News

krishi unnati sammelan 2022 : ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ

ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ । ରାୟଗଡା ସହର ଉପଖଣ୍ତ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ପରିସରରେ କୃଷି ଉନ୍ନତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚାଷୀଙ୍କୁ ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ବିଭିନ୍ନ ଯାନ୍ତ୍ରୀକ ଉପକରଣ ଚାଷକାର୍ଯ୍ୟ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି ଉଦ୍ଦେଶରେ ଚାଷୀଙ୍କୁ ପ୍ରେରିତ ସକାଶେ ଏହି 2 ଦିନିଆ ସମ୍ମିଳନୀ ଆୟୋଜିତ ହୋଇଛି ।

18 October, 2022 3:31 PM IST By: Sudesna Nayak

ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ । ରାୟଗଡା ସହର ଉପଖଣ୍ତ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ପରିସରରେ କୃଷି ଉନ୍ନତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚାଷୀଙ୍କୁ ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ବିଭିନ୍ନ ଯାନ୍ତ୍ରୀକ ଉପକରଣ ଚାଷକାର୍ଯ୍ୟ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି ଉଦ୍ଦେଶରେ ଚାଷୀଙ୍କୁ ପ୍ରେରିତ ସକାଶେ ଏହି 2 ଦିନିଆ ସମ୍ମିଳନୀ ଆୟୋଜିତ ହୋଇଛି । 

ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ (Centurion University) ଓ କୃଷି ଜାଗରଣ (Krishi Jagran)ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ,ପଛୁଆବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ ଏବଂ ଆଇନମନ୍ତ୍ରୀ (Minister of ST & SC development minorities and backward classes welfare govt of odisha)ଜଗନ୍ନାଥ ସରକା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ବ ବିଦ୍ୟାଳୟ ନିଦ୍ଦେଶକ ରାଜେଶ ପାଢୀ director CUTM,rayagada,ରାୟଗଡା ବିଧାୟକ (MLA rayagada)ମକରନ୍ଦ ମୁଦୁଲି, କୃଷି ଜାଗରଣ (Krishi Jagran) ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ଓ ବିଶ୍ବ ବିଦ୍ୟାଳୟର କୃଷି ବିଭାଗ ମୁଖ୍ଯ ଏସପି ନନ୍ଦ (Dean admin msssoa) କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଏଥିସହିତ district magistrate of Rayagada ସ୍ବାଧାଦେବ ସିଂ ଯୋଗ ଦେଇଥିଲେ ।

ସଭାରେ ଉଦବୋଧନ ଦେଇ ମୁଖ୍ଯ ଅତିଥି ଶ୍ରୀ ସାରକା ଚାଷୀଙ୍କୁ ଉତ୍ସାହିତ କରିବା ସହିତ ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଚାଷ କାର୍ଯ୍ୟ କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ରାଜ୍ୟର ଆର୍ଥିକ ମେରୁଦଣ୍ତ ଚାଷ ହୋଇଥିବାବେଳେ,ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ବ ଦେଉଥିବା ସେ ବକ୍ତବ୍ୟରେ ପ୍ରକାଶ କହିଛନ୍ତି । କୃଷକମାନଙ୍କ ସକାଶେ ରାଜ୍ୟରେ 2ଟି ବଜେଟ ପ୍ରସ୍ତୁତ ହେଉଥିବାରୁ ଏହା ସମଗ୍ର ଦେଶରେ ପ୍ରଥମ ରାଜ୍ଯ ଭାବେ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ଯ ମୁଖ୍ୟମନ୍ତ୍ରୀ ପୃରସ୍କୃତ ହୋଇଛନ୍ତି ।

ଅକ୍ଟୋବର 17 ଓ ଅକ୍ଟୋବର 18 ରେ ଅନୁଷ୍ଠିତ କୃଷି ଉନ୍ନତି ସମ୍ମଳନୀ 2022 (krishi unnati sammelan 2022) । କୃଷି ବିଶ୍ବ ବିଦ୍ୟାଳୟ ଓ ସ୍କୁଲ ଅଫ ଫାର୍ମାସିର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହେଉଛି ।

ଚାଷରେ ବୈଜ୍ଞାନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଆହ୍ବାନ,ଜାଣନ୍ତୁ...

ପଛୁଆ ଅଞ୍ଚଳର ଚାଷୀଙ୍କୁ ଆଧୁନିକ କୃଷି ଜ୍ଞାନକୌଶଳ ସହ ପରିଚିତ କରିବା ଉଦ୍ଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ବାରା ଅଞ୍ଚଳର ଚାଷୀ ସୁଫଳ ପାଇବେ । ସ୍ବଳ୍ପ ଖର୍ଚ୍ଚରେ କିପରି ଅଧିକ ଉର୍ପାଜନ ହେବ ସେନେଇ ତାଲିମ ହାସଲ ପରେ ଚାଷୀ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ ।

ଯୋଗ ଦେଲେ 5 ବ୍ଲକର ଶତାଧିକ ଚାଷୀ, ଜାଣନ୍ତୁ...

2 ଦିନ ଧରି ଚାଲିବାକୁ ଥିବା ଏହି କୃଷି ଉନ୍ନତି ସମ୍ମିଳନୀ (krishi unnati sammelan 2022) କାର୍ଯ୍ୟକ୍ରମରେ 5ଟି ବ୍ଲକ ରାୟଗଡା, ମୁନିଗୁଡା,ବିଷମକଟକ, କୋଲନରା, କଲ୍ୟାଣସିଂହପୁରର ଶତାଧିକ ଚାଷୀ ଅଂଶଗ୍ରହଣ କରିଛନ୍ତି ।

ପ୍ରକାଶ ଥାଉ ଯେ, ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଞ୍ଚୁରିଅନ ୟୁନିଭର୍ସିଟି ଓ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହେଉଛି । Explore the Unexplored ଅର୍ଥାତ 'ଦେଖିନଥିବା ସ୍ଥାନ ଦେଖନ୍ତୁ' ଏହି ସମ୍ମିଳନୀର ଥିମ ରହିଛି ।

କୃଷି ଉନ୍ନତି ସମ୍ମିଳନୀ 2022, ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି

ଆସୁଛି କୃଷି ଉନ୍ନତି ସମ୍ମିଳନୀ 2022, ଆପଣ ଦେଖିବେ ଡଙ୍ଗରିଆ ଜନଜାତିଙ୍କ ଆକର୍ଷଣୀୟ ହସ୍ତତନ୍ତ