1. କୃଷି ଖବର

7th Pay Commission:ଗୁଡ ନ୍ୟୁଜ ; ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ, ଜାଣନ୍ତୁ...

କେନ୍ଦ୍ର ସରକାରୀ କର୍ମଚାରୀମାନେ ହୋଲି ପୂର୍ବରୁ ଦରମା ବୃଦ୍ଧିର ଉପହାର ପାଇପାରିବେ ।

Sudesna Nayak
Sudesna Nayak
7th pay commission updates central government may increase da and hra of employees

7th pay commission updates central government may increase da and hra of employees

କେନ୍ଦ୍ର ସରକାରୀ କର୍ମଚାରୀ (Central government employees)ମାନେ ହୋଲି (Holi) ପୂର୍ବରୁ ଦରମା ବୃଦ୍ଧିର ଉପହାର ପାଇପାରିବେ ।

ସୂଚନା ଅନୁୟାୟୀ, କେନ୍ଦ୍ରୀୟ କର୍ମଚାରୀ (Central Employees)ମାନେ ମହଙ୍ଗା ଭତ୍ତା ଡିଏ DA(Dearness allowance)ଓ ମହଙ୍ଗା ରିଲିଫ୍ (ଡିଆର) ଓ ହାଉସିଂ ରେଣ୍ଟାଲ୍ ଆଲାଉନ୍ସ (ଏଚଆରଏ) ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି । ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୋଲି (Holi)ପୂର୍ବରୁ ଏହା ଘୋଷଣା କରାଯାଇପାରେ । ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଘୋଷଣା ପରେ ଡିଏ (DA)ରେ ବୃଦ୍ଧି ହେବାର ସମ୍ଭାବନା ଅଧିକ ଶକ୍ତିଶାଳୀ ହୋଇଛି ।

ଡିଏ (DA)ଏତେ ବୃଦ୍ଧି ପାଇପାରେ, ଜାଣନ୍ତୁ...

ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ସରକାର କେନ୍ଦ୍ରୀୟ କର୍ମଚାରୀ (Central Employees)ଙ୍କ ମହଙ୍ଗା ଭତ୍ତା ଡିଏ (DA)କୁ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଉପରେ ସରକାର ବୃଦ୍ଧି ଘୋଷଣା କରିବେ ।

ବର୍ତ୍ତମାନ ଏତେ ଡିଏ (DA)ମିଳିବ, ଜାଣନ୍ତୁ...

କେନ୍ଦ୍ର ସରକାରୀ କର୍ମଚାରୀ (Central government employees)ମାନେ ବର୍ତ୍ତମାନ ମୌଳିକ ଦରମାର ୩୧% ସହିତ ସମାନ ଡିଏ (DA)ପାଉଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୦୨୧ ରେ ସରକାର ଡିଏ (DA)କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଏହି ବୃଦ୍ଧି ୨୦୨୧ ଜୁଲାଇ ୧ ରୁ କାର୍ଯ୍ୟକାରୀ ହୋଇଥିଲା । ଯଦି କେନ୍ଦ୍ର ସରକାର (central government) ହୋଲି (Holi)ପୂର୍ବରୁ ମହଙ୍ଗା ଭତ୍ତା ତିନି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀମାନେ ମୌଳିକ ଦରମା (Basic Salary)ର ୩୪ ପ୍ରତିଶତ ସମାନ ମହଙ୍ଗା ଭତ୍ତା ପାଇବେ । ଏହି ନିଷ୍ପତ୍ତି ପ୍ରାୟ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ ।

ଏଚଆରଏ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, କେନ୍ଦ୍ର ସରକାର (central government) ମଧ୍ୟ ଏଚଆରଏ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରିବେ । ବର୍ତ୍ତମାନ ଟାୟାର ସିଟି ଏ, ବି ଓ ସି'ର କର୍ମଚାରୀମାନଙ୍କୁ ଯଥାକ୍ରମେ ୨୪ ପ୍ରତିଶତ, ୧୬ ପ୍ରତିଶତ ଓ ୮ ପ୍ରତିଶତ ହାରରେ ଏଚଆରଏ ଦିଆଯାଉଛି ।

7th Pay Commission : ଆସିଲା ଖୁସି ଖବର, କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

7th Pay Commission: ଗୁଡ ନ୍ୟୁଜ ; କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି, ମିଳିପାରେ ବକେୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments