1. କୃଷି ଖବର

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA),ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ପ୍ରତିଶତ ଥିଲା, ତାହା ବୃଦ୍ଧି ଘଟି ୨୨ ପ୍ରତିଶତରେ ପହଞ୍ଚିଛି । ଯାହା ଫଳରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଦେଖାଦେବ ।

Sudesna Nayak
Sudesna Nayak
7th pay commission chhattisgarh government employees da hike state government dearness allowance

7th pay commission chhattisgarh government employees da hike state government dearness allowance

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA),ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ପ୍ରତିଶତ ଥିଲା, ତାହା ବୃଦ୍ଧି ଘଟି ୨୨ ପ୍ରତିଶତରେ ପହଞ୍ଚିଛି । ଯାହା ଫଳରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଦେଖାଦେବ ।

ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ (State Government Employees)ଙ୍କ ପାଇଁ ଏକ ଖୁସି ଖବର ରହିଛି । ରବିବାର ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସର (International Labour Day) ରେ ଛତିଶଗଡ ସରକାର (Chhattisgarh Government) ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଟ୍ୱିଟର ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, "ଆଜି ଆମେ କର୍ମଚାରୀଙ୍କ ସ୍ୱାର୍ଥରେ ଏକ ବଡ଼ ନିଷ୍ପତ୍ତି ନେଇଛୁ । ମୁଁ ସରକାରୀ କର୍ମଚାରୀ (Government Employees)ଙ୍କ ମହଙ୍ଗା ଭତ୍ତାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘୋଷଣା କରୁଛି । ଏହି ଦର ଆଜି ମେ ୨ ରୁ ଲାଗୁ ହେବ ।"

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA),ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ପ୍ରତିଶତ ଥିଲା, ତାହା ବୃଦ୍ଧି ଘଟି ୨୨ ପ୍ରତିଶତରେ ପହଞ୍ଚିଛି । ଯାହା ଫଳରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଦେଖାଦେବ ।

ସେହିପରି ମେ' ୧ରେ ମଧ୍ୟ ଗୁଜରାଟ ଫାଉଣ୍ଡେସନ୍ ଦିବସ (Gujarat Foundation Day) ଅବସରରେ ଗୁଜୁରାଟର ସରକାରୀ କର୍ମଚାରୀ ଓ ପେନସନଭୋଗୀ (Pensioners)ମାନଙ୍କ ପାଇଁ ଖସି ନେଇଆସିଛି । ଏହି ଅବସରରେ ଗୁଜରାଟ ସରକାର (Gujarat Government) ମଧ୍ୟ ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)ବୃଦ୍ଧି କରିବାକୁ ହିଁ ଘୋଷଣା କରିଛନ୍ତି ।

ଗୁଜୁରାଟ ସରକାର (Gujarat Government) ଙ୍କ ହିଁ ଏହି ବଡ଼ ଘୋଷଣାରୁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Government Employees)ଓ ପେନସନଭୋଗୀ ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀ (Pensioners)ମାନେ ଜୁଲାଇ ୧, ୨୦୨୧ରୁ ବର୍ଦ୍ଧିତ DA ର ଲାଭ ପାଇବେ ।

ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ସେହି ଲୋକମାନେ ହିଁ ଉପକୃତ ହେବାକୁ ଯାଉଛନ୍ତି ଯେଉଁମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ଲାଭ ପାଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟରେ ଏହି ବର୍ଗର କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ହେଉଛି ୯.୩୮ ଲକ୍ଷ ।

ପ୍ରକାଶ ଥାଉ ଯେ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

ବଢ଼ିବନି କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର! ଜାଣନ୍ତୁ ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments