1. କୃଷି ଖବର

ରାୟଗଡାରେ ହେବ ମେଗା କୃଷି ସମ୍ମିଳନୀ

ଆସନ୍ତା ଅକ୍ଟୋବର 17 ଓ 18ରେ ରାୟଗଡା ଜିଲ୍ଲାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ କୃଷି ଉନ୍ନତି ସମ୍ମିଳନୀ ।

Shuvanshu Kar
Shuvanshu Kar
krishi unnati sammelan 2022 to be held on 17th october

krishi unnati sammelan 2022 to be held on 17th october

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହେଉଛି ମହାମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ(Krishi Jagran) । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି ।

ଆସନ୍ତା 17 ଓ 18 ଅକ୍ଟୋବରରେ ଅନୁଷ୍ଠିତ ହେବ କୃଷି ଉନ୍ନତି ସମ୍ମଳନୀ । ରାୟଗଡାର ସ୍କୁଲ ଅଫ ଫାର୍ମାସି, ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ, ପିତାମହଲଠାରେ ଆୟୋଜିତ ଏହି ମେଳା ପାଇଁ ଜୋରଶୋରରେ ଆଗେଇ ଚାଲିଛି ପୂର୍ବ ପ୍ରସ୍ତୁତି ।

ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଞ୍ଚୁରିଅନ ୟୁନିଭର୍ସିଟି ଓ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହେଉଛି । Explore the Unexplored ଅର୍ଥାତ 'ଦେଖିନଥିବା ସ୍ଥାନ ଦେଖନ୍ତୁ' ଏହି ସମ୍ମିଳନୀର ଥିମ ରହିଛି ।

କୃଷକଙ୍କଠୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ କୃଷି ଉନ୍ନତି ସମ୍ମିଳନୀ  ଗୋଟିଏ ମଞ୍ଚରେ ଏକାଠି କରିବ ।

krishi unnati sammelan 2022 to be held on 17th october

krishi unnati sammelan 2022 to be held on 17th october

କୃଷି ଉନ୍ନତି ସମ୍ମିଳନୀରେ ରହିଛି ନୂଆ ଓ କିଛି ନିଆରା । ଦେଖିବାକୁ ମିଳିବ ଆଦିବାସୀ କଳା ଓ ସଂସ୍କୃତିର ଝଲକ । ଆପଣ ଖୋଜିପାଇବେ ନୂଆ ଜ୍ଞାନ ଓ କୌଶଳ । କୃଷି ଉନ୍ନତି ସମ୍ମିଳନୀ(krishi unnati sammelan 2022)ର ସ୍ବତନ୍ତ୍ର ଆକର୍ଷଣ ରହିବ ଆଦିବାସୀ ସମୁଦାୟ ଡଙ୍ଗରିଆ ଜନଜାତିଙ୍କ ଖାଦ୍ୟ, କୃଷି ପ୍ରଣାଳୀ, ଚାଲିଚଳଣି । ବିଶେଷକରି ଏମାନଙ୍କ ହାତରେ ବୁଣାଯାଇଥିବା ହସ୍ତତନ୍ତ ସଭିଙ୍କ ମନମୋହିବ ବୋଲି ଆଶା । ତେବେ କୃଷି ଜାଗରଣ ଏହି ମେଳା ଜରିଆରେ ଡଙ୍ଗରିଆ ଜନଜାତି ବୁଣାକାରଙ୍କ ହସ୍ତତନ୍ତକୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚାର ପ୍ରସାର କରୁଛି ।

କୃଷି ଉନ୍ନତି ସମ୍ମିଳନୀ କୃଷକମାନଙ୍କୁ ସେମାନଙ୍କର ପୂରାତନ ଅଭିବ୍ୟକ୍ତି, ଆଦିବାସୀ କଳା, ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ, ଏଥିରେ ସେମାନେ ନିଜ ନିଜ ଅଞ୍ଚଳର ଲୋକକଳା ପ୍ରଦର୍ଶନ କରିପାରିବେ ।

କୃଷି ଉନ୍ନତି ସମ୍ମିଳନୀର ଥିମ 'Explore the Unexplored' ଅନ୍ତର୍ଗତ କୃଷି ପର୍ଯ୍ୟଟନୀ(agritourism) ଜରିଆରେ କୃଷି ବଜାର ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ଏହା କୃଷି ସଂଗଠନ ଏବଂ ପାରମ୍ପରିକ ଅଭ୍ୟାସରେ ଆହୁରି ଉନ୍ନତି ଆଣିବାରେ ସହାୟକ ହେବ ।

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇଦିନିଆ ଉତ୍କଳ କୃଷି ମେଳା ୨୦୨୨

କୃଷି ମେଳା ୨୦୧୯ ଉଦ୍ଘାଟିତ ...କଣ ରହିଛି ଏହାର ବିଶେଷତ୍ୱ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments