ଦେଶର ପ୍ରଗତି କ୍ଷେତ୍ରରେ ଚାଷୀମାନଙ୍କ(farmers) ବହୁମୂଲ୍ୟ ଯୋଗଦାନ ରହିଛି । ଚାଷ କଠିନ ପରିଶ୍ରମର କାମ ହୋଇଥିବାବେଳେ ଏଥିରେ ଚାଷୀମାନେ ଦିନରାତି ଏକ କରି ଆମକୁ ଅନ୍ନ ଯୋଗାଉଛନ୍ତି । ନିଷ୍ଠା ଓ ପରିଶ୍ରମ ବଳରେ ଚାଷୀମାନେ ସଫଳତାପୂର୍ବକ ଚାଷ କାର୍ଯ୍ୟ କରୁଥିବା ନଜର ଆସୁଛନ୍ତି । ଏହି କ୍ରମରେ 9 ଜଣ ଚାଷୀ ପାଇଛନ୍ତି କିସାନ ପ୍ରଗତି ପୁରଷ୍କାର (Kisan Pragati awards)।
ଆନ୍ଧ୍ରପ୍ରଦେଶର ଆଠ ଜଣ ଏବଂ ତେଲେଙ୍ଗାନାର ଜଣେ ମହିଳା ଚାଷୀଙ୍କୁ ଅଭିନବ କୃଷି ଅଭ୍ୟାସ, ମହିଳା କୃଷି ଉଦ୍ୟୋଗ ଏବଂ ପ୍ରାକୃତିକ କୃଷି ପଦକ୍ଷେପ ପାଇଁ ‘ଆଉଟଗ୍ରୋ କିସାନ୍ ପ୍ରଗତି ପୁରସ୍କାର 2022’(Outgrow Kisan Pragati Awards 2022)ରେ ସାମ୍ମାନିତ କରାଯାଇଛି ।
କିସାନ୍ ପ୍ରଗତି ପୁରସ୍କାର ପାଇଥିବା ମହିଳା ଚାଷୀଙ୍କ ମଧ୍ୟରେ କାଦିଆଲା ସାଇ ମୁକେଶ (ଅନନ୍ତପୁର), ଗୋଦୁଗୁ ହରନାଥ ରେଡ୍ଡୀ (ଆନ୍ନାମୟା) ଏବଂ ନାଗାର୍ଜୁନ ରେଡ୍ଡୀ, ଭଥଲା ଅଭିଷେକମ (କାଡପା), ଗଜୁଲା ପ୍ରବୀଣକୁମାର (ବୁସାପୁର-ମୁଲୁଗୁ, ତେଲେନାଗାନା), ମୋପୁରୀ ଶ୍ରୀନାଥ ରେଡ୍ଡୀ (ଆନ୍ନାମୟା) ବିଲା ଚାଉଡେଶ୍ୱରୀ (ଅନନ୍ତପୁର), ଚେଲିମି ଆଲିଭେଲାମା (ଅନନ୍ତପୁର) ସାମିଲ ରହିଛନ୍ତି ।
ଦୁଇ ତେଲୁଗୁ ରାଜ୍ୟରୁ 500 ଆବେଦନକାରୀଙ୍କ ମଧ୍ୟରୁ 9 ଜଣ ଚାଷୀଙ୍କୁ ପୁରଷ୍କାର ଲାଗି ଚୟନ କରାଯାଇଥିଲା । ଚେନ୍ନାଇର ୱେକୁଲ୍ ଫୁଡ୍ସ ଭିତ୍ତିକ କୃଷକ ଯୋଗଦାନ ଏବଂ ରିଅଲ୍ ଟାଇମ୍ ପରାମର୍ଶଦାତା ପ୍ଲାଟଫର୍ମ ଆଉଟଗ୍ରୋ ଦ୍ବାରା ପ୍ରଦତ୍ତ ଏହି ପୁରଷ୍କାର କୃଷିରେ ସର୍ବୋତ୍ତମ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଆଉଟଗ୍ରୋ ଆଣ୍ଡ ଫାର୍ମର ଏନଗେଜମେଣ୍ଟ ମୁଖ୍ୟ କହିଛନ୍ତି ।
National Panchayat Awards: ଆପଣଙ୍କ ପଞ୍ଚାୟତ ବି ହେବ ଆଦର୍ଶ, 10ରୁ ଆରମ୍ଭ ଆବେଦନ ପ୍ରକ୍ରିୟା
Share your comments