1. କୃଷି ଖବର

ଆସୁଛି କୃଷି ଉନ୍ନତି ସମ୍ମିଳନୀ 2022, ଆପଣ ଦେଖିବେ ଡଙ୍ଗରିଆ ଜନଜାତିଙ୍କ ଆକର୍ଷଣୀୟ ହସ୍ତତନ୍ତ

ଏଥର ନୂଆ ଓ କିଛି ନିଆରା । ଦେଖିବାକୁ ମିଳିବ ଆଦିବାସୀ କଳା ଓ ସଂସ୍କୃତିର ଝଲକ । କୃଷି ଉନ୍ନତି ସମ୍ମିଳନୀ 2022ର ସ୍ବତନ୍ତ୍ର ଆକର୍ଷଣ ରହିବ ଆଦିବାସୀ ସମୁଦାୟ ଡଙ୍ଗରିଆ ଜନଜାତିଙ୍କ ଖାଦ୍ୟ, କୃଷି ପ୍ରଣାଳୀ, ଚାଲିଚଳଣି ।

Shuvanshu Kar
Shuvanshu Kar
krishi unnati sammelan 2022: Special attraction Dangaria Kandha'S Handicraft

krishi unnati sammelan 2022: Special attraction Dangaria Kandha'S Handicraft

ଏଥର ନୂଆ ଓ କିଛି ନିଆରା । ଦେଖିବାକୁ ମିଳିବ ଆଦିବାସୀ କଳା ଓ ସଂସ୍କୃତିର ଝଲକ । ଆପଣ ଖୋଜିପାଇବେ ନୂଆ ଜ୍ଞାନ ଓ କୌଶଳ । ସେଞ୍ଚୁରିଅନ ୟୁନିଭର୍ସିଟି ସହଯୋଗରେ କୃଷି ଜାଗରଣ ଆୟୋଜନ କରୁଛି କୃଷି ଉନ୍ନତି ସମ୍ମିଳନୀ 2022(krishi unnati sammelan 2022) ।

କୃଷି ଉନ୍ନତି ସମ୍ମିଳନୀ(krishi unnati sammelan 2022)ର ସ୍ବତନ୍ତ୍ର ଆକର୍ଷଣ ରହିବ ଆଦିବାସୀ ସମୁଦାୟ ଡଙ୍ଗରିଆ ଜନଜାତିଙ୍କ ଖାଦ୍ୟ, କୃଷି ପ୍ରଣାଳୀ, ଚାଲିଚଳଣି । ବିଶେଷକରି ଏମାନଙ୍କ ହାତରେ ବୁଣାଯାଇଥିବା ହସ୍ତତନ୍ତ ସଭିଙ୍କ ମନମୋହିବ ବୋଲି ଆଶା । ତେବେ କୃଷି ଜାଗରଣ ଏହି ମେଳା ଜରିଆରେ ଡଙ୍ଗରିଆ ଜନଜାତି ବୁଣାକାରଙ୍କ ହସ୍ତତନ୍ତକୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚାର ପ୍ରସାର କରୁଛି ।

ଡଙ୍ଗରିଆ କନ୍ଧ ନିୟମଗିରି ପର୍ବତରେ ରହୁଥିବା ଆଦିମ ଜନଜାତି । ମୁଖ୍ୟତଃ ପୋଡୁଚାଷଦ୍ୱାରା ଏମାନେ ଜୀବିକା ନିର୍ବାହ କରିଥାନ୍ତି । ଡଙ୍ଗରିଆ କନ୍ଧମାନେ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରିଥାନ୍ତି ।

ଡଙ୍ଗରିଆ କନ୍ଧମାନେ ଉଦ୍ୟାନକୃଷିରେ ବେଶ ଦକ୍ଷ । ହଳଦୀ, ସପୁରୀ ଓ କଦଳୀ ଚାଷ କରି ଏହି ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପାହାଡ଼ରେ ଚାଷ କରିବା ଏହି ଜନଜାତିର ଜୀବନ ଜୀବିକା । ନିୟମଗିରି ପାହାଡ ଉପରେ ବିଭିନ୍ନ ପ୍ରକାରର ଫସଲ ଏମାନେ ସୋପାନରେ କରିଥାନ୍ତି । ଏହାବ୍ୟତିତ ଏମାନେ ବିଭିନ୍ନ ହସ୍ତକଳା ମଧ୍ୟ ତିଆରି କରନ୍ତି ।

କୃଷି ଉନ୍ନତି ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ ପାଇଁ ସେଞ୍ଚୁରିଅନ ୟୁନିଭର୍ସିଟି ଟିମ ଜୋରଶୋରରେ ପ୍ରସ୍ତୁତି କରୁଛି । ରାୟଗଡାର ସ୍କୁଲ ଅଫ ଫାର୍ମାସି, ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ, ପିତାମହଲଠାରେ ଆସନ୍ତା 17 ଓ 18 ଅକ୍ଟୋବରରେ ଅନୁଷ୍ଠିତ ହେବ କୃଷି ଉନ୍ନତି ସମ୍ମଳନୀ । କୃଷକ ଓ କୃଷି କ୍ଷେତ୍ର ସହିତ ଜଡିତ ଅନେକ ଏହି ମେଳାରେ ଯୋଗ ଦେଇ ନୂଆ ଜ୍ଞାନ ଓ କୌଶଳ ଖୋଜିପାଇବେ ।

କୃଷି ଉନ୍ନତି ସମ୍ମିଳନୀରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୃଷି ଜାଗରଣର ଟିମ ରାୟଗଡା ବିଷମ କଟକର ଆଦିବାସୀ ସମୁଦାୟଙ୍କ ସହିତ ଆଲୋଚନା କହିଛି । ତେବେ ଆଗାକୁ ଆଉ କଣ କଣ ସ୍ବତନ୍ତ୍ର ରହିଛି ତାହା ଆପଣ ଯୋଗ ଦେଲେ ହିଁ ଜାଣିପାରିବେ ।

ଓଡିଶାରେ ବିଶାଳ କୃଷି ମେଳାର ଆୟୋଜନ କରୁଛି କୃଷି ଜାଗରଣ

ରାୟଗଡାରେ ହେବ ମେଗା କୃଷି ସମ୍ମିଳନୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments