1. କୃଷି ଖବର

ଇନ୍ଧନ ଉପରେ କୃଷି ସେସ୍‌ ଲାଗୁ କଲେ ସରକାର

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ରେ ସରକାର ଇନ୍ଧନ ଉପରେ କୃଷି ସେସ୍‌ ଲାଗୁ କରିଛନ୍ତି। ପେଟ୍ରୋଲ୍‌ ଲିଟର୍‌ ଉପରେ ୨ଟଙ୍କା ୫୦ ପଇସା ଏବଂ ଡିଜେଲ୍‌ ଲିଟର୍‌ ଉପରେ ୪ ଟଙ୍କା କୃଷି ଭିତ୍ତିଭୂମି ସେସ୍ ଲଗାଇଛନ୍ତି କେନ୍ଦ୍ର ସରକାର। ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ତେବେ ସରକାର ଇନ୍ଧନ ଉପରେ ଧାର୍ଯ୍ୟ କରାଯାଇଥିବା ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ତେଣୁ ପେଟ୍ରୋଲ ଓ ଡିଜେଲ୍ ଦର ଅପରିବର୍ତ୍ତିତ ରହିବ।

KJ Staff

ସେହିଭଳି ସୁନା ଓ ରୁପା ଉପରେ ୨.୫%, ନିଶାପାନୀୟ ଉପରେ ୧୦୦%, ଅଶୋଧିତ ତାଳତୈଳ ଉପରେ ୧୭.୫%, କାବୁଲି ସୋଲା ଉପରେ ୩୦%, ବିରି ଓ ସୋଲା ଉପରେ ୩୦%, ମସୁର ୨୦% ଏବଂ ତୁଳା ଉପରେ ୫% ସେସ୍‌ ଲାଗୁ କରାଯାଇଛି। ଏହା ଫେବ୍ରୁଆରି ୨ ତାରିଖ ଠାରୁ ଲାଗୁ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ଏହା ହେଉଛି ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ୧୦୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଆରା ହେବ ଏବଂ କେବେ ଦେଖି ନଥିବା ଭଳି ବଜେଟ୍ ଆସିବ ବୋଲି ନିର୍ମଳା କହିଛନ୍ତି। ଅନେକ କହନ୍ତି, ଅର୍ଥନୀତିରେ ତାଙ୍କର ଭଲ ଜ୍ଞାନ ନାହିଁ, କିନ୍ତୁ ସେମାନେ ଜାଣିନାହାନ୍ତି ଯେ ବିଶ୍ବର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲୁସିରେ କାର୍ଯ୍ୟ କରିବାର ଅଭିଜ୍ଞତା ନିର୍ମଳା ସୀତାରମଣଙ୍କ ପାଖରେ ରହିଛି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments