1. କୃଷି ଖବର

ସରିଲା NITI Aayog ବୈଠକ, କଣ କହିଲେ ପ୍ରଧାନମନ୍ତ୍ରୀ?

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକରେ ଥ୍ରୀ-ଟି- ଟ୍ରେଡ (ବାଣିଜ୍ୟ), ଟୁରିଜିମ(ପର୍ଯ୍ୟଟନ), ଟେକ୍ନୋଲୋଜି (ପ୍ରଯୁକ୍ତି) ଉପରେ ଜୋର ଦେଲେ ପ୍ରଧାନମନ୍ତ୍ରୀ ।

Shuvanshu Kar
Shuvanshu Kar
Seventh meeting of Governing Council of NITI Aayog concludes

Seventh meeting of Governing Council of NITI Aayog concludes

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ( Governing Council of NITI Aayog) ସମାପନ ହୋଇଛି । ଏହି ବୈଠକରେ ଫସଲ ବିବିଧକରଣ(crop diversification) ଏବଂ ଡାଲି, ତୈଳବୀଜ ଏବଂ ଅନ୍ୟ କୃଷି-ଉତ୍ପାଦ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ, ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିNational Education Policy (NEP)ର କାର୍ଯ୍ୟକାରିତା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ପ୍ରଶାସନ(urban governance) ଉପରେ ଆଲୋଚନା ହୋଇଛି ।

ବୈଠକର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ଵସ୍ତରରେ ନେତୃତ୍ୱ ନେବା ଲାଗି ଆଧୁନିକ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି । ସହଜ ଜୀବନଧାରଣ, ପାରଦର୍ଶୀ ସେବା ବିତରଣ ଏବଂ ସହରୀ ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ଗୁଣବତ୍ତାରେ ସୁଧାର ଆଣିବା ଲାଗି ପ୍ରଯୁକ୍ତିର ଲାଭ ଉଠାଇବା ଦ୍ୱାରା ଦ୍ରୁତ ସହରୀକରଣ ଭାରତର ଦୁର୍ବଳତା ପରିବର୍ତ୍ତେ ସାମର୍ଥ୍ୟ ଭାବେ ଉଭା ହୋଇପାରିବ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ମିଶନ ଜରିଆରେ ଥ୍ରୀ-ଟି- ଟ୍ରେଡ (ବାଣିଜ୍ୟ), ଟୁରିଜିମ(ପର୍ଯ୍ୟଟନ), ଟେକ୍ନୋଲୋଜି (ପ୍ରଯୁକ୍ତି)କୁ ପ୍ରୋତ୍ସାହିତ କରିବା ଉଚିତ୍‌ । ଆମଦାନୀ ହ୍ରାସ କରିବା, ରପ୍ତାନି ବଢ଼ାଇବା ଏବଂ ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ସୁଯୋଗକୁ ଚିହ୍ନଟ କରିବା ଲାଗି ରାଜ୍ୟମାନେ ଗୁରୁତ୍ୱ ଦେବା ଉଚିତ୍‌ । ସେ କହିଛନ୍ତି ଯେ, ଯେଉଁଠି ସମ୍ଭବ ଆମେ ସ୍ଥାନୀୟ ଉତ୍ପାଦ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । 'ଭୋକାଲ ଫର ଲୋକାଲ' ଏକ ବ୍ୟକ୍ତିଗତ ରାଜନୈତିକ ଦଳର ଲକ୍ଷ୍ୟ ନୁହେଁ ଏବଂ ଏହା ସମସ୍ତଙ୍କର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜିଏସଟି ସଂଗ୍ରହରେ ସୁଧାର ଆସିବା ଫଳରେ, ଆମର ସମ୍ଭାବନା ଆହୁରି ଅଧିକ ବଢ଼ିଯାଇଛି । ଜିଏସଟି ସଂଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ଭାରତକୁ ୫ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଏହା ଅତ୍ୟନ୍ତ ଜରୁରି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ବିଚାରବିମର୍ଶ ପରେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି । ଏହାର କାର୍ଯ୍ୟକାରିତାରେ ଆମେ ସବୁ ଅଂଶୀଦାରମାନଙ୍କୁ ସାମିଲ କରିବା ଉଚିତ୍‌ ଏବଂ ଏଥିପାଇଁ ଏକ ସ୍ପଷ୍ଟ, ସମୟବଦ୍ଧ ରୋଡମ୍ୟାପ ବିକଶିତ କରିବା ଉଚିତ୍‌ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୋଦି ।

ସେହିପରି ଶିକ୍ଷାଗତ ପରିଣାମରେ ଦୃଢ଼ ସୁଧାର, ଶିକ୍ଷକମାନଙ୍କର ସାମର୍ଥ୍ୟ ବୃଦ୍ଧି ଏବଂ କୌଶଳ ବିକାଶ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସୂଚନା ଦେଇଛନ୍ତି । ଏ କ୍ଷେତ୍ରରେ ସହଯୋଗ ପାଇଁ ସେ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟମାନଙ୍କ ଠାରୁ ଅଧିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନ ।

ରବିବାର Niti Aayog ବୈଠକ, କୃଷି ଉପରେ କଣ ରହିବ ରୋଡ୍ ମ୍ୟାପ୍ ?

Agricultural Exports: କୃଷି ଉଦ୍ୟୋଗ ରପ୍ତାନିରେ 31 % ବୃଦ୍ଧି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments