News

କଟକରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ହେଲେ ସାମିଲ

ଓଡିଶାରେ ଆସିଯାଇଛି ଅଚ୍ଛେଦିନ । ଓଡିଶାର ଉଜ୍ବଳ ଭବିଷ୍ୟତକୁ ମଧ୍ୟ ଦେଖିପାରୁଥିବା ନିଜ ଅଭିଭାଷଣରେ କହିଛନ୍ତି ଗୃହମନ୍ତ୍ରୀ ।

08 August, 2022 3:21 PM IST By: Shuvanshu Kar

ଓଡିଶାରେ ଆସିଯାଇଛି ଅଚ୍ଛେଦିନ । ଓଡିଶା ମାଟିରେ ଜନ୍ମ ନେଇଥିବା ଦ୍ରୌପଦୀ ମୁର୍ମୁ ଆଜି ଦେଶର ମହାମହିମ । ଏହା ସମଗ୍ର ଦେଶର ଆଦିବାସୀ ଓ ଗରିବଙ୍କ ଲାଗି ଗୌରବର ବିଷୟ ବୋଲି ଓଡିଶା ଗସ୍ତରେ ଆସି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(Home Minister Amit Shah) । କେବଳ ସେତିକି ନୁହେଁ, ଓଡିଶାର ଉଜ୍ବଳ ଭବିଷ୍ୟତକୁ ମଧ୍ୟ ଦେଖିପାରୁଥିବା ନିଜ ଅଭିଭାଷଣରେ କହିଛନ୍ତି ଗୃହମନ୍ତ୍ରୀ(Home Minister Amit Shah) ।

ପ୍ରଜାତନ୍ତ୍ରର 75 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଯୋଗଦେଇ ଓଡିଶାର ଗୁଣଗାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଶାହ କହିଛନ୍ତି, ଉତ୍କଳ ମାଟିରେ ପାଦ ରଖିଲେ ମନରେ ଭକ୍ତି ଆସେ । ଓଡିଶା ଆସିଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇବା କଥା ସେ କହିଛନ୍ତି ।

ଅମିତ ଶାହ କହିଛନ୍ତି, ଓଡିଶାରେ ଅଚ୍ଛେ ଦିନ୍ ଆସିଛି । ଅନେକ ଓଡିଆ ବ୍ୟକ୍ତିତ୍ୱ ବର୍ତ୍ତମାନ ଭାରତରେ ପ୍ରମୁଖ ପଦବୀରେ ଅଛନ୍ତି । ଭବିଷ୍ୟତ ଆଶାବାଦୀ ଦେଖାଯାଉଛି । ବିକାଶମୂଳକ କାର୍ଯ୍ୟ ପାଇଁ ଏହା ବହୁତ ବଡ଼ ସୁଯୋଗ ବୋଲି କହିଛନ୍ତି ଅମିତ ଶାହ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି । ଉଭୟ ମିଶି ଦୀପ ପ୍ରଜ୍ବଳନ କରିବା ସହିତ ସେଠାରେ ଉପସ୍ଥିତ ସଭିଙ୍କୁ ହାତ ହଲାଇ ଓ ପ୍ରଣାମ କରି ଅଭିଭାଦନ ଗ୍ରହଣ କରିଥିଲେ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରବିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିବା ପରେ ଗୃହମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ସୋମବାର ସକାଳେ ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପରେ କଟକ ଯାଇ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବୋଷଙ୍କ ଜନ୍ମସ୍ଥାନ ବୁଲି ପରିଦର୍ଶନ କରିଥିଲେ ଶାହ ।

ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଚାଷୀ ପୁଅ ହେଲେ ଦେଶର ଉପରାଷ୍ଟ୍ରପତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)