1. କୃଷି ଖବର

ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Shuvanshu Kar
Shuvanshu Kar
Home Minister Amit Shah on two-day visit to Odisha

Home Minister Amit Shah on two-day visit to Odisha

ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(Home Minister Amit Shah) । ରବିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ(Union Home Minister)ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନବନ୍ଦରରେ ବିଜେପିର ସାଂସଦ ଓ ନେତାମାନେ ଉପସ୍ଥିତ ରହି ଶାହଙ୍କୁ ସ୍ବାଗତ ଜଣାଇଥିଲେ ।

ସୋମବାର ସକାଳୁ ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସାକାଳ 9.45ରେ ଲିଙ୍ଗରାଜରେ ପହଞ୍ଚିଥିଲେ ଅମିତ ଶାହ । ସେଠାରେ ପାଖାପାଖି 20 ମିନିଟ ସମୟ ଅତିବାହିତ କରିଥିଲେ ଗୃହମନ୍ତ୍ରୀ । ଏହି ସମୟରେ ଗୃହମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଗୃହମନ୍ତ୍ରୀ । ସୁଭାଷ ବୋଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଏହାପରେ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ପ୍ରଜାତନ୍ତ୍ର ଖବରକାଗଜର 75 ତମ ପ୍ରତିଷ୍ଠା ଦିବସରେ ଗୃହମନ୍ତ୍ରୀ ଯୋଗଦେବେ । ଏହି ସମୟରେ ଗୃହମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

ଓଡିଶାରେ ପହଞ୍ଚି ବେଶ ଉତ୍ସାହିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଶାହଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ ବିଜେପି ଶିବିର । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଏନେଇ ଶାହ ଦୈଳୀୟ କର୍ମୀଙ୍କ ସହ ଆଲୋଚନା କରିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି ।

ହସ୍ତତନ୍ତ ଷ୍ଟାର୍ଟଅପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜରେ ଭାଗ ନେବାକୁ ମୋଦିଙ୍କ ଅପିଲ

ସରିଲା NITI Aayog ବୈଠକ, କଣ କହିଲେ ପ୍ରଧାନମନ୍ତ୍ରୀ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments