News

ଆସନ୍ତା 5 ବର୍ଷରେ ଏହି ରାଜ୍ୟର ଅର୍ଥନୀତିକୁ 1 ଟ୍ରିଲିୟନ ଡଲାରରେ ପହଞ୍ଚାଇବ କୃଷି !

ଯଦି କୃଷି କ୍ଷେତ୍ର ସହ ଜଡିତ ବୈଜ୍ଞାନିକ, ଉଦ୍ୟୋଗୀ, କୃଷକ ଏବଂ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରନ୍ତି, ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୃଷି କ୍ଷେତ୍ରର ସମ୍ଭାବନା ତିନି ଗୁଣ ବୃଦ୍ଧି ପାଇବ ବୋଲି ନିଜ ବୟାରେ କହିଛନ୍ତି ଯୋଗୀ ।

25 June, 2022 4:22 PM IST By: Shuvanshu Kar

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ(Uttar Pradesh)କୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତି କରିବାରେ କୃଷି ଏବଂ ଏହାସହିତ ଜଡିତ କାର୍ଯ୍ୟକଳାପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି(CM Yogi Adityanath) । ଯଦି କୃଷି କ୍ଷେତ୍ର ସହ ଜଡିତ ବୈଜ୍ଞାନିକ, ଉଦ୍ୟୋଗୀ, କୃଷକ ଏବଂ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରନ୍ତି, ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୃଷି କ୍ଷେତ୍ରର ସମ୍ଭାବନା ତିନି ଗୁଣ ବୃଦ୍ଧି ପାଇବ ବୋଲି ନିଜ ବୟାରେ କହିଛନ୍ତି ଯୋଗୀ ।

ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(CM Yogi Adityanath) କୃଷକମାନଙ୍କୁ ଟେକ୍ନୋଲୋଜି ସହିତ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ଅନୁସନ୍ଧାନ କେନ୍ଦ୍ରରେ କୃଷକଙ୍କ ପ୍ରବେଶ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିଛନ୍ତି ।


ଶୁକ୍ରବାର ଯୋଜନା ଭବନରେ 'ଉତ୍ତରପ୍ରଦେଶର କୃଷି ଏବଂ ସହଯୋଗୀ କ୍ଷେତ୍ରର ବିକାଶ ପାଇଁ ଆକ୍ସନ ପ୍ଲାନ୍' ସେମିନାରର ଶେଷ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(CM Yogi Adityanath) କହିଛନ୍ତି ଯେ କୋରୋନା ସମୟରେ କୃଷି କ୍ଷେତ୍ରର ଗୁରୁତ୍ୱକୁ ସମସ୍ତେ ଦେଖିଛନ୍ତି । କୋରୋନା ଅବଧିରେ, ଯେତେବେଳେ ଅର୍ଥନୀତିର ସମସ୍ତ କ୍ଷେତ୍ର କ୍ଷତି ସହିଥିଲା, କେବଳ କୃଷି କ୍ଷେତ୍ର 3.5 ପ୍ରତିଶତ ବୃଦ୍ଧି ପାଇଛି ।

ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି ହେଉଛି ସବୁଠାରୁ ଅଧିକ ରୋଜଗାରକ୍ଷମ କ୍ଷେତ୍ର । ଉତ୍ତରପ୍ରଦେଶରେ ଉର୍ବର ଜମି ଏବଂ ପ୍ରଚୁର ଜଳ ସମ୍ପଦ ରହିଛି । ୟୁପିରେ ଦେଶର 16% ଜନସଂଖ୍ୟା ଅଛି, କିନ୍ତୁ ରାଜ୍ୟରେ କେବଳ 11ରୁ 12 ପ୍ରତିଶତ କୃଷି ଉପଯୋଗୀ ଜମି ରହିଛି । ଏହା ସତ୍ତ୍ୱେ ଦେଶର 20 ପ୍ରତିଶତ ଖାଦ୍ୟ ଶସ୍ୟ ଉତ୍ପାଦନ ଉତ୍ତରପ୍ରଦେଶରେ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

୩୭ ଲକ୍ଷ ଚାଷୀଙ୍କୁ ମିଳିଲା ଲାଭ; ଜାଣନ୍ତୁ କ'ଣ?

ଉତ୍ତରପ୍ରଦେଶରେ ଜିରୋ ବଜେଟ୍ ଚାଷ, ଆପଣ ଜାଣନ୍ତୁ !!

ରାଜ୍ୟରେ ନଅଟି ଏଗ୍ରି-କ୍ଲାଇମେଟିକ୍ ଜୋନ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 89 ଟି କୃଷି ବିଜ୍ଞାନ କେନ୍ଦ୍ର ଏବଂ 6ରୁ ଅଧିକ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ଅଛି । ଆମର କୃଷକମାନଙ୍କର ଉନ୍ନତ ଜ୍ଞାନକୌଶଳ ନାହିଁ । କୃଷି ବିଜ୍ଞାନର ସଂସ୍ଥାଗୁଡ଼ିକ ଏବେବି ସମାଜ ସହିତ ସଂଯୋଗ କରିବାକୁ ସକ୍ଷମ ହୋଇନାହାଁନ୍ତି । କୃଷି ବୈଜ୍ଞାନିକମାନଙ୍କୁ କୃଷକମାନଙ୍କ ସହିତ ଉତ୍ତମ ଯୋଗାଯୋଗ ବଜାୟ ରଖିବାକୁ ପଡିବ । ସେମାନଙ୍କୁ ଟେକ୍ନୋଲୋଜି ଏବଂ କୃଷି ବିବିଧତା ସହିତ ସଂଯୁକ୍ତ ହେବାକୁ ପଡିବ । ଯୋଗୀ ଜିରୋ ବଜେଟ୍ ଚାଷର ଧାରଣା ଉପରେ ଆଧାର କରି ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା କମ୍ ଖର୍ଚ୍ଚରେ ଉତ୍ପାଦନ ଅଧିକ ବୋଲି କହିଥଲେ ଯୋଗୀ ।

ସେମିନାରରେ ଉପସ୍ଥିତ କୃଷି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଥିଲେ ଯେ କୃଷି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ସହିତ ମିଶି କାର୍ଯ୍ୟକଳାପକୁ ଆଗେଇ ନେବା । ସେମିନାରରେ ଅଂଶଗ୍ରହଣ କରୁଥିବା ଚାଷୀଙ୍କୁ ସେ ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନାର ଉତ୍ପାଦ ଭେଟି ଦେଇଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)