News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ଚତୁର୍ଥ ଦିନ

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ଏବଂ ଜି 20 ମିଶନ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକ ଦିନିକିଆ ରଙ୍ଗୋଲି ପ୍ରତିଯୋଗିତା ଏବଂ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ ଗ୍ରାମ ତରଙ୍ଗ ଟ୍ରେନିଙ୍ଗ ଏମ୍ପ୍ଲୋଇବିଲିଟି ସର୍ଭିସେସ ,ପାରଳାଖେମୁଣ୍ଡି ,ଗଜପତିଠାରେ ,4 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି ।

11 April, 2023 4:16 AM IST By: Omkar Mohanty

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ଏବଂ ଜି 20 ମିଶନ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକ ଦିନିକିଆ ରଙ୍ଗୋଲି ପ୍ରତିଯୋଗିତା ଏବଂ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ ଗ୍ରାମ ତରଙ୍ଗ ଟ୍ରେନିଙ୍ଗ ଏମ୍ପ୍ଲୋଇବିଲିଟି ସର୍ଭିସେସ ,ପାରଳାଖେମୁଣ୍ଡି ,ଗଜପତିଠାରେ ,4 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ 20 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

କର୍ମଶାଳାର ମୁଖ୍ୟବକ୍ତାମାନେ

1.ଶ୍ରୀଯୁକ୍ତ ଅସୀମ ପାଢ଼ୀ ,ଟ୍ରେନିଙ୍ଗ ହେଡ ,GIET,ପାରଳାଖେମୁଣ୍ଡି ,ଗଜପତି
2. ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶା

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ରଙ୍ଗୋଲି ପ୍ରତିଯୋଗିତା ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଏକବିଂଶ ଶତାବ୍ଦୀରେ ନୂତନ ସଫଳତା ପାଇଁ ଜରୁରୀ କୌଶଳଗୁଡ଼ିକ ମଧ୍ୟରେ ସମାଲୋଚନାକାରୀ ଚିନ୍ତାଧାରା ,ଯୁକ୍ତି, ସୃଜନଶୀଳତା ,ସୃଜନଶୀଳ ଚିନ୍ତାଧାରା, ସମସ୍ୟା ସମାଧାନ, ମେଟାକଗ୍ନିସନ୍ ସହଯୋଗ, ଯୋଗାଯୋଗ ଏବଂ ବିଶ୍ୱ ନାଗରିକତା ସମ୍ପର୍କରେ ନାଚ ଏବଂ ଗୀତ ମାଧ୍ୟମରେ ଆଲୋଚନା କରାଯାଇଥିଲା l

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ତୃତୀୟ ଦିନ , ଏକବିଂଶ ଶତାବ୍ଦୀକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)