1. କୃଷି ଖବର

ଏହି ରାଜ୍ୟରେ ଭୟଙ୍କର ମରୁଡି ! 33%ରୁ କମ ଜମିରେ ହୋଇଛି ଚାଷ

ଝାଡଖଣ୍ଡର 97 ଟି ବ୍ଲକ ଭୟଙ୍କର ମରୁଡ଼ି ସଙ୍କଟ ଦେଇ ଗତି କରୁଛି । ଏଥର ରାଜ୍ୟର 24 ଟି ଜିଲ୍ଲା ମଧ୍ୟରୁ 15ଟିରେ ବର୍ଷାର ପରିମାଣ କମ ହୋଇଛି ।

Shuvanshu Kar
Shuvanshu Kar
97 of 127 parched Jharkhand blocks meet drought conditions: Govt report

97 of 127 parched Jharkhand blocks meet drought conditions: Govt report

ଝାଡଖଣ୍ଡର ଅନେକ ଜିଲ୍ଲାରେ ଭଲ ବର୍ଷା ସତ୍ତ୍ବେ ରାଜ୍ୟର 97 ଟି ବ୍ଲକ ଭୟଙ୍କର ମରୁଡ଼ି ସଙ୍କଟ(drought conditions) ଦେଇ ଗତି କରୁଛି । ଏଥର ରାଜ୍ୟର 24 ଟି ଜିଲ୍ଲା ମଧ୍ୟରୁ 15ଟିରେ ବର୍ଷାର ପରିମାଣ କମ ହୋଇଛି । ବର୍ଷା ପରିସ୍ଥିତିର ଆକଳନ ପାଇଁ କୃଷି ବିଭାଗ ବ୍ଲକଗୁଡିକରେ ସର୍ଭେ କରିଛି । ଏହା ପରେ ହିଁ ଏହି ତଥ୍ୟ(Govt report) ସାମ୍ନାକୁ ଆସିଛି । ଅଧିକାରୀମାନେ କୃଷି ବିଭାଗ ଦ୍ୱାରା ଝାଡଖଣ୍ଡରେ ମରୁଡ଼ି ପରିସ୍ଥିତି(droughtconditions)ର ଆକଳନ କରିବାକୁ ସମସ୍ତ ଜିଲ୍ଲାର ବ୍ଲକକୁ ଯାଇଥିଲେ ।

କୃଷି ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରେ ମରୁଡ଼ି ସ୍ଥିତିକୁ ଭଲ ଭାବରେ ଯାଞ୍ଚ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମରୁଡ଼ିକୁନେଇ ସମସ୍ତ ବ୍ଲକରେ ମାନଦଣ୍ଡ ପୂରଣ ହୋଇଛି । ତେବେ ପ୍ରଭାବିତ ଅଞ୍ଚଳରେ ମରୁଡ଼ି ଘୋଷଣା ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଝାଡଖଣ୍ଡର 24 ଟି ଜିଲ୍ଲା ମଧ୍ୟରୁ 18ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଜୁନ୍ 1 ରୁ ଅଗଷ୍ଟ 15 ଆଧାରରେ ଏହି ତଥ୍ୟ ଦିଆଯାଇଛି ।

କୃଷି ବିଭାଗ ଦ୍ୱାରା ଉପସ୍ଥାପିତ ହୋଇଥିବା ମୂଲ୍ୟାଙ୍କନ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅଗଷ୍ଟ 15 ପର୍ଯ୍ୟନ୍ତ କେବଳ 5.4 ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇଛି । ଗତ ବର୍ଷ ଏହି ଅବଧି ପର୍ଯ୍ୟନ୍ତ 16.3 ଲକ୍ଷ ହେକ୍ଟରରେ ଧାନ ବୁଣିବା କାର୍ଯ୍ୟ ଶେଷ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚଟି ଖରିଫ ଫସଲରେ ଧାନ, ମକା, ଡାଲି, ତୈଳବୀଜ ଚଳିତ ବର୍ଷ ଅଗଷ୍ଟ 15 ପର୍ଯ୍ୟନ୍ତ 10.51 ଲକ୍ଷ ହେକ୍ଟରରେ ଚାଷ କରାଯାଇଛି । ଗତ ବର୍ଷ 23.4 ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା । 24ଟି ଜିଲ୍ଲାର 260 ଟି ବ୍ଲକ ମଧ୍ୟରୁ 127 ଟିରେ ହାରାହାରି ବୁଣାଯାଇଥିବା କ୍ଷେତ୍ର 33.3 ପ୍ରତିଶତରୁ କମ୍ ବୋଲି ଜଣାପଡିଛି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳୀନ ଫସଲ ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା ଚାଷୀଙ୍କ ପାଇଁ ଖାଦ୍ୟ ଶସ୍ୟର ଅଭାବ ପୂରଣ ହୋଇପାରିବ । ଏହା ଅଧୀନରେ ଫସଲର ବିବିଧକରଣକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଉଛି । ଏହି ସମୟରେ ଅନ୍ୟ ଡାଲି ଜାତୀୟ ଫସଲ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି ।

ଏହି ରାଜ୍ୟରେ ଅକାଳ ମରୁଡି ମାଡ ! ଚିନ୍ତାରେ ଚାଷୀ

ଖରିଫ ଚାଷୀ ସାବଧାନ ! 31 ଜୁଲାଇସୁଦ୍ଧା କରନ୍ତୁ ଫସଲ ବୀମା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments