1. କୃଷି ଖବର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର! DAବଢ଼ିବ ୫%

ବର୍ତ୍ତମାନ, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି, ଯାହାକୁ ସେମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧ରୁ ବୃଦ୍ଧି ହେବାକୁ ଯାଉଛି ।

Sudesna Nayak
Sudesna Nayak
7th pay commission central govt employees DA hiked by 5 from july

7th pay commission central govt employees DA hiked by 5 from july

ବର୍ତ୍ତମାନ, କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ଏକ ଖୁସି ଖବର (GOOD NEWS)ଆସିଛି, ଯାହାକୁ ସେମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance)ଜୁଲାଇ ୧ ରୁ ବୃଦ୍ଧି ହେବାକୁ ଯାଉଛି ।

ସୂତ୍ର ଅନୁସାରେ, ଜୁଲାଇ (july)୧ ରୁ ସରକାର ମହଙ୍ଗା ଭତ୍ତା (Dearness Allowance)କୁ ୫ ପ୍ରତିଶତ ବୃଦ୍ଧି କରିପାରିବେ । ଏହା ପରେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ଦରମା କେତେ ବୃଦ୍ଧି ପାଇବ ଚାଲନ୍ତୁ ଜାଣିବା...

ପୁଣି ବଢ଼ିବ ମହଙ୍ଗା ଭତ୍ତା!

ମହଙ୍ଗା ଭତ୍ତାର ବୃଦ୍ଧି AICPIର ତଥ୍ୟ ଉପରେ ନିର୍ଭର କରେ । ୨୦୨୨ ମାର୍ଚ୍ଚରେ AICPI ସୂଚକାଙ୍କରେ ଏକ ଜମ୍ପ ହୋଇଥିଲା, ଏହା ପରେ ଏହା ନିଶ୍ଚିତ ଯେ ସରକାର ମହଙ୍ଗା ଭତ୍ତା (DA) କୁ ୩ ନୁହେଁ, ୫ ପ୍ରତିଶତ ବୃଦ୍ଧି କରିପାରିବେ । ଯଦି ଏହା ଅନୁମୋଦିତ ହୁଏ, ତେବେ କର୍ମଚାରୀଙ୍କ DA ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇବ। ଯଦି ଏହା ଘଟେ, କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ଦରମା ୨୭ ହଜାରରୁ ଅଧିକ ହୋଇପାରେ ।

AICPI ସୂଚକାଙ୍କ ପହଞ୍ଚିଲା,ଜାଣନ୍ତୁ...

ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସ ପାଇଁ, AICPI ସୂଚକାଙ୍କରେ ହ୍ରାସ ଘଟିଥିଲା, କିନ୍ତୁ ଏହା ପରେ AICPIର ସଂଖ୍ୟା ବୃଦ୍ଧି ପାଉଛି । ଜାନୁଆରୀରେ ୧୨୫.୧, ଫେବୃଆରୀରେ ୧୨୫ ଓ ମାର୍ଚ୍ଚରେ ଗୋଟିଏ ପଏଣ୍ଟ ୧୨୬କୁ ବୃଦ୍ଧି ପାଇଲା । ବର୍ତ୍ତମାନ ଏପ୍ରିଲ ପାଇଁ ଆକଳନ ମଧ୍ୟ ବାହାରିଛି । ଏପ୍ରିଲ ପାଇଁ ତଥ୍ୟ ଅନୁଯାୟୀ, AICPI ସୂଚକାଙ୍କ ୧୨୭.୭କୁ ଖସି ଆସିଛି । ଏଥିରେ ୧.୩୫ ପ୍ରତିଶତ ବୃଦ୍ଧି ଘଟିଛି, ଅର୍ଥାତ୍ ବର୍ତ୍ତମାନ ଯଦି ମେ ଓ ଜୁନର ତଥ୍ୟ ୧୨୭ ଅତିକ୍ରମ କରେ, ତେବେ ଏହା ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଦରମା କେତେ ବୃଦ୍ଧି ପାଇବ? ଜାଣନ୍ତୁ...

ଯଦି ସରକାର ଡିଏକୁ ୫% ବୃଦ୍ଧି କରନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ DA ୩୪%ରୁ ୩୯% କୁ ବୃଦ୍ଧି ପାଇବ । ବର୍ତ୍ତମାନ ଆସନ୍ତୁ ଦେଖିବା ସର୍ବାଧିକ ଓ ସର୍ବନିମ୍ନ ମୌଳିକ ବେତନରେ କେତେ ବୃଦ୍ଧି ହେବ ।

ସର୍ବାଧିକ ମୌଳିକ ଦରମା ଉପରେ ଗଣନା,ଜାଣନ୍ତୁ...

୧. କର୍ମଚାରୀଙ୍କ ମୌଳିକ ଦରମା ୫୬,୯୦୦ ଟଙ୍କା
୨. ନୂଆ ମହଙ୍ଗା ଭତ୍ତା (୩୯%) ୨୨,୧୯୧ / ମାସ
୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୪%) ୧୯,୩୪୬/ ମାସ
୪. କେତେ ମହଙ୍ଗା ଭତ୍ତା ୨୧,୬୨୨-୧୯,୩୪୬ = ମାସରେ ୨,୮୪୫ ଟଙ୍କା ହିଁ ବୃଦ୍ଧି ପାଇଲା
୫. ବାର୍ଷିକ ଦରମା ୨,୮୪୫X୧୨ = ୩୪,୧୪୦ ଟଙ୍କା ହିଁ ବୃଦ୍ଧି

ସର୍ବନିମ୍ନ ମୌଳିକ ଦରମା ଉପରେ ଗଣନା,ଜାଣନ୍ତୁ...

୧. କର୍ମଚାରୀଙ୍କ ମୌଳିକ ଦରମା ୧୮,୦୦୦ ଟଙ୍କା
୨. ନୂଆ ମହଙ୍ଗା ଭତ୍ତା (୩୯%) ୭,୦୨୦ / ମାସ
୩. ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୪%) ୬୧୨୦ / ମାସ
୫. କେତେ ମହଙ୍ଗା ଭତ୍ତା ୭୦୨୦-୬୧୨୦ = ୯୦୦/ ମାସରେ ବୃଦ୍ଧି ପାଇଲା
୫. ବାର୍ଷିକ ଦରମା ୯୦୦X୧୨ = ୧୦,୮୦୦ ଟଙ୍କା ବୃଦ୍ଧି

ଆସିଲା ଆଉ ଏକ ଖୁସି ଖବର, କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ DA!

7th Pay Commission: ଜୁଲାଇରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments