଡ଼ ଧରଣର ବୃଦ୍ଧି ସମ୍ଭବ । ଯଦି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ ଏହା କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ଦରମା ୮,୦୦୦ରୁ ୨୭,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ ।

ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର (Central Government) ଙ୍କ ଏହି ନିଷ୍ପତ୍ତିର ପ୍ରଭାବ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କ ଉପରେ ପଡ଼ିବ । ମୁଦ୍ରାସ୍ଫୀତି ସହିତ EMI ମଧ୍ୟ ମହଙ୍ଗା ହେଉଛି, ଏପରି ପରିସ୍ଥିତିରେ ମହଙ୍ଗା ଭତ୍ତା ବୃଦ୍ଧି କେନ୍ଦ୍ର କର୍ମଚାରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇପାରେ । ସାଧାରଣତଃ ଜାନୁୟାରୀ ୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଏକ ଧାରା ରହିଛି, ଏପରି ପରିସ୍ଥିତିରେ ଜୁଲାଇରେ କର୍ମଚାରୀମାନଙ୍କୁ ବଡ଼ ଉପହାର ମିଳିପାରେ ।

ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR କୁ ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତରୁ ଉପକୁ ଅତିକ୍ରମ କରିଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତକୁ ବୃଦ୍ଧିଥିଲା, ଯାହା ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା ।

ପ୍ରକାଶ ଥାଉ ଯେ, କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ, ୫% ବଢ଼ିବ DA

ଆଉ ରହିବନି ପେନସନର ଟେନସନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)