1. କୃଷି ଖବର

ନିର୍ବାଚନ ପରେ ଦହନିୟ ଅବସ୍ଥା ..

ନିର୍ବାଚନ ପରେ ଦହନିୟ ଅବସ୍ଥା ..

KJ Staff
KJ Staff

ନିର୍ବାଚନ ପରେ ବଢିପାରେ ତୈଳ ଦର
ଇରାନ ଉପରେ ଆମେରିକା କଟକଣାର ପ୍ରଭାବ


ସମ୍ପ୍ରତି ବିଶ୍ବବଜାରରେ ଅଶୋଧିତ ତୈଳ ମୂଲ୍ୟ ରେ ବୃଦ୍ଧି ଘଟିଛି |ଇରାନ ରୁ ତୈଳ ଆମଦାନୀ କରୁଥିବା ରାଷ୍ଟ୍ର ଗୁଡିକୁ ରିହାତି ଦେବ ବନ୍ଦ କରି ଇରାନ ଉପରେ କଟକଣା ଲଗାଇବା ନେଇ ଆମେରିକା ଧମକ ଦେବା ପରେ ବଜାରରେ ଦର ଅହେତୁକ ବୃଦ୍ଧି ଘଟିଛି ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି |ତେବେ ଶୁକ୍ରବାର ପେଟ୍ରୋଲିଅମ ରାଷ୍ଟ୍ର ସମୂହ ଓପେକ୍ ;ତାର ଉତ୍ପାଦନ ବୃଦ୍ଧି କରିବା ନେଇ ଆଶା ପ୍ରକାଶ ପରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ କିଛି ମାତ୍ର ରେ ହ୍ରାସ ହୋଇଛି |ଏଥି ଯୋଗୁ ଆଜି ବ୍ରାଣ୍ଡକ୍ରୁଡ଼ ମୂଲ୍ୟରେ ୨୬ ସେଣ୍ଟସ ହ୍ରାସ ଘଟି ବ୍ୟାରେଲ ପିଛା ୭୪.୦୯ ଡଲାର ରେ ପହଞ୍ଚିଛି |ସେଇ ଭଳି ଆମେରିକୀୟ ୱେଷ୍ଟ ଟେକ୍ସସ ଇଣ୍ଟରମିଡିଏଟ (ଡବ୍ଲୁ ଟି ଆଇ ) ମୂଲ୍ୟରେ ବ୍ୟାରେଲ ପିଛା ୩୯ ସେନ୍ଟ ହ୍ରାସ ଘଟି ୬୪.୮୨ ଡଲାର ହୋଇଛି |

ବିଶ୍ୱ ବଜାରରେ ତୈଳ ଦର ବ୍ୟାରେଲ ପ୍ରତି ୫ ଡଲାର ବୃଦ୍ଧି ପାଇଥିଲେ ମଧ୍ୟ ଭାରତ ରେ ତୈଳ ଦର ସ୍ଥିର ରହିଛି |ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣ ମୁକ୍ତ ବିଶ୍ୱ ବଜାର ଅନୁଯାୟୀ ତୈଳ ମୂଲ୍ୟରେ ହେଉଥିବା ହ୍ରାସ ଏବଂ ବୃଦ୍ଧି ର ପ୍ରଭାବ ଘରୋଇ ବଜାର ଉପରେ ପଡିଥାଏ କିନ୍ତୁ ଭାରତ ରେ ନିର୍ବାଚନ ସମୟରେ ତୈଳ ଦର ନିୟନ୍ତ୍ରଣ ରଖାଯାଇଥାଏ |ସମ୍ପ୍ରତି ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ଦୃଷ୍ଟି ରୁ ତୈଳ ଦର କୁ ସ୍ଥିର ରଖାଯାଇଛି |


ନିର୍ବାଚନ ପରେ ଅନ୍ତର୍ଜାତୀୟ ବଜାର ଅନୁଯାୟୀ ଆଗାମୀ ଦିନରେ ଭାରତ ର ଘରୋଇ ବଜାରରେ ତୈଳ ଦର ବୃଦ୍ଧି ପାଇବା ସମ୍ଭାବନା ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ