1. କୃଷି ଖବର

କମ୍ପାନୀ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ, 95 ହସ୍ପିଟାଲରେ ଭର୍ତ୍ତି

ଆନ୍ଧ୍ରପ୍ରଦେଶର ଏକ ମଞ୍ଜି ପ୍ରକ୍ରିୟାକରଣ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ । ବର୍ତ୍ତମାନସୁଦ୍ଧା ଏହି ଘଟଣାରେ 95 ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Shuvanshu Kar
Shuvanshu Kar
95 workers hospitalised after gas leak in company in Andhra's Atchyutapuram

95 workers hospitalised after gas leak in company in Andhra's Atchyutapuram

ଆନ୍ଧ୍ରପ୍ରଦେଶରେ ବଡ ଧରଣର ଅଘଟଣ(Accident) । ଅଚ୍ୟୁତପୁରମ ସ୍ଥିତ ଏକ କମ୍ପାନୀର ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ(gas leak) । ଏହା ଏକ ମଞ୍ଜି ପ୍ରକ୍ରିୟାକରଣ କମ୍ପାନୀ(Quantum Seeds) ହୋଇଥିବା ଜଣାପଡିଛି । ବର୍ତ୍ତମାନସୁଦ୍ଧା ଏହି ଘଟଣାରେ 95 ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସରକାର ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେସୁଦ୍ଧା ଗ୍ୟାସ ଲିକ ହେବା ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଅନକାପଲ୍ଲୀ ଜିଲ୍ଲା ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, 50 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଧିକାଂଶ ଲୋକଙ୍କୁ ଶ୍ବାସକ୍ରିୟାରେ ଅସୁବିଧା ହେଉଥିବାବେଳେ ବାନ୍ତି ସମସ୍ୟା ହେଉଛି ।

ସୂଚନା ଅନୁଯାୟୀ, 95 କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ରୁ 50 ଜଣ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ 40ରୁ ଅଧିକ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗ୍ୟାସ ଲିକ ହେବାର ତତକ୍ଷଣାତ କର୍ମଚାରୀଙ୍କ ହସ୍ପିଟାଲ ସ୍ଥାନାନ୍ତରୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି ।

ଜୁନ ମାସରେ ମଧ୍ୟ ବିଶାଖାପାଟନମରେ ଏଭଳି ଘଟଣା ଘଟିଥିଲା । ଏହି ଘଟଣାରେ 140 ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁପଡିଥିଲା । ଏକ ଲ୍ୟାବରୋଟେରୀରେ ହୋଇଥିବା ବିଷାକ୍ତ ଗ୍ୟାସ ଲିକ ମାମଲାରେ ସମସ୍ତ ଶ୍ରମିକମାନେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ନର୍ମଦା ନଦୀକୁ ଖସିଲା ବସ, 13 ମୃତ

ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments