1. କୃଷି ଖବର

7th Pay Commission: ଚାକିରିଆ ଓ ପେନସନଭୋଗୀଙ୍କୁ ମିଳିବ ହୋଲି ଉପହାର

ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ ହେବ ବୋଲି ଆଶା । ଜାନୁଆରୀ ମାସ ଶେଷ ହେବାକୁ ଯାଉଛି ଓ ଏହି ମାସର ଶେଷ ଦିନରେ ଅର୍ଥାତ୍ ୩୧ ଜାନୁୟାରୀ ୨୦୨୩ କେନ୍ଦ୍ର କର୍ମଚାରୀ ମାନଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ।

Sudesna Nayak
Sudesna Nayak
7th Pay Commission central government may increase dearness allowance for central government employees before holi 2023

7th Pay Commission central government may increase dearness allowance for central government employees before holi 2023

ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ ହେବ ବୋଲି ଆଶା । ଜାନୁଆରୀ ମାସ ଶେଷ ହେବାକୁ ଯାଉଛି ଓ ଏହି ମାସର ଶେଷ ଦିନରେ ଅର୍ଥାତ୍ ୩୧ ଜାନୁୟାରୀ ୨୦୨୩ କେନ୍ଦ୍ର କର୍ମଚାରୀ ମାନଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି ।

ଆସନ୍ତାକାଲି କେନ୍ଦ୍ର କର୍ମଚାରୀମାନେ ନୂତନ ବର୍ଷର ପ୍ରଥମ ଉପହାର ପାଇପାରନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ସିଧାସଳଖ ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ । ଯଦି ଏହା ସତ ହୁଏ ତେବେ ଅନେକ କର୍ମଚାରୀ ଏଥିରେ ଲାଭବାନ ହୋଇପାରିବେ l

ପ୍ରକୃତରେ ଜାନୁଆରୀ ୩୧ରେ ତଥା ଆଜି ନୂତନ ମୁଦ୍ରାସ୍ଫୀତି ଆକଳନ ଆସିବାକୁ ଯାଉଛି । ଏହି ଆକଳନ ସ୍ଥିର କରିବ ଯେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଓ ପେନସନ୍ କେତେ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, AICPI ଇଣ୍ଡେକ୍ସର ଡାଟା ପ୍ରତ୍ୟେକ ମାସର ଶେଷ ତାରିଖରେ ପ୍ରକାଶିତ ହୁଏ । ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ ।

ଅନ୍ୟପଟେ ଯଦି ସୂଚକାଙ୍କରେ ଗୋଟିଏ ପଏଣ୍ଟ ବୃଦ୍ଧି ହୁଏ, ତେବେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧, ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୌଠକରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଯଦି ଏହା ଘଟେ, ମାର୍ଚ୍ଚ ୩୧ ଠାରୁ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇପାରିବେ ଓ ପେନସନଭୋଗୀମାନଙ୍କୁ ବର୍ଦ୍ଧିତ ପେନସନ୍ ମଧ୍ୟ ମିଳିପାରେ । କେବଳ ଏତିକି ନୁହେଁ, ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ଅର୍ଥ ରାଶି ସହିତ ଆକାଉଣ୍ଟକୁ ଆସିବ ।

DA କଣ ଓ ଏହା କାହିଁକି ବୃଦ୍ଧି କରାଯାଏ ? ଜାଣନ୍ତୁ...

ମହଙ୍ଗା ଭତ୍ତା କେବଳ ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀଙ୍କ ବେତନର ଏକ ଅଂଶ । ଏହାର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ କରିବା । ବଢୁଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଦରମା ସମୟ ସମୟରେ ବଦଳିଯାଏ । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ଡିଏ (DA)କୁ ଦୁଇଥର ସଂଶୋଧନ କରାଯାଏ । ଡିଏ (DA)ଜୀବନର ମୂଲ୍ୟ ସହିତ ଜଡିତ । କର୍ମଚାରୀମାନେ ସହରାଞ୍ଚଳ, ଅର୍ଦ୍ଧ ସହରୀ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟ କରନ୍ତି କି ନାହିଁ ଏହା ଉପରେ ନିର୍ଭର କରେ । ୨୦୦୬ରେ, କେନ୍ଦ୍ର ସରକାର ଭତ୍ତା ହିସାବର ସୂତ୍ର ବଦଳାଇଲେ । ବର୍ତ୍ତମାନ ଏହା ନୂଆ ସୂତ୍ରରେ ଗଣନା କରାଯାଇଛି ।

ଯଦି ଡିଏ (DA)୩% ବୃଦ୍ଧି ହୁଏ, ତେବେ ଦରମା କେତେ ବୃଦ୍ଧି ପାଇବ ? ଜାଣନ୍ତୁ...

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ମୌଳିକ ଦରମା ମାସକୁ ୨୦,୦୦୦ ଟଙ୍କା ଓ ଯଦି ଡିଏ (DA) ୩ ପ୍ରତିଶତ ବୃଦ୍ଧି ହୁଏ, ତା’ହେଲେ ୩୪% ମହଙ୍ଗା ଭତ୍ତା ଅନୁଯାୟୀ ଦରମା ୬,୮୦୦ ଟଙ୍କା ବୃଦ୍ଧି ପାଇବ । ଯେହେତୁ ମହଙ୍ଗା ଭତ୍ତା ମୌଳିକ ବେତନ ସହିତ ଜଡିତ, ଏଥିରେ ବୃଦ୍ଧି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି (ପିଏଫ୍), ଗ୍ରାଚ୍ୟୁଇଟି ରାଶି ଓ ଭ୍ରମଣ ଭତ୍ତା ପରି ମୌଳିକ ବେତନ ସହିତ ଜଡିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି କରିବ ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

7th Pay Commission: ୧୮ ମାସର ଅଟକି ରହିଥିବା ମହଙ୍ଗା ଭତ୍ତାକୁ ନେଇ ଖୁବ ଶୀଘ୍ର ମିଳିବ ଖୁସି ଖବର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments