1. କୃଷି ଖବର

ଏହି ସରକାରୀ ସ୍କିମରେ ଟଙ୍କାଏ ଲଗାଇଲେ ମିଳିବ ୨ ଲକ୍ଷ ଟଙ୍କା, ଆଜି ହିଁ ବିନିଯୋଗ କରନ୍ତୁ

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମଧ୍ୟ ଏହିପରି ଏକ ପ୍ରଭାବଶାଳୀ ଯୋଜନା, ଯାହା ଅଧୀନରେ ଆପଣ ପ୍ରତି ମାସରେ ମାତ୍ର ଗୋଟିଏ ଟଙ୍କା ଜମା କରି ୨ ଲକ୍ଷ ଟଙ୍କାର ବୀମା ପାଇପାରିବେ ।

Sudesna Nayak
Sudesna Nayak
Pradhan Mantri Suraksha Bima Yojana

Pradhan Mantri Suraksha Bima Yojana

ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନେକ ଯୋଜନା ମାନ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମଧ୍ୟ ଏହିପରି ଏକ ପ୍ରଭାବଶାଳୀ ଯୋଜନା, ଯାହା ଅଧୀନରେ ଆପଣ ପ୍ରତି ମାସରେ ମାତ୍ର ଗୋଟିଏ ଟଙ୍କା ଜମା କରି ୨ ଲକ୍ଷ ଟଙ୍କାର ବୀମା ପାଇପାରିବେ । ଏହି ଯୋଜନା ବହୁତ କମ୍ ପ୍ରିମିୟମରେ ଜୀବନ ବୀମା ଯୋଗାଏ ।

ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ କେନ୍ଦ୍ର ସରକାର ଖୁବ୍ କମ୍ ପ୍ରିମିୟମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା । ଏହାର ପ୍ରିମିୟମ ମେ ମାସ ଶେଷରେ ଜମା ହୋଇଥାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାଶି ୩୧ ମେ ମାସରେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ର ଲାଭ ପାଇଁ କିଛି ସର୍ତ୍ତ ଦିଆଯାଇଛି । ଏହାର ଫାଇଦା ନେବାକୁ, ଆବେଦନକାରୀଙ୍କ ବୟସ ୧୮ରୁ ୭୦ ବର୍ଷ ହୋଇଥିବା ଉଚିତ୍ । ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା ଅର୍ଥାତ୍ ଏଥିପାଇଁ ପ୍ରତି ମାସରେ କେବଳ ଟଙ୍କାଏ ନିବେଶ କରିବାକୁ ପଡିବ। PMSBY ପଲିସିର ପ୍ରିମିୟମ ମଧ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ, ତେଣୁ ବ୍ୟାଙ୍କରେ ବାଲାନ୍ସ ରଖନ୍ତୁ । ଏହା ବ୍ୟତୀତ, ପଲିସି କିଣିବା ସମୟରେ ବ୍ୟାଙ୍କ ଆକାଉଣ୍ଟ PMSBY ସହିତ ସଂଯୁକ୍ତ ହେବ । ଏହି ଯୋଜନା ଅଧୀନରେ, ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ବୀମା କିଣିଥିବା ଗ୍ରାହକଙ୍କ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ଏହି ଯୋଜନାର ଲାଭ ଉଠାଇବାକୁ, ଆପଣ ଯେକୌଣସି ବ୍ୟାଙ୍କ ଶାଖା ପରିଦର୍ଶନ କରି ଏହି ପିଲିସ ପାଇଁ ଆବେଦନ କରିପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments