News

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ,ଏହି ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା!

ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ମାର୍ଚ୍ଚ ୨୦୨୨ରେ ମହଙ୍ଗା ଭତ୍ତା ବୃଦ୍ଧି ପରେ ଜୁଲାଇ ୨୦୨୨ ରେ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

04 May, 2022 4:44 PM IST By: Sudesna Nayak

ପୁଣି ଥରେ କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ପାଇଁ ଏକ ବଡ଼ ଖୁସି ଖବର (GOOD NEWS) ଆସିବାକୁ ଯାଉଛି । ମାର୍ଚ୍ଚ ୨୦୨୨ରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପରେ ଜୁଲାଇ ୨୦୨୨ ରେ ମଧ୍ୟ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ହିଁ, ଜାନୁଆରୀ ଓ ଫେବୃଆରୀର AICP Index ହ୍ରାସ ପରେ ମାର୍ଚ୍ଚରେ ହିଁ ଏଥିରେ ଏକ ବଡ଼ ବୃଦ୍ଧି ଆସିଛି । ଏହି ତଥ୍ୟ ଜାରି ହେବା ପରେ ହିଁ ମହଙ୍ଗା ଭତ୍ତା (DA) ବୃଦ୍ଧିର ଆଶା ବଢ଼ିଛି ।

ଚଳିତ ବର୍ଷ ହିଁ ଜାନୁୟାରୀରେ AICPI ସୂଚକାଙ୍କ ସଂଖ୍ୟା ହିଁ ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫ କୁ ଖସିଆସିଛି । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬ କୁ ହିଁ ପହଞ୍ଚିଛି ।

କହିବାକୁ ଗଲେ ହିଁ, ବର୍ତ୍ତମାନ ମାର୍ଚ୍ଚ ଡାଟା ଆସିବା ପରେ ହିଁ ଜୁଲାଇରେ ୩ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance) ବଢ଼ିବାର ସମ୍ଭାବନା ଦେଖାଦେଇଛି । ତେବେ ଏପ୍ରିଲ୍, ମେ ଏବଂ ଜୁନ ମାସରେ ସଂଖ୍ୟା ଆସିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ହିଁ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉ ଯେ, ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (Dearness Allowance)ଜୁଲାଇରେ ହିଁ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)