1. କୃଷି ଖବର

8Th Pay Commission: ୪୪% ବଢିବ ଦରମା!

କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ବମ୍ପର ବୃଦ୍ଧି !

Tanushree Mahapatra
Tanushree Mahapatra
8th pay commission latest update, image source - pexels

8th pay commission latest update, image source - pexels

କର୍ମଚାରୀଙ୍କ ପାଇଁ ଖୁସି ଖବର l ଲାଗୁ ହୋଇପାରେ ଅଷ୍ଟମ ବେତନ କମିଶନ । ଏ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । ଅଷ୍ଟମ ବେତନ କମିଶନ ସରକାର ଲାଗୁ କରିବାକୁ ନେଇ ଦେଶର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଛନ୍ତି l ଆଗତ ହୋଇସାରିଛି ଦେଶର ପ୍ରଥମ ବଜେଟ୍‌ । ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଆଯାଇଥିଲା ।

ବଜେଟରେ ପେନସନ୍‌ ସହିତ ଆୟ କରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା l ଟ୍ୟାକ୍ସ ସ୍ଲାବ ଭଳି କିଛି ନୂତନ ନିୟମ ମଧ୍ୟ ଲାଗୁ କରାଯାଇଥିଲା। ଏହା ସହିତ କିଛି ସାମଗ୍ରୀ ଶସ୍ତା ହୋଇଥିଲା l ବଜେଟ୍‌ରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିପାରନ୍ତି ବୋଲି ଆଶା କରିଥିଲେ କର୍ମଚାରୀ ।

ଅନ୍ୟପଟେ ବଜେଟ୍‌ରେ କର୍ମଚାରୀଙ୍କ ପାଇଁ ବଡ ଘୋଷଣା ହେବା ଆଶା କରାଯାଉଥିଲା । କିନ୍ତୁ ବଡ କଥା ହେଲା, ବେତନ ବୃଦ୍ଧି ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ନେଇ ଆଗାମୀ କିଛି ଦିନରେ ବିଚାର କରିପାରନ୍ତି କେନ୍ଦ୍ର ସରକାର ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ଦରମା ସହିତ ବିଭିନ୍ନ ପ୍ରକାରର ଭତ୍ତା ମିଳିଥାଏ । ଏହି ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ଘଟିବ । କିନ୍ତୁ,  ୮ମ ବେତନ ଲାଗୁ ହେବା ପରେ ଏଥିରେ ସଂଶୋଧନ ମଧ୍ୟ କରାଯିବ । ଆଉ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । କେବଳ ସେତିକି ନୁହେଁ ପେନସନ୍‌ଧାରୀଙ୍କ ପାଇଁ ମଧ୍ୟ ଏହା ବଡ ଖୁସି ଖବର ।

ଅଷ୍ଟମ ବେତନ କମିଶନ ଲାଗୁ କରାଗଲା ପରେ କର୍ମଚାରୀଙ୍କ ଦରମା ବଢିବ । ଫିଟମେଣ୍ଟ ଫ୍ୟାକ୍ଟର୍ ଆଧାରରେ ପୁରୁଣା ଦରମା ଠାରୁ ଏହାକୁ ହିସାବ କରି କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏହା ହେଲେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଯିବ । ପେନସନ୍‌ଭୋଗୀ ମଧ୍ୟ ଅଧିକ ଭତ୍ତା ପ୍ରଦାନ କରାଯିବ । ଅଷ୍ଟମ ବେତନ କମିଶନ ଲାଗୁ ହୋଇଗଲା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ୪୪.୪୪% ବୃଦ୍ଧି ପାଇପାରେ । ଏହିପରି ହିସାବ କଲେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ବମ୍ପର ବୃଦ୍ଧି ହୋଇଯିବ l ପାଖାପାଖି ଡବଲ ହୋଇଯିବ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମା ।

ଅଧିକ ପଢ଼ନ୍ତୁ

ଶିବ ପ୍ରସାଦଙ୍କୁ ଟମାଟୋ ଚାଷ କରିଛି ଆତ୍ମନିର୍ଭର

Drone in Farm: ଏଥର ଡ୍ରୋନ୍ ଦେବ ଲକ୍ଷ ଲକ୍ଷ ରୋଜଗାର!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ