1. କୃଷି ଖବର

ଦିବ୍ୟାଙ୍ଗଙ୍କ ପାଇଁ ବଡ ସୁଯୋଗ, ୨୫୦ ପଦବୀ ପାଇଁ ହେବ ନିଯୁକ୍ତି ମେଳା

ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଦିବ୍ୟାଙ୍ଗଙ୍କୁ ମିଳିବ ବଡ ସୁଯୋଗ ।

Shuvanshu Kar
Shuvanshu Kar
A special job fair will be held by the NCSCDA on the 15th july

A special job fair will be held by the NCSCDA on the 15th july

ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ NCSCDA (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା(job fair) ଅୟୋଜନ କରାଯିବ । ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା( job fair) ଅନୁଷ୍ଠିତ ହେବ ।

ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନସିଏସସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀମାନେ ଭାଗ ନେଇପାରିବେ।

ୱେବ ଡେଭଲପମେଣ୍ଟ, ସେଲ୍ସ, ଟେଲି ସେଲ୍ସ, ସର୍ଭିସ ଇଞ୍ଜିନିୟର, ଗ୍ରାହକ ସେବା, ଲଜିଷ୍ଟିକ୍ସ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ମାଟ୍ରିକ ପାସ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ, ସ୍ନାତକ, ଏମବିଏ, ଆଇଟିଆଇ ଏବଂ ଡିପ୍ଲୋମା ନିଯୁକ୍ତିଧାରୀମାନେ ଏସବୁ ପଦବୀ ପାଇଁ ଆବେଦନ କରିପାରିବେ ।

ଆବେଦନକାରୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଦିବ୍ୟାଙ୍ଗ ବର୍ଗରେ ନିଯୁକ୍ତି ଆଶାୟୀମାନେ ଚଳନ ଅକ୍ଷମତା (ଏଲଡି) ଏବଂ ବାକ୍‌ ଓ ଶ୍ରବଣଶକ୍ତି ହୀନ ଦିବ୍ୟାଙ୍ଗମାନେ ଏଥିରେ ଭାଗ ନେଇପାରିବେ।

ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସବୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ବାୟୋଡେଟା ସହିତ ଆବେଦନ କରିପାରିବେ । ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିବା ଲାଗି ଏନସିଏସସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି ।

ରୋଜଗାର ପାଇଁ ବଡ ସୁଯୋଗ, ସରକାର ଆୟୋଜନ କରୁଛନ୍ତି ଜାତୀୟ ମେଳା

ଦେଶରେ ପ୍ରତିଷ୍ଠା ହେବ 75 ଟେକ୍ସଟାଇଲ୍ ହବ୍, ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments