1. କୃଷି ଖବର

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ ଓଡିଶାର 8 ପ୍ରକଳ୍ପ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଅଭିଯାନ ଅନ୍ତର୍ଗତ ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ଅଧୀନରେ ସାମିଲ ରହିଛି ଓଡିଶାର 8ଟି ପ୍ରକଳ୍ପ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Shuvanshu Kar
Shuvanshu Kar
8 projects of Odisha included in Pradhan Mantri Krishi Sinchayee Yojana

8 projects of Odisha included in Pradhan Mantri Krishi Sinchayee Yojana

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଅଭିଯାନ Pradhan Mantri Krishi Sinchayee Yojana ଅନ୍ତର୍ଗତ ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (AIBP) ଅଧୀନରେ ଦେଶର ୯୯ଟି ପ୍ରାଥମିକ ବୃହତ/ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଯୋଗାଇ ଦିଆଯାଇଛି ଆର୍ଥିକ ସହାୟତା । ଏଥିରେ ସାମିଲ ରହିଛି ଓଡିଶାର 8ଟି ପ୍ରକଳ୍ପ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ତେଲେଙ୍ଗିରି, ରୁକୁରା, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର ଏବଂ ରେତ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ କାନୁପୁର, ସମନ୍ୱିତ ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥଇବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ (ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରଣାଳୀ), ଦେଓ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଏଆଇବିପି ଯୋଜନା ଅଧୀନରେ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ତେବେ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ବର୍ତ୍ତମାନ ଏସବୁ ପ୍ରକଳ୍ପ ମଧ୍ୟରୁ କୌଣସି ଗୋଟିଏ ଏଆଇବିପି ଯୋଜନାରେ ସାମିଲ ହେବା ଲାଗି ପ୍ରସ୍ତୁତ ନାହାନ୍ତି । ଆହୁରି ଏହି ତିନୋଟି ପ୍ରକଳ୍ପ ମଧ୍ୟରୁ କୌଣସିଟି ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ନାହିଁ ।

ଅନ୍ୟପକ୍ଷେ, ପିଏମକେଏସୱାଇ-ଏଚକେକେପି ଯୋଜନାର ଜଳାଶୟ ମରାମତି, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆରଆରଆର) ଉପାଦାନ ଅଧୀନରେ ୫୪୭ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଥିମଧ୍ୟରୁ ୩୧ଟି ପ୍ରକଳ୍ପ ବରଗଡ଼ ଜିଲ୍ଲା ଏବଂ ୧୧ଟି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାରେ ରହିଛି ।

ଓଡ଼ିଶାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଏବଂ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା, ବିଶେଷ କରି ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରବଣ ପଦ୍ମପୁର ଉପଖଣ୍ଡରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ବିଷୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କେତେକ ପ୍ରଶ୍ନର ଉତ୍ତରରେ ଏହି ସମସ୍ତ ତଥ୍ୟ ରଖିଥିଲେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଅଭିଯାନ: ୫୮ ଲକ୍ଷରୁ ଅଧିକ ଚାଷୀ ଲାଭାନ୍ଵିତ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା: ରାଜ୍ୟର 8 ପ୍ରକଳ୍ପକୁ ୧୨୦୮ କୋଟି ଦେଇଛି କେନ୍ଦ୍ର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments