1. କୃଷି ଖବର

ଫେବୃଆରୀରେ ଆରମ୍ଭ ହେବ Agri Startup, cooperative & FPO summit

IGATT ଓ କୃଷି ଜାଗରଣର ମିଳିତ ଆନୁକୁଲ୍ୟରେ ଆରମ୍ଭ ହେବାକୁଯାଉଛି କୃଷି ଷ୍ଟାର୍ଟଅପ, ସହଭାଗୀତା ଓ କୃଷକ ଉତ୍ପାଦକ କମ୍ପାନୀ ସମିଟ ( Agri Startup, cooperative & FPO) summit ।

Shuvanshu Kar
Shuvanshu Kar
Agri Startup, cooperative & FPO summit will begin in February

Agri Startup, cooperative & FPO summit will begin in February

ଚାଷୀଙ୍କ ପାଇଁ ଖୁସି ଖବର । କୃଷି କ୍ଷେତ୍ରରେ ବଡ ଯୋଗଦାନ ଦେବ କୃଷି ଜାଗରଣ । IGATT ଓ କୃଷି ଜାଗରଣର ମିଳିତ ଆନୁକୁଲ୍ୟରେ ଆରମ୍ଭ ହେବାକୁଯାଉଛି କୃଷି ଷ୍ଟାର୍ଟଅପ, ସହଭାଗୀତା ଓ କୃଷକ ଉତ୍ପାଦକ କମ୍ପାନୀ ସମିଟ ( Agri Startup, cooperative & FPO) summit ।

ଆସନ୍ତା ବର୍ଷ ଫେବୃଆରୀ 24, 25 ଓ 26 ତିନି ଦିନ ଧରି ଏହି ବିଶ୍ବ ପ୍ରଦର୍ଶନୀ ଚାଲିବ । ତେବେ କୃଷିଜାଗରଣର ମୁଖ୍ୟ କାର୍ଯ୍ୟାଳୟରେ ଶନିବାର ଏନେଇ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ICL India ପକ୍ଷରୁ ଦେଶର ନେତୃତ୍ବ ନେଉଥିବା ଆନନ୍ଦ କୁଲକର୍ଣ୍ଣୀ, Agribazar ଉପସଭାପତି ଧ୍ରୁବ ଶର୍ମା, Somani seeds ସିଇଓ ଏବଂ ପରିାଳନା ନିର୍ଦ୍ଦେଶକ, କୋମଲ ସୋମାନି, Fruitfal CMO ଓ ଉପପ୍ରତିଷ୍ଠାତା ସୁବିର ଶର୍ମା, ସଭନା ସିଡ୍ସର ମାର୍କେଟିଂ କମ୍ୟୁନିକେଶନ ମ୍ୟାନେଜର ପ୍ରଜ୍ଞା ଶୁକ୍ଳା, ପ୍ରଫେସର ଆଞ୍ଚଲ ଆରୋରା ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

କୃଷି କ୍ଷେତ୍ରରେ ବର୍ତ୍ତମାନ ସମୟରେ ଅନେକ ଷ୍ଟାର୍ଟଅପ ଯୋଡି ହୋଇସାରିଛି । କୃଷି ଉତ୍ପାଦ କମ୍ପାନୀମାନଙ୍କର ବ୍ୟାପକ ଯୋଗଦାନ ରହୁଛି ।

Editor-in-chief of Krishi Jagran welcoming the guest

Editor-in-chief of Krishi Jagran welcoming the guest

ଆଉ ଏସବୁର ସହଭାଗୀତାରେ କୃଷି କ୍ଷେତ୍ରରେ ଆଉ ଏକ ପାଦ ଆଗେଇ କୃଷି ଷ୍ଟାର୍ଟଅପ, ସହଭାଗୀତା ଓ କୃଷକ ଉତ୍ପାଦକ କମ୍ପାନୀ ସମିଟର ଆୟୋଜନ କରିବାକୁ ଯାଉଛି କୃଷି ଜାଗରଣ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments