1. କୃଷି ଖବର

ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ଅପଡେଟ; ୮ ହଜାର ଟଙ୍କା ବଢ଼ିବ କର୍ମଚାରୀଙ୍କ ଦରମା

ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ଉପରେ ସରକାର ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି । ଏହା ଅଧୀନରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ରୁ ୨୬୦୦୦ କୁ ବୃଦ୍ଧି ପାଇବ ।

Sudesna Nayak
Sudesna Nayak
7th pay commission update salary of government employees will increase by minimum rs 8000

7th pay commission update salary of government employees will increase by minimum rs 8000

ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି ଉପରେ ସରକାର ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି । ଏହା ଅଧୀନରେ କର୍ମଚାରୀ (Employees)ଙ୍କ ସର୍ବନିମ୍ନ ଦରମା ୧୮୦୦୦ ରୁ ୨୬୦୦୦ କୁ ବୃଦ୍ଧି ପାଇବ ।

ସୂଚନା ଅନୁୟାୟୀ, ବର୍ତ୍ତମାନ କର୍ମଚାରୀ ୨.୫୭ % ଆଧାରରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ଅଧୀନରେ ଦରମା ପାଉଛନ୍ତି, ଯାହାକି ୩.୬୮% କୁ ବୃଦ୍ଧି କରାଯାଇଛି । ତେବେ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ୮,୦୦୦ ଟଙ୍କା ବୃଦ୍ଧି ପାଇବ ।

ଯଦି ଫିଟମେଣ୍ଟ ଫ୍ୟାକ୍ଟର (Fitment Factor)କୁ ୩.୬୮ ପ୍ରତିଶତକୁ ବୃଦ୍ଧି କରାଯାଏ ତେବେ କର୍ମଚାରୀଙ୍କ ମୌଳିକ ଦରମା ୨୬ ହଜାର ଟଙ୍କା ହେବ । ବର୍ତ୍ତମାନ ଯଦି ଆପଣଙ୍କର ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କା, ତେବେ ଭତ୍ତା ବାବଦକୁ ବାଦ ଦେଇ ଆପଣ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଅନୁଯାୟୀ ୪୬, ୨୬୦ଟଙ୍କା ପାଇବେ । ବର୍ତ୍ତମାନ ଯଦି ଫିଟମେଣ୍ଟ ଫ୍ୟାକ୍ଟର ୩.୬୮% ହୁଏ ତେବେ ଆପଣଙ୍କ ଦରମା ୯୫,୬୮୦ ହେବ ।

ପ୍ରକାଶ ଥାଉ ଯେ, କେନ୍ଦ୍ର କ୍ୟାବିନେଟ ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗର ସୁପାରିଶକୁ ଅନୁମୋଦନ କରିଥିଲା । ପ୍ରବେଶ ସ୍ତରରେ ମୌଳିକ ଦରମା ୭,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି ହୋଇଥବା ବେଳେ ସର୍ବୋଚ୍ଚ ସ୍ତରର ସଚିବଙ୍କୁ ୯୦,୦୦୦ ରୁ ୨.୫ଲକ୍ଷ ଟଙ୍କାକୁ ବୃଦ୍ଧି କରଯାଇଛି । ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ପାଇଁ ପ୍ରାରମ୍ଭିକ ଦରମା ୫୬,୧୦୦ଟଙ୍କା ଥିଲା ।

ବଢ଼ିବନି କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର! ଜାଣନ୍ତୁ ...

ସରକାରୀ କର୍ମଚାରୀଙ୍କୁ ଝଟକା; ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ଅପଡେଟ୍,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments