1. କୃଷି ଖବର

ଆଉ ରହିବନି ପେନସନର ଟେନସନ

ଆସିଲା ଖୁସି ଖବର । ପେନସନ ହିତାଧିକାରୀଙ୍କୁ ହେଉଥିବା ଅସୁବିଧା କମ କରିବାକୁ ନୂଆ ନିୟମ ଆପଣାଇଛି ଇପିଏଫଓ (EPFO)। ସ୍ବାଧିନତାର ଅମୃତ ମହୋତ୍ସବ ଅଧିନରେ ଇପିଏଫଓ ପକ୍ଷରୁ ଅବସର ନେଉଥିବା କିଛି କର୍ମଚାରୀମାନଙ୍କୁ କିଛି ନୂଆ ସୁବିଧା ଦିଆଯାଉଛି ।

Sudesna Nayak
Sudesna Nayak
epfo latest update

epfo latest update

ଆସିଲା ଖୁସି ଖବର (GOOD NEWS)। ପେନସନ (Pensioners) ହିତାଧିକାରୀଙ୍କୁ ହେଉଥିବା ଅସୁବିଧା କମ କରିବାକୁ ନୂଆ ନିୟମ ଆପଣାଇଛି ଇପିଏଫଓ (EPFO)। ସ୍ବାଧିନତାର ଅମୃତ ମହୋତ୍ସବ ଅଧିନରେ ଇପିଏଫଓ (EPFO)ପକ୍ଷରୁ ଅବସର ନେଉଥିବା କିଛି କର୍ମଚାରୀମାନଙ୍କୁ କିଛି ନୂଆ ସୁବିଧା ଦିଆଯାଉଛି ।

ସୂଚନା ଅନୁଯାୟୀ, ଏଣିକି ଲାଇଫ ସାର୍ଟିଫିକେଟ (Life Certificate)ଦାଖଲ କରିବାର ଅନ୍ତିମ ଅବଧି( Deadline)ର ସର୍ତ ହଟାଇ ଦେଇଛନ୍ତି । ଏହା ସହିତ କର୍ମଚାରୀଙ୍କୁ ଅବସର ଦିନ ହିଁ ପେନସନ (PENSION) ପେମେଣ୍ଟ ଦିଆଯ଼ିବାର ବ୍ୟବସ୍ଥା କରାଯ଼ାଇଛି ।

କଣ କହୁଛି ଇପିଏଫଓ(EPFO)କାର୍ଯାଳୟ ,ସେ ବିଷୟରେ ଜାଣନ୍ତୁ...

ଇପିଏଫଓ ପକ୍ଷରୁ କରାଯ଼ାଇଥିବା ଟ୍ବିଟରେ କୁହାଯ଼ାଇଛି ଯେ ଇପିଏଫଓ (EPFO)ଦ୍ବାରା ନିର୍ବୋଧ ସେବା (ଅଂଶଦାତା ସେବା) ନିବୃତି ଦିନ ପେନସନ ଭରଣା ଆଦେଶ ପିପିଓ (PPO) ପ୍ରାପ୍ତ କରାଯ଼ାଇପାରିବ । ସମସ୍ତ ଆଞ୍ଚଳିକ କାର୍ଯ଼୍ଯାଳଯ ପ୍ରୟାସ ସେବା ନିବୃତି ନାମକ ମାସିକ ବେବିନାରର ଆଯୋଜନ କରୁଛନ୍ତି । ଏହି ସୁବିଧା ଯ଼ୋଗୁଁ ପ୍ରତୋକ ବର୍ଷ ଅବସର ନେଉଥିବା ପାଖାପାଖି 3 ଲକ୍ଷ କର୍ମଚାରୀ ଲାଭାନ୍ବିତ ହେବେ ।

କେବେ ବି ଜମା କରିପାରିବେ ଲାଇଫ ସାର୍ଟିଫିକେଟ, ସେ ବିଷୟରେ ଜାଣନ୍ତୁ...

ଏଣିକି ପେନସନ ହିତାଧିକାରୀ ଯ଼େବେ ଚାହିଁବେ ସେବେ ନିଜର ଜୀବନ ପ୍ରମାଣପତ୍ର ଜମା କରାଇପାରିବେ । ଏହା ଆଗାମୀ ଏକ ବର୍ଷ ପର୍ଯ଼୍ଯନ୍ତ ବୈଧ ରହିବ । ଆଗରୁ ପେନସନ (PENSION)ହିତାଧିକାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ଜମା କରାଇବାକୁ ପଡୁଥିଲା।

ଇପିଏଫଓ (EPFO) ଅନୁଯ଼ାଯୀ, ଇପିଏସ 95 ର ପେନସନ ହିତାଧିକାରୀ ବିନା କୌଣସି ଡେଡଲାଇନ ନିଜର ଲାଇଫ ସାର୍ଟିଫିକେଟ ଜମା କରାଇପାରିବେ । ଏହା ଆଗାମୀ ଏକ ବର୍ଷ ପର୍ଯନ୍ତ ବୈଧ ରହିବ ।

ବେସରକାରୀ କ୍ଷେତ୍ରର ଏହି କର୍ମଚାରୀଙ୍କୁ ମିଳିବ ଆସ୍ବସ୍ତି ,ସେ ବିଷୟରେ ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଇପିଏସ 95 ଯ଼ୋଜନା ଅଧିନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଏଭଳି କର୍ମଚାରୀଙ୍କ ପାଇଁ ଲାଇଫ ସାର୍ଟିଫିକେଟ ଦାଖଲ କରିବାର ନିଯମକୁ 2019ରେ ସମାପ୍ତ କରିଦେଇଥିଲା । ତେବେ ବର୍ତ୍ତମାନ ଇପିଏଫଓ (EPFO)ର ନୂଆ ନିଯମ ଯ଼ୋଗୁଁ ବେସରକାରୀ କ୍ଷେତ୍ରରେ କା୍ମ କରୁଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ ।

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର,ପରିବାରକୁ ମିଳିବ ୧.୨୫ ଲକ୍ଷ ଟଙ୍କା ପେନସନ ରାଶି

ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ମିଳିବ ରିଟର୍ଣ୍ଣ ଗ୍ୟାରେଣ୍ଟି; ଜାଣନ୍ତୁ ସରକାରଙ୍କ ପ୍ଲାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments