
7th pay commission central government employees salary can be increased in march
କେନ୍ଦ୍ର କର୍ମଚାରୀ (Central Employee)ଙ୍କ ପାଇଁ ଖୁସି ଖବର (Good News) ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର (central government)। କେନ୍ଦ୍ର ସରକାର (central government) ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କ ଦରମାରେ ବଡ଼ ଧରଣର ବୃଦ୍ଧି କରିବାକୁ ଯାଉଛନ୍ତି ।
ବାସ୍ତବରେ, କେନ୍ଦ୍ର ସରକାର (central government)ମହଙ୍ଗା ଭତ୍ତା ବୃଦ୍ଧି କରିବା ଦିଗରେ ଚିନ୍ତା କରୁଛନ୍ତି । ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ଯେଉଁଥିରେ ୩ ପ୍ରତିଶତ ବୃଦ୍ଧି କରାଇ ୩୪ ପ୍ରତିଶତ କରାଯିବ । ଏହାର ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ଆହୁରି ବୃଦ୍ଧି ଦେଖିବାକୁ ମିଳିବ ।
ସେହିପରି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ DA(Dearness allowance)ବୃଦ୍ଧି ନେଇ ଅପେକ୍ଷା ରହିଛି । ଏବେ ଔପଚାରିକ ଭାବେ ମହଙ୍ଗା ଭତ୍ତା ବଢାଇବା ନେଇ କୌଣସି ସୂଚନା ଜାରି କରାଯାଇନାହିଁ ।
ମାତ୍ର କିଛି ରିପୋର୍ଟ ଅନୁଯାୟୀ, ରଙ୍ଗର ପର୍ବ ହୋଲି (Holi)ଅବସର ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କୁ ଖୁସି ଖବର (Good News) ମିଳିଯାଇପାରେ । ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ କେନ୍ଦ୍ର ସରକାର (central government)ଏକ ବଡ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ଅର୍ଥରେ, ହୋଲି (Holi)ପର୍ବରେ କର୍ମଚାରୀଙ୍କ ବେତନରେ ଏକ ବଡ଼ ବୃଦ୍ଧି ଦେଖା ଦେଇପାରେ । କର୍ମଚାରୀ ତଥା ପେନସନଭୋଗୀମାନେ (Pensioners) ମାର୍ଚ୍ଚ ମାସରେ ବଡ ସୁବିଧା ପାଇପାରିବେ । ମହଙ୍ଗା ଭତ୍ତା ବୃଦ୍ଧି ହେତୁ ପେନସନ୍ ମଧ୍ୟ ବୃଦ୍ଧି ପାଇବାରେ ଆଶା ରହିଛି ।
ସୂତ୍ର ଅନୁସାରେ, ଏ ଖବର ସାମ୍ନାକୁ ଆସୁଛି ଯେ, ଜାନୁଆରୀ ୨୦୨୨ ପାଇଁ କେନ୍ଦ୍ର ସରକାର (central government) ଖୁବଶୀଘ୍ର ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି । ସରକାର ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିବେ । ଯଦି ଆକଳନ କରାଯାଏ ମହଙ୍ଗା ଭତ୍ତା ବୃଦ୍ଧି ହେଲେ ତାହା ୩ ପ୍ରତିଶତ ବଢି ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇବ । ଏହାର ସିଧାସଳଖ ପ୍ରଭାବ କର୍ମଚାରୀଙ୍କ ବେତନ (Salary) ଉପରେ ଦେଖିବାକୁ ମିଳିବ । କର୍ମଚାରୀଙ୍କ ଆର୍ଥିକ ଜୀବନକୁ ସୁଦୃଢ କରିବାକୁ ସବୁ ସରକାର ନିଜ ନିଜର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି ।
ଏହି ଭତ୍ତା ସାର୍ବଜନିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ମିଳିଥାଏ । ପ୍ରତିବର୍ଷ ୬ ମାସର ବ୍ୟବଧାନରେ ୨ ଥର ମହଙ୍ଗା ଭତ୍ତା ପରେ ବିଚାର କରାଯାଇଥାଏ । ତତକାଳିନ ସ୍ଥିତିକୁ ଦେଖି ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଥାଏ ।
ପ୍ରକାଶ ଥାଉ ଯେ, ପ୍ରତିବର୍ଷ ଜାନୁଆରୀ (January)ଓ ଜୁଲାଇ (July)ମାସରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ସମ୍ଭାବନା ଦେଖାଦେଇଥାଏ । ବର୍ଷ ୨୦୨୨ ରେ ଏବେ ଜାନୁଆରୀ ମାସର ମହଙ୍ଗା ଭତ୍ତା ବୃଦ୍ଧି ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇପାରେ । ଲୋକଙ୍କ ବର୍ଷ ମଧ୍ୟରେ ୯୦ ହଜାର ଟଙ୍କାର ଫାଇଦା କେବଳ ଡିଏ DA(Dearness allowance) ବୃଦ୍ଧିରେ ହିଁ ମିଳିଥାଏ ।
7th Pay Commission: ଗୁଡ ନ୍ୟୁଜ ; କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି, ମିଳିପାରେ ବକେୟା
Share your comments