1. କୃଷି ଖବର

ଭୟଙ୍କର ଭୂମିକମ୍ପରେ 920 ଜଣଙ୍କ ମୃତ୍ୟୁ

ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ଏହି ଭୂମିକମ୍ପରେ ପାଖାପାଖି 920 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ 300 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲା ।

Shuvanshu Kar
Shuvanshu Kar
Afghan earthquake: At least 920 people killed

Afghan earthquake: At least 920 people killed

ଭୟଙ୍କର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ(Afghan earthquake) । ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ଏହି ଭୂମିକମ୍ପରେ ପାଖାପାଖି 920 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ 300 ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲା ।

ଆଫଗାନିସ୍ତାନ ବିପର୍ଯ୍ୟୟ ପରିଚାଳନା ବିଭାଗର ଉପମନ୍ତ୍ରୀ ଶରଫୁଦ୍ଦିନଙ୍କ ଦାବି ଅନୁଯାୟୀ ଭୂମିକମ୍ପରେ ପାଖାପାଖି 920 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପକ୍ଷେ ଏଥିରେ 610 ଜଣ ଆହତ ହୋଇଥିବା ଜଣାପଡିଛି ।

ଭୂମିତକମ୍ପର ଝଟକା ପାକିସ୍ତାନକୁ ମଧ୍ୟ ଦୋହଲାଇ ଦେଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ(earthquake)ର ତୀବ୍ତା 6.1 ମପାଯାଇଛି । ୟୁଏସ ଜିୟୋଲୋଜିକାଲ ସର୍ଭେ ଅନୁଯାୟୀ ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଦକ୍ଷିଣପୂର୍ବ ବୋଲି କୁହାଯାଉଛି । ନ୍ୟୁଜ ଏଜେନ୍ସିଗୁଡିକର ଦାବି ଅନୁଯାୟୀ ଭୂମିକମ୍ପରେ 900 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 610 ଜଣ ଆହତ ହୋଇଛନ୍ତି । ଭୂମିକମ୍ପ ପକ୍ତିକା ଓ ଖୋସ୍ତ ପ୍ରାନ୍ତରେ ହୋଇଛି ।

ଶେୟର ମାର୍କେଟରେ ଭୂମିକମ୍ପ, 1500 ପଏଣ୍ଟ ଖସିଲା SENSEX

NPAs: କୃଷି ଋୁଣ 15% ବୃଦ୍ଧି

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ସମେତ ଅନ୍ୟାନ୍ୟ ସହରରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କମ୍ପନ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ହେଲେ ଏହାର ତୀବ୍ରତା ଏତେ ଅଧିକ ଥିଲା ଯେ ଆଫଗାନିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋସ୍ତଠାରୁ 44 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ 50.8 କିଲୋମିଟର ଗଭୀରତାରେ ଥିଲା। ସ୍ଥାନୀୟ ସମୟ 1: 54 ବିଳମ୍ବିତ ରାତିରେ ଏହି ଭୂକମ୍ପ ଘଟିଥିଲା ।

ପେଶୱାର, ଇସଲାମାବାଦ, ଲାହୋର ଏବଂ ଖୈବର-ପଖତୁନଖ୍ବା ପ୍ରଦେଶର ଅନ୍ୟାନ୍ୟ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାକିସ୍ତାନ ଏକ ଭୂକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ପ୍ରାୟତଃ ଭୂକମ୍ପ ହୁଏ । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ଜୁନ୍ 17 ରେ ଦେଶରେ 5.2 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । 2005ରେ, ଏକ ବଡ଼ ଧରଣର ଭୂକମ୍ପରେ ଦେଶରେ 74,000ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments