News

ବୃକ୍ଷମିତ୍ର ଅଭିଯାନ ଆରମ୍ଭ, ଲାଗିବ 3.4 ଲକ୍ଷ ଗଛ

ଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ଆଉ ଗ୍ଲୋବାଲ ଓ୍ବାର୍ମିଂ ଆଜି ମଣିଷ ସମାଜ ଆଗରେ ଏକ ଆହ୍ବାନ ପାଲଟିଛି । ତେବେ ଏାକୁ ଦୃଷ୍ଟିରେ ରଖି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

19 June, 2022 3:27 PM IST By: Shuvanshu Kar

ଗଛ ଲଗାଇବେ ଛାତ୍ରଛାତ୍ରୀ । ପରିବେଶକୁ ଦେବେ ସୁରକ୍ଷା । ପୃଥିବୀକୁ କରିବେ ସବୁଜ ଓ ସୁନ୍ଦର । ପୁଣି ହସିବ ମାଟି ମାଆ । ଗଛ ଲଗାଇବା ପାଇଁ ଅଣ୍ଟା ଭିଡିଛି ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) । 

କ୍ରଂକ୍ରିଟ ଚାଦର ତଳେ ଆଜି ପୃଥିବୀ । ମଣିଷ ନିଜର ଦୈନନ୍ଦିନ ଆବଶ୍ୟକତା ପୁରଣ କରିବାକୁଯାଇ ଗଛ କାଟୁଛି । ଜଙ୍ଗଲ ନଷ୍ଟ କରୁଛି । ପୃଥିବୀକୁ ବିପଦ ଆଡକୁ ଠେଲିଦେଉଛି ମଣିଷ । ଆଜିକାଲି ରାସ୍ତା କଡରେ ଛାଇ ଟିକିଏ ବି ନାହିଁ । ନିଶ୍ବାସ ପାଇଁ ବିଶୁଦ୍ଧ ଅମ୍ଳଜାନ ମିଳୁନାହିଁ । ଗଛ କାଟିବା ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଉଛି । ପ୍ରଦୂଷଣ,ଜନସଂଖ୍ୟା ବୃଦ୍ଧି ,ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଙ୍ଗ୍ ହିଁ ଏହାର ମୂଳ କାରଣ ଦାୟୀ । ବାୟୁ ପ୍ରଦୂଷଣରେ ଭାରତ ଆଜି ବହୁ ଆଗରେ । ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ଆଉ ଗ୍ଲୋବାଲ ଓ୍ବାର୍ମିଂ ଆଜି ମଣିଷ ସମାଜ ଆଗରେ ଏକ ଆହ୍ବାନ ପାଲଟିଛି । ତେବେ ଏାକୁ ଦୃଷ୍ଟିରେ ରଖି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ଏବିଭିପିର Students For Development ଗତିବିଧି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ "ବୃକ୍ଷମିତ୍ର ଅଭିଯାନ"(Plantation programme)ର ଶୁଭାରମ୍ଭ କରାଯାଇଛି। sfdindia.org/mission_plantation_register ଲିଙ୍କ୍ ମାଧ୍ୟମରେ ଏହି ଅଭିଯାନରେ ଯୋଡ଼ି ହୋଇ ପରିବେଶ ସୁରକ୍ଷା ଦିଗରେ ନିଜକୁ ସାମିଲ କରିବାକୁ ଆହ୍ବାନ ଦେଇଛି ଏବିଭିପି ।

ଆପଣ ବି ଚାହିଁଲେ ଏହି ଅଭିଯାନରେ ସାମିଲ ହୋଇପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କରେ ଆପଣଙ୍କୁ ପଞ୍ଜିକରଣ କରିବାକୁପଡିବ । ତେବେ ପଞ୍ଜିକରଣ କରିବାର ଶେଷ ତାରିଖ ଶେଷ ୩୦ ଜୁନ୍ ରହିଛି ।

ପରିବେଶ ଓ ପ୍ରକୃତି ବିନା ଯେ ଜୀବଜଗତର ପରିକଳ୍ପନା କରାଯାଇନପାରେ, ଏହା ଆମକୁ ବୁଝିବାକୁ ପଡିବ । ପ୍ରକୃତିକୁ ନଷ୍ଟ କଲେ ମଣିଷ ଦିନେ ତାର ଅସ୍ତିତ୍ବ ହରାଇବସିବ । ଆଧୁନିକତାକୁ ନେଇ ଗର୍ବ କରୁଥିବା ମଣିଷକୁ ବିପର୍ଯ୍ୟରୁ ଅନେକ ଶିକ୍ଷାଲାଭ କରିବାକୁପଡିବ, ନଚେତ ସୁଖର ଦିନଗୁଡିକ ଅତୀତର ଆବେଗପୂର୍ଣ୍ଣ ସ୍ମୃତି ହୋଇ ରହିଯିବ, ଏଥିରେ ସନ୍ଦେହ ନାହିଁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)