1. କୃଷି ଖବର

ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ କୃଷି ମେଳା !!

ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ କୃଷି ମେଳା। ଏହି କାର୍ଯ୍ୟକ୍ରମରେ ଅନେକ କୃଷକ ଲାଭବାନ ହେବେ। ଏହି ମେଳାରେ ଜଳ ସଂରକ୍ଷଣ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି।

Sugyan Kumar Nayak
Sugyan Kumar Nayak
Agriculture University

Agriculture University

ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ କୃଷି ମେଳା। ଏହି କାର୍ଯ୍ୟକ୍ରମରେ ଅନେକ କୃଷକ ଲାଭବାନ ହେବେ। ଏହି ମେଳାରେ ଜଳ ସଂରକ୍ଷଣ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି। ଜଳ ସଂରକ୍ଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, ନିଜ ପରିବାରରେ ଜଳ ସଂରକ୍ଷଣ କରିବା ଉଚିତ୍। ଯେଉଁମାନେ ଜଳ ସଂରକ୍ଷଣ ପାଇଁ ସଚେତନତା କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା । ଏହା ସହ ଖବର କାଗଜ ଓ ସୋସିଆଲ ମିଡ଼ିଆ ଆଦି ପ୍ରଚାର ପ୍ରସାର କରି ନିଜ ବନ୍ଧୁମାନଙ୍କୁ ପ୍ରେରଣା ଦେବା ଆବଶ୍ୟକ, ଯାହା ଫଳରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇପାରିବ। ଏହି ମେଳା ମାଧ୍ୟମରେ କୃଷକମାନେ ବିଶେଷଜ୍ଞ ଠାରୁ ମତାମତ ନେବାର ଏକ ବଡ଼ ସୁଯୋଗ ରହିଛି।

ଏହି କୃଷି ମେଳାରେ ଅଂଶଗ୍ରହଣ କରିଥିବା କୃଷକମାନଙ୍କୁ ଜଳ ସଂରକ୍ଷଣର ଅଭିନବ ଉପାୟଗୁଡିକ ବିଷୟରେ ସଚେତନ କରାଯିବ l ଯାହା ଫଳରେ ସେମାନେ ଏହାର ସଫଳ ସମାଧାନ କରିପାରିବେ। ଅଗ୍ରଣୀ କମ୍ପାନୀଗୁଡିକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିବେ। ପାରସ୍ପରିକ କାର୍ଯ୍ୟକଳାପ, ମୃତ୍ତିକା ଏବଂ ଜଳ ପରୀକ୍ଷଣ କରାଯାଇ କୃଷକମାନଙ୍କର ଜ୍ଞାନ ବଢ଼ାଯିବ।

ଭାରତର ଶ୍ରେଷ୍ଠ କୃଷି ବିଶ୍ୱବିଦ୍ୟାଳୟ ତାଲିକାରେ ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟ ହେଉଛି ଏକ ପ୍ରମୁଖ କଲେଜ l ଏସିଆର ବୃହତ୍ତମ ତଥା ଲୋକପ୍ରିୟ କୃଷି ବିଶ୍ୱବିଦ୍ୟାଳୟ ହେଉଛି ଚୌଧୁରୀ ଚରଣ ସିଂ କୃଷି ବିଶ୍ୱବିଦ୍ୟାଳୟ। ଏହା  ହରିୟାଣାର ହିସାରରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟ ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନାମରେ ନାମିତ ହୋଇଛି । ୧୯୬୦ ରୁ ୧୯୭୦ ଦଶକରେ ସବୁଜ ଓ ଶ୍ୱେତ ବିପ୍ଳବରେ ଶ୍ରୀ ସିଂଙ୍କ ଅପୂର୍ବ ଅବଦାନ ରହିଛି। ଏହି ଅନୁଷ୍ଠାନ ହରିୟାଣା କିସାନ ରତ୍ନ ପୁରସ୍କାର ୨୦୧୯, ୧୯୮୬, ଭାରତୀୟ କୃଷି ଅନୁସନ୍ଧାନର ସର୍ବୋଚ୍ଚ ପୁରସ୍କାର, ଶ୍ରେଷ୍ଠ AICRP କେନ୍ଦ୍ର ପୁରସ୍କାର ୨୦୦୬-୧୨, କୃଷି କର୍ମ ପୁରସ୍କର୨୦୧୪-୧୫, କୃଷି ଶିଖ୍ ସମ୍ମାନ -୨୦୧୫ ଏବଂ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ