1. କୃଷି ଖବର

Agri Asia 2022: ଗୁଜୁରାଟରେ ଚାଲିଛି ବିଶାଳ କୃଷି ପ୍ରଦର୍ଶନୀ ମେଳା

କୃଷି ଟେକ୍ନୋଲୋଜୀ ଉପରେ ଏହା ଏସିଆର ବଡ ପ୍ରଦର୍ଶନୀ ମେଳା । ଏଠାରେ ମେଳାରେ ଉପସ୍ଥିତ ଅଛି କୃଷି ଜାଗରଣ ଟିମ ।

Shuvanshu Kar
Shuvanshu Kar
Agri Asia 2022 at Gandhinagar

Agri Asia 2022 at Gandhinagar

ଗୁଜୁରାରେ ଆରମ୍ଭ ହୋଇଛି ଏଗ୍ରି ଏସିଆ ପ୍ରଦର୍ଶନୀ(Agri Asia 2022) । କୃଷି ଟେକ୍ନୋଲୋଜୀ ଉପରେ ଏହା ଏସିଆର ବଡ ପ୍ରଦର୍ଶନୀ ମେଳା । ଏଠାରେ ମେଳା(Agri Asia 2022)ରେ ଉପସ୍ଥିତ ଅଛି କୃଷି ଜାଗରଣ ଟିମ । ଗାନ୍ଧୀନଗର ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ଏହି ମେଳା ସେପ୍ଟେମ୍ବର 11 ଯାଏଁ ଚାଲିବ । ଅତ୍ୟାଧୁନିକ ଟେକ୍ନୋଲୋଜୀ ସହିତ କୃଷିରେ ଅନୁଭବ ଲାଗି ଅନେକ ଅଂଶଗ୍ରହଣକାରୀ ଏଥିରେ ସାମିଲ ହୋଇଛନ୍ତି ।

ଗାନ୍ଧୀନଗରରେ ଏକାଦଶ ଏଗ୍ରି ଏସିଆ ପ୍ରଦର୍ଶନୀକୁ ଉଦଘାଟନ କରିବା ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୃଷିକୁ ପ୍ରାଥମିକତା ଦେବା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫସଲ ବୃଦ୍ଧି ଏବଂ କୃଷକ ସମୃଦ୍ଧିର ସ୍ୱପ୍ନକୁ ସାକାର କରିବା ପାଇଁ ଗୁଜୁରାଟ ଅଗ୍ରଣୀ ହୋଇପାରିଛି । ଏଥିରେ କୃଷି ଉଦ୍ଦେଶ୍ୟ ପାଇଁ ସମୟାନୁବର୍ତ୍ତୀ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ହେଉଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରି କୃଷି ଅର୍ଥନୀତିକୁ ମଜବୁତ କରିବା ପାଇଁ ଗୁଜୁରାଟରେ କୃଷକ କଲ୍ୟାଣ ଯୋଜନା ସୁରୁଖୁରୁରେ କାର୍ଯ୍ୟକାରୀ ହେଉଛି। ଗୁଜରାଟର କୃଷି, ଗାଁ ଏବଂ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦୃଢ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକାଶର ରାଜନୀତି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ବ କରାଯାଇଛି ଏବଂ ସମସ୍ତଙ୍କ କଲ୍ୟାଣ ମନ୍ତ୍ର ସହିତ ଆଜି ଗୁଜୁରାଟ କୃଷି, ଶିଳ୍ପ, ରପ୍ତାନି ସମେତ ସମସ୍ତ କ୍ଷେତ୍ରରେ ଦେଶରେ ଏକ ଆଦର୍ଶ ପାଲଟିଛି ।

ଏହି ପ୍ରଦର୍ଶନୀରେ କୃଷି, କୃଷକ କଲ୍ୟାଣ ଏବଂ ସହଯୋଗ ବିଭାଗ ଅଧୀନରେ ଥିବା ପ୍ରାକୃତିକ କୃଷିର ବିଷୟବସ୍ତୁ ଉପରେ ଆଧାରିତ ପ୍ୟାଭିଲିୟନ୍ ଏବଂ ଅର୍ଗାନିକ୍ ଫର୍ଟିଲାଇଜର, ଆଇଏଫ୍ଏଫ୍ସିଓ, ଜି.ଜି.ଆର.ସି ସମେତ କୃଷି ଏବଂ ପଶୁପାଳନ ସମ୍ବନ୍ଧୀୟ ଟେକ୍ନୋଲୋଜି ଉପରେ ଆଧାରିତ ବିଭିନ୍ନ କମ୍ପାନୀର ଷ୍ଟଲ୍ ସାମିଲ ହୋଇଛି ।

ଦିଲ୍ଲୀରେ ACFI ପଞ୍ଚମ ବାର୍ଷିକ ସାଧାରଣ ବୈଠକ, ସ୍ଥାୟୀ କୃଷିରେ ଫସଲ ସୁରକ୍ଷା ରାସାୟନିକର ଭୂମିକା ଉପରେ ଆଲୋଚନା

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇଦିନିଆ ଉତ୍କଳ କୃଷି ମେଳା ୨୦୨୨

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments