News

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

ଆସିଲା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୁଣି ବଢ଼ିବ ଦରମା । ଜାଣନ୍ତୁ...

02 May, 2022 2:49 PM IST By: Sudesna Nayak

ଆସିଲା ସରକାରୀ କର୍ମଚାରୀ (State Government Employees)ଙ୍କ ପାଇଁ ଖୁସି ଖବର (GOOD NEWS)। ପୁଣି ବଢ଼ିବ ଦରମା । ଜାଣନ୍ତୁ...

ସୂଚନା ଅନୁଯାୟୀ, ମେ' ମାସର ପ୍ରଥମ ତାରିଖ ଭାରତର ଦୁଇଟି ରାଜ୍ୟ ପାଇଁ ଖାସ୍ ହୋଇଥାଏ । ଏହି ଦିନ ଅର୍ଥାତ୍ ମେ ୧ ରେ ଗୁଜରାଟ (Gujarat) ଓ ମହାରାଷ୍ଟ୍ର (Maharashtra) ର ରାଜ୍ୟ ଗଠନ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଉଭୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁଜୁରାଟ ସରକାର (Gujarat Government) ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚଳିତ ବର୍ଷର ଫାଉଣ୍ଡେସନ ଦିବସ (Gujarat Foundation Day) କୁ ସ୍ମରଣୀୟ କରିଦେଇଛନ୍ତି । ଫାଉଣ୍ଡେସନ ଦିବସ ଅବସରରେ ହିଁ ସରକାରୀ କର୍ମଚାରୀ (Gujarat Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଗୁଜୁରାଟ ସରକାର (Gujarat Government) ଙ୍କ ଏହି ବଡ଼ ଘୋଷଣାରୁ ହିଁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Employees) ଓ ପେନସନଭୋଗୀ (pensioners) ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଜୁଲାଇ ୧, ୨୦୨୧ରୁ ବର୍ଦ୍ଧିତ DA ର ଲାଭ ପାଇବେ । ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ସେହି ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି ଯେଉଁମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ଲାଭ ପାଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟରେ ଏହି ବର୍ଗର କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ହେଉଛି ୯.୩୮ ଲକ୍ଷ ।

ଗତ ୧୦ ମାସର ବକେୟା ସମସ୍ତ କର୍ମଚାରୀ (Employees) ଓ ପେନସନଭୋଗୀ (pensioners)ଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଗତ ୧୦ ମାସର DA ବକେୟା ହିତାଧିକାରୀଙ୍କୁ ଦୁଇଟି ସମାନ କିସ୍ତିରେ ଦିଆଯିବ । ପ୍ରଥମ ପାଞ୍ଚ ମାସ ପାଇଁ ବକେୟା ପ୍ରଥମ କିସ୍ତି ମେ ୨୦୨୨ର ଦରମା ଓ ପେନସନ (pension)ସହିତ ଯୋଡ଼ି ଆସିବ । ପରବର୍ତ୍ତୀ ପାଞ୍ଚ ମାସର ବକେୟା ଦ୍ୱିତୀୟ କିସ୍ତି ଜୁନ୍ ୨୦୨୨ର ଦରମା ସହିତ ଦିଆଯିବ । ଏହିପରି ମେ ମାସରୁ ଲାଭାର୍ଥି କର୍ମଚାରୀ (Employees) ଓ ପେନସନଭୋଗୀ (pensioners)ମାନେ ପୂର୍ବ ଅପେକ୍ଷା ହିଁ ଅଧିକ ଟଙ୍କା ପାଇବା ଆରମ୍ଭ କରିବେ ।

ପ୍ରକାଶ ଥାଉ ଯେ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର (Modi Government)ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ (Employees) ଓ ପେନସନଭୋଗୀ (pensioners)ଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।

ବଢ଼ିବନି କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର! ଜାଣନ୍ତୁ ...

ମେ ୨ ତାରିଖରେ ଆସିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା! କେତେ ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)