1. କୃଷି ଖବର

ଓଡିଶାରେ ବିଶାଳ କୃଷି ମେଳାର ଆୟୋଜନ କରୁଛି କୃଷି ଜାଗରଣ

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହେଉଛି ମହାମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ ।

Shuvanshu Kar
Shuvanshu Kar
Krishi Jagran organizing 3 big agricultural fairs in Odisha

Krishi Jagran organizing 3 big agricultural fairs in Odisha

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହେଉଛି ମହାମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ(Krishi Jagran) । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି । ଏହି ଉଦ୍ଦେଶ୍ୟ ସହିତ ତିନୋଟି ବଡ କୃଷିମେଳା(agricultural fairs) ଆୟୋଜନ କରିବାକୁଯାଉଛି କୃଷି ଜାଗରଣ ।

ଆସନ୍ତା 17 ଓ 18 ଅକ୍ଟୋବରରେ ଅନୁଷ୍ଠିତ ହେବ କୃଷି ଉନ୍ନତି ସମ୍ମଳନୀ । ରାୟଗଡାର ସ୍କୁଲ ଅଫ ଫାର୍ମାସି, ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ, ପିତାମହଲଠାରେ ଆୟୋଜିତ ଏହି ମେଳା ପାଇଁ ଜୋରଶୋରରେ ଆଗେଇ ଚାଲିଛି ପୂର୍ବ ପ୍ରସ୍ତୁତି । ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଞ୍ଚୁରିଅନ ୟୁନିଭର୍ସିଟି ଓ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହେଉଛି ।

କୃଷି ଉନ୍ନତି ସମ୍ମିଳନୀ ମାଧ୍ୟମରେ କୃଷକଙ୍କଠୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ ଗୋଟିଏ ମଞ୍ଚରେ ଏକାଠି ହେବେ ।

ସେହିପରି ମୟୂରଭଞ୍ଜରେ ଆସନ୍ତା ଅକ୍ଟୋବର 25ରୁ 26 ଯାଏଁ ଆୟୋଜିତ ହେବ ସୁବର୍ଣ୍ଣା କୃଷି ମେଳା । ମୟୁରଭଞ୍ଜର ସୁଲିଆ ପଦାଠାରେ ଏହି ମେଳା ଅନୁଷ୍ଠିତ ହେବ । ଏହା କୃଷକମାନଙ୍କୁ ପୂରାତନ ଐତିହ୍ୟ, ଆଦିବାସୀ କଳା, ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ।

ସେପଟେ ଆସନ୍ତା ବର୍ଷ ଅର୍ଥାତ 2023ରେ ଅନୁଷ୍ଠିତ ହେବ ଉତ୍କଳ କୃଷି ମେଳାର ଦ୍ବିତୀୟ ସଂସ୍କରଣ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ 21 ଓ 22 ଜାନୁଆରୀ ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ।

ରାୟଗଡାରେ ହେବ କୃଷି ଉନ୍ନତି ସମ୍ମିଳନୀ, ଚାଲିଛି ଜୋରଶୋରରେ ପ୍ରସ୍ତୁତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments