News

ଆପଣ ବି କିଣୁଛନ୍ତି କି ହଲମାର୍କ ସୁନା ? ଜାଣନ୍ତୁ 2021-22ରେ କେତେ କୋଟି ଅଳଙ୍କାରକୁ ଦିଆଯାଇଛି ଏହି ଚିହ୍ନ...

୨୦୨୧-୨୨ରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆ ଯାଇଥିଲା । ବିଆଇଏସ୍ ପଞ୍ଜିକୃତ ଅଳଙ୍କାର ଗୁଡ଼ିକର ସଂଖ୍ୟା ୦୧ ଜୁଲାଇ ୨୦୨୧ରେ ୪୩,୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧,୪୩,୪୯୭କୁ ବୃଦ୍ଧି ପାଇଛି ।

02 September, 2022 10:51 AM IST By: Shuvanshu Kar

ଭାରତୀୟ ମାନକ ବ୍ୟୁରୋ (BIS) ସୁନା ଅଳଙ୍କାର ଗୁଡ଼ିକରେ ହଲମାର୍କକୁ ବାଧ୍ୟତାମୂଳକ କରିବା ପରେ ଗତ ବର୍ଷ ୨୩ ଜୁନରୁ ଏହା ଲାଗୁ ହୋଇଥିଲା । ତେବେ ୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ପ୍ରାୟ ୩.୭ କୋଟି ଅଳଙ୍କାର ସାମଗ୍ରୀରେ ହଲମାର୍କ( hallmark) ଚିହ୍ନ ପ୍ରଦାନ କରାଯାଇ ସାରିଥିବା ସୂଚନା ମିଳିଛି । ୨୦୨୧-୨୨ରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ( hallmark) ଚିହ୍ନ ଦିଆ ଯାଇଥିଲା । ବିଆଇଏସ୍ ପଞ୍ଜିକୃତ ଅଳଙ୍କାର ଗୁଡ଼ିକର ସଂଖ୍ୟା ୦୧ ଜୁଲାଇ ୨୦୨୧ରେ ୪୩,୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧,୪୩,୪୯୭କୁ ବୃଦ୍ଧି ପାଇଛି ।

୨୩ ଜୁନ୍ ୨୦୨୧ରେ ହଲମାର୍କ କରିବାକୁ ବାଧ୍ୟତାମୂଳକ କରିବାର ଆଦେଶନାମା ଜାରି ହେବା ପରଠାରୁ ଏହି କ୍ଷେତ୍ରରେ କିଛିକାଂଶରେ ସଫଳତା ମିଳିଛି । ଅଳଙ୍କାର ନିର୍ମାତାମାନଙ୍କର ପଞ୍ଜିକରଣ ଦେୟ ମୁକ୍ତ କରା ଯାଇଥିଲା ଏବଂ ଏହା ଆଜୀବନ ପାଇଁ ଲାଗୁ କରା ଯାଇଥିଲା ।

ମାନ୍ୟତାପ୍ରାପ୍ତ ଏଏଚ୍‌ସି ଗୁଡ଼ିକର ସଂଖ୍ୟା ୦୧ ଜୁଲାଇ ୨୦୨୧ରେ ୯୪୮ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ୧,୨୨୦କୁ ବୃଦ୍ଧି ପାଇଛି । ବିଆଇଏସ୍ କେୟାର (ସିଏଆରଇ) ଆପ୍‌ରେ ଏଚୟୁଆଇଡି ଯାଞ୍ଚ ବ୍ୟବହାର କରି ଏଚୟୁଆଇଡି ସଂଖ୍ୟା ସହିତ ସୁନା ଅଳଙ୍କାର ସାମଗ୍ରୀ ଗୁଡ଼ିକର ହଲମାର୍କ କରା ଯାଇଥିବା ସମ୍ପର୍କରେ ଯାଞ୍ଚ କରିବା ଏବଂ ପ୍ରମାଣିତ କରିବାର ବ୍ୟବସ୍ଥା ୨୪ ଡିସେମ୍ବର ୨୦୨୧ରେ ସକ୍ରିୟ କରା ଯାଇଥିଲା ।

ଜଣେ ସାଧାରଣ ଖାଉଟିଙ୍କୁ ତାଙ୍କ ହଲମାର୍କ କରାଯାଇ ନଥିବା ସୁନା ଅଳଙ୍କାରର ଶୁଦ୍ଧତାକୁ ବିଆଇଏସ୍ ମାନ୍ୟତାପ୍ରାପ୍ତ ଯେ କୌଣସି ଏଏଚ୍‌ସିରେ ପରୀକ୍ଷା କରାଇ ପାରିବା ନିମନ୍ତେ ଅନୁମତି ଦେବାର ବ୍ୟବସ୍ଥା ୦୧ ଜାନୁଆରୀ ୨୦୨୨ରେ ଆରମ୍ଭ କରା ଯାଇଥିଲା । ଏଏଚ୍‌ସି ସାଧାରଣ ଖାଉଟିଙ୍କ ଠାରୁ ପ୍ରାଥମିକତା ଭିତିରେ ସୁନା ଅଳଙ୍କାରର ପରୀକ୍ଷା କରିବା କାର୍ଯ୍ୟ ହାତକୁ ନେଇ ପାରିବେ ଏବଂ ଖାଉଟିଙ୍କୁ ଏକ ପରୀକ୍ଷା ରିପୋର୍ଟ ପ୍ରଦାନ କରି ପାରିବେ ।

ଖାଉଟିଙ୍କୁ ପ୍ରଦାନ କରା ଯାଇଥିବା ପରୀକ୍ଷା ରିପୋର୍ଟ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ଖାଉଟିଙ୍କୁ ଆଶ୍ୱସ୍ତ କରାଇ ପାରିବ ଏବଂ ଯଦି ଖାଉଟି ତାଙ୍କ ନିକଟରେ ଉପଲବ୍ଧ ଅଳଙ୍କାରକୁ ବିକ୍ରୟ କରିବାକୁ ଚାହିଁବେ, ସେ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ।

ଖାଉଟିଙ୍କର ସୁନା ଅଳଙ୍କାରର ପରୀକ୍ଷା ବାବଦରେ ବିସ୍ତୃତ ମାର୍ଗ ଦର୍ଶିକା ଏବଂ ମାନ୍ୟତାପ୍ରାପ୍ତ ପରୀକ୍ଷଣ ଓ ହଲମାର୍କ ପ୍ରଦାନକାରୀ କେନ୍ଦ୍ର ଗୁଡ଼ିକର ତାଲିକା ବିଆଇଏସ୍ ୱେବ ସାଇଟ www.bis.gov.in ର ହୋମ୍ ପେଜ୍ ଜରିଆରେ ହାସଲ କରାଯାଇ ପାରିବ ।

କମିଲା ସୁନା ଦର ; ଜାଣନ୍ତୁ କେତେ ?

ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)