1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ତୃତୀୟ ଦିନ , ଏକବିଂଶ ଶତାବ୍ଦୀକୁ ଗୁରୁତ୍ୱ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକବିଂଶ ଶତାବ୍ଦୀରେ ସମନ୍ବିତ ଦକ୍ଷତା (Skill Integration in the 21st Century ) ଉପରେ ଏକ ଦିନିଆ କର୍ମଶାଳା ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ କେନ୍ଦ୍ରୀୟ ବିଦ୍ୟାଳୟ ,ପାରଳାଖେମୁଣ୍ଡି ,ଗଜପତିଠାରେ ,3 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି ।

Omkar Mohanty
Omkar Mohanty
Centurion University of Technology and Management celebrate Awareness Program on Skill Integration in the 21st Century

Centurion University of Technology and Management celebrate Awareness Program on Skill Integration in the 21st Century

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଗଜପତି ଜିଲ୍ଲାର କୃଷକ ମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକବିଂଶ ଶତାବ୍ଦୀରେ ସମନ୍ବିତ ଦକ୍ଷତା (Skill Integration in the 21st Century ) ଉପରେ ଏକ ଦିନିଆ କର୍ମଶାଳା ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ କେନ୍ଦ୍ରୀୟ ବିଦ୍ୟାଳୟ ,ପାରଳାଖେମୁଣ୍ଡି ,ଗଜପତିଠାରେ ,3 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ 45 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

କର୍ମଶାଳାର ମୁଖ୍ୟବକ୍ତାମାନେ

1.ପ୍ରଫେସର ସlଦତ ଅଲ୍ଲୀ ,SoVET ,ପାରଳାଖେମୁଣ୍ଡି ,ଓଡିଶା
2. ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶା

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ଏକବିଂଶ ଶତାବ୍ଦୀରେ ସମନ୍ବିତ ଦକ୍ଷତା (Skill Integration in the 21st Century) ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l l ଏହି ଅଧିବେଶନରେ ଏକବିଂଶ ଶତାବ୍ଦୀରେ ନୂତନ ସଫଳତା ପାଇଁ ଜରୁରୀ କୌଶଳଗୁଡ଼ିକ ମଧ୍ୟରେ ସମାଲୋଚନାକାରୀ ଚିନ୍ତାଧାରା ,ଯୁକ୍ତି, ସୃଜନଶୀଳତା ,ସୃଜନଶୀଳ ଚିନ୍ତାଧାରା, ସମସ୍ୟା ସମାଧାନ, ମେଟାକଗ୍ନିସନ୍ ସହଯୋଗ, ଯୋଗାଯୋଗ ଏବଂ ବିଶ୍ୱ ନାଗରିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା l

 

ଭାରତର ଯୁବପିଢିକୁ ସଶକ୍ତ କରିବ ଅଟଳ ଇନୋଭେସନ୍ ମିଶନ୍

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments