1. କୃଷି ଖବର

ଉତ୍ତରପ୍ରଦେଶରେ ଜିରୋ ବଜେଟ୍ ଚାଷ, ଆପଣ ଜାଣନ୍ତୁ !!

ଉତ୍ତରପ୍ରଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୃଷକଙ୍କୁ ପରାମର୍ଶ ଦିଆଯାଉଛି l ବର୍ତ୍ତମାନ ଯୁଗରେ ଚାଷ ଏପରି ବ୍ୟବସାୟରେ ପରିଣତ ହୋଇଛି ଯେଉଁଠାରେ ବ୍ୟୟବହୁଳ ମେସିନ୍, ମହଙ୍ଗା ସାର ଏବଂ ମହଙ୍ଗା ମଞ୍ଜି ନୂତନ ଜ୍ଞାନକୌଶଳ ବ୍ୟବହାର ଦ୍ଵାରା

Sugyan Kumar Nayak
Sugyan Kumar Nayak

ଉତ୍ତରପ୍ରଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୃଷକଙ୍କୁ ପରାମର୍ଶ ଦିଆଯାଉଛି l ବର୍ତ୍ତମାନ ଯୁଗରେ ଚାଷ ଏପରି ବ୍ୟବସାୟରେ ପରିଣତ ହୋଇଛି ଯେଉଁଠାରେ ବ୍ୟୟବହୁଳ ମେସିନ୍, ମହଙ୍ଗା ସାର ଏବଂ ମହଙ୍ଗା ମଞ୍ଜି ନୂତନ ଜ୍ଞାନକୌଶଳ ବ୍ୟବହାର ଦ୍ଵାରା ଉତ୍ପାଦନ କରାଯାଉଛି l ଯାହା ଦ୍ଵାରା ଚାଷର ମୂଲ୍ୟ ବୃଦ୍ଧି ପାଇଛି | ଅଧିକରୁ ଅଧିକ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ଉଭୟ ମାଟି ଏବଂ ଭୂତଳ ଜଳକୁ ପ୍ରଦୂଷିତ କରୁଛି ଏବଂ କର୍କଟ ଭଳି ବିପଜ୍ଜନକ ରୋଗକୁ ଜନ୍ମ ଦେଉଛି | ଏପରି ସମୟରେ ଶୂନ ବଜେଟ୍ ଚାଷ କୃଷକମାନଙ୍କ ପାଇଁ ଏକ ବରଦାନ ସଦୃଶ |  ଏହି ପ୍ରସଙ୍ଗରେ ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ଆଠଟି ଜିଲ୍ଲାର ଗ୍ରାମରେ କୃଷିକା କିସାନ ମାର୍ଟ ୨୨ ଟି କୃଷକ ସେମିନାର ଆୟୋଜନ କରିଯାଇଥିଲା।

ଏହି ସେମିନାରଗୁଡିକରେ କୃଷି ବିଶେଷଜ୍ଞମାନେ କୃଷକମାନଙ୍କୁ ରାସାୟନିକ ମୁକ୍ତ ଚାଷ, ଗୋବର ଖତର ପ୍ରାଥମିକତା ଏବଂ ଜିବାମୃତ ଏବଂ ବିଜମୃତର ବ୍ୟବହାର, ତଥା ନିୟମିତ ଫସଲ, ଏବଂ ଚାଷ ସମ୍ବନ୍ଧୀୟ ଅନେକ ସମସ୍ୟା ବିଷୟରେ  ସୂଚନା ମଧ୍ୟ ଦିଆଯାଇଥିଲା | ଜିରୋ ବଜେଟ୍ ଚାଷରେ ଗୋପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, କାରଣ ସ୍ୱଦେଶୀ ପ୍ରଜାତିର ଗାଈ ଗୋବର ଏବ  ମୂତ୍ରରୁ ଜିବାମୃତ      ଏବଂ ବିଜାମୃତ ତିଆରି ହୁଏ । ଏହା କ୍ଷେତରେ ବ୍ୟବହାର ଦ୍ଵାରା ମାଟିର ପୋଷକତତ୍ତ୍ୱ ବୃଦ୍ଧି ପାଇଥାଏ | ଏହି ସେମିନାର ଗୁଡିକରେ ଜୈବିକ କୃଷି ଉପରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା l ଜିବାମୃତର ବ୍ୟବହାର ଜଳସେଚନ ତଥା ବିଜାମୃତର ବ୍ୟବହାରରେ ମଞ୍ଜିଗୁଡିକର ଶୋଧନ, କୀଟନାଶକ ଏବଂ ଅନ୍ୟାନ୍ୟ ରୋଗରୁ ସୁରକ୍ଷିତ ରଖିବା ପାଇଁ ବ୍ୟବହୃତ ହୁଏ | କୃଷି ବିଶେଷଜ୍ଞମାନେ କହିଛନ୍ତି ଯେ ଗୋବର ଖତର ବ୍ୟବହାର ଦ୍ଵାରା ପ୍ରାରମ୍ଭରେ ଅମଳ କମ୍ ହେବ କିନ୍ତୁ ଉତ୍ପାଦର ମୂଲ୍ୟ ଅଧିକ ହେବ | ଏଥି ସହିତ, ପୁରାତନ ପିଢ଼ିର କୃଷକମାନେ ଏହାକୁ ସେମାନଙ୍କର ପାରମ୍ପରିକ ପଦ୍ଧତିରେ ଯୋଡିଥିଲେ ଯାହାକି ସେମାନେ ବହୁ ବର୍ଷ ପୂର୍ବେ କରୁଥିଲେ | ଏହା ସହିତ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଥାଏ । କୃଷକ ଜିରୋ ବଜେଟ ଚାଷରୁ ଉତ୍ପାଦିତ ଦ୍ରବ୍ୟକୁ ଅଧିକ ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରିପାରିବେ, ଯାହା ରାସାୟନିକ ମୁକ୍ତ ଦ୍ରବ୍ୟ ଅଟେ ଏବଂ  ଏହା ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବା ସହ  ପରିବେଶକୁ ପ୍ରଦୂଷଣମୁକ୍ତ ରଖିଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments