
ACFI organizes the 5th Annual General Meeting today
ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି Agro Chem Federation of India(ACFI)ର ପଞ୍ଚମ ବାର୍ଷିକ ସାଧାରଣ ବୈଠକ । ଚଳିତ ଥର ACFI ବୈଠକର ଥିମ ରହିଛି 'ସ୍ଥାୟୀ କୃଷିରେ ଫସଲ ସୁରକ୍ଷା ରାସାୟନିକର ଭୂମିକା' ।
ଭାରତୀୟ କୃଷିରେ ଉଦ୍ଭିଦ ସୁରକ୍ଷା ରାସାୟନିକ ପଦାର୍ଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କୀଟ ପ୍ରକୋପ, ପୋଷକ ତତ୍ତ୍ବର ଅଭାବ ହେତୁ ଫସଲ ନଷ୍ଟ ହୁଏ । ଆଉ ଏଥିପାଇଁ ବହୁ କ୍ଷତିର ସମ୍ମୁଖୀନ ହୁଏ ଭାରତୀୟ କୃଷି । ଏପରି ପରିସ୍ଥିତିରେ, ଉଦ୍ଭିଦ ସୁରକ୍ଷା ରାସାୟନିକ ଉତ୍ପାଦର ଅମଳ ଏବଂ ଗୁଣରେ ଉନ୍ନତି ଆଣିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।

ACFI organizes the 5th Annual General Meeting today

ACFI organizes the 5th Annual General Meeting today
ଫସଲ ସୁରକ୍ଷା ରାସାୟନିକ ପଦାର୍ଥର ଯଥାର୍ଥ ବ୍ୟବହାର ସ୍ଥାୟୀ ଚାଷ ପରିଚାଳନାକୁ ସହଜ କରେ ଏବଂ ବୃହତ ଜନସମୁଦାୟଙ୍କୁ ଖାଦ୍ୟ ଯୋଗାଇବା ଦିଗରେ ସାମାଜିକ-ଅର୍ଥନୈତିକ ଲାଭ ପ୍ରଦାନ କରେ । ତେଣୁ କୃଷିରେ ସ୍ଥିରତା ହାସଲ କରିବା ପାଇଁ ଏକ ଉପଯୁକ୍ତ ସନ୍ତୁଳନ ବଜାୟ ରଖିବାରେ ଏହା ସହାୟକ ହୁଏ ।

ACFI organizes the 5th Annual General Meeting today
ଦ୍ବୀପପ୍ରଜ୍ବଳନ ସହିତ ଏହି ବୈଠକର ଶୁଭାରମ୍ଭ ହୋଇଥିଲା । ଏହି ବୈଠକରେ ICAR ପୂର୍ବତନ ନିର୍ଦ୍ଦେଶକ ଡଃ. ତ୍ରିଲୋଚନ ମହାପାତ୍ର, NRRA CEO ଅଶୋକ ଦଲଓ୍ବାଇ, ଫାର୍ମର କମିଶନର ଅଫ ଏଗ୍ରିକଲଚର ପ୍ରୋଜେକ୍ଟ ଡାଇରେକ୍ଟର(DKMA)ଡଃ. ଏସକେ ମଲହୋତ୍ରା, ଉଦ୍ଭିଦ ସୁରକ୍ଷା ପରାମର୍ଶଦାତା ଡଃ. ଜେପି ସିଂହ, MoHFW ପୂର୍ବତନ ADG ଡଃ. ଦେବବ୍ରତ କାନୁନଗୋ ଉପସ୍ଥିତ ଥିଲେ ।
ଦୁଗ୍ଧଚାଷୀଙ୍କୁ ବଡ ଉପହାର, IDF World Dairy Summit 2022ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
Share your comments