1. କୃଷି ଖବର

ଓଡ଼ିଶା କୃଷି କ୍ଷେତ୍ରରେ କୃଷି ସାମ୍ବାଦିକତାର ଭୂମିକା

କୃଷି ସାମ୍ବାଦିକତାର ଏକ ବଡ଼ ଭୂମିକା ରହିଛି କୃଷି କ୍ଷେତ୍ରରେ l ଆଉ ଆଜି ଏହିପରି ଏକ ବିଷୟବସ୍ତୁକୁ ଆଧାର କରି ଏକ ଅଧିବେଶନର ଆୟୋଜନ କରାଯାଇଛି ଭୁବନେଶ୍ୱରରେ ଅବସ୍ଥିତ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ l

Tanushree Mahapatra
Tanushree Mahapatra
agri jouirnalism: transfaorming farm sector in odisha

agri jouirnalism: transfaorming farm sector in odisha

କୃଷି ସାମ୍ବାଦିକତାର ଏକ ବଡ଼ ଭୂମିକା ରହିଛି କୃଷି କ୍ଷେତ୍ରରେ l ଆଉ ଆଜି ଏହିପରି ଏକ ବିଷୟବସ୍ତୁକୁ ଆଧାର କରି ଏକ ଅଧିବେଶନର ଆୟୋଜନ କରାଯାଇଛି ଭୁବନେଶ୍ୱରରେ ଅବସ୍ଥିତ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ l  ଓ.ୟୁ.ଏ.ଟି ରେ ଅବସ୍ଥିତ ବିଜୁ ପଟ୍ଟନାୟକ ହଲରେ ଏହା ଆୟୋଜିତ କରାଯାଇଛି l ଆୟୋଜିତ ଏହି ଅଧିବେଶନର ବିଷୟବସ୍ତୁ ରହିଛି " କୃଷିରେ କୃଷି ସାମ୍ବାଦିକତାର ଭୂମିକା " l

ଏହି ସଭାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ପ୍ରଫେସର ପି.ଜେ ମିଶ୍ର ସ୍ୱାଗତ ଭାଷଣ ଦେଇ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ସଭାରେ l ଏହା ପରେ କୃଷି ସାମ୍ବାଦିକତାର ଭୂମିକା କଣ ରହିଛି କୃଷି କ୍ଷେତ୍ରରେ ସେହି ବିଷୟରେ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ଅତିଥିଙ୍କ ମଧ୍ୟରେ ରହିଥିଲେ ସମାଜର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର , କୃଷି ଜାଗରଣର ସହ ସମ୍ପାଦକ ଶ୍ରୀଯୁକ୍ତ ଏମ.ସି ଡୋମିନିକ , ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ଜଗଦାନନ୍ଦ , ଓ.ୟୁ.ଏ.ଟି ର କୁଳପତି ପ୍ରଫେସର ପି.କେ ରାଉଳ , କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l

କୃଷି ସମସ୍ୟାର ସମାଧାନ କରିପାରିବ ଓଡ଼ିଶାର ବିକାଶ l ତେବେ କୃଷି ସହିତ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା l କିପରି ଆହୁରି ଅଧିକ କୃଷି ସଚେତନ ସୃଷ୍ଟି କରିପାରିବ କୃଷି ସାମ୍ବାଦିକତା ତାହା ଉପରେ ଆଲୋକପାତ କରାଯାଇଥିଲା l ଚାଷୀ ଭାଇ ଭଉଣୀମାନେ କିପରି ଠକାମୀର ଶିକାର ହେବାରୁ ବଞ୍ଚିତ ହୋଇପାରିବେ ସେଥିପ୍ରତି କୃଷି ସାମ୍ବାଦିକତା ସର୍ବଦା ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି l

ଗଣମାଧ୍ୟମରେ ସର୍ବଦା ଖଣି ହେଉ ବା ସୂଚନା ପ୍ରଯୁକ୍ତି ବିଦ୍ୟା ହେଉ ଅଲାଚନା ପର୍ଯ୍ୟାଲୋଚନା କରାଯାଉଛି l ସେହିପରି ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହା ଆଲୋଚିତ ହେବାର ଆବଶ୍ୟକତା ରହିଛି l ରାଜ୍ୟରେ କୃଷିକୁ ସର୍ବଦା ମହତ୍ୱ ଦେଉଛନ୍ତି ଓଡ଼ିଶା ରାଜ୍ୟ ସରକାର l ସେହିପରି ଗଣ ମାଧ୍ୟମ ଆହୁରି ଅଧିକ ସକାରାତ୍ମକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ l ଆଉ ଏଭଳି କିଛି ସକାରାତ୍ମକ ଭାବନାକୁ ନେଇ ଆଜି ଏହି ଅଧିବେଶନ ଆୟୋଜନ କରାଯାଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments